ଆଦାନୀ ଗ୍ରୁପକୁ ବଡ କଣ୍ଟ୍ରାକ୍ଟ, ୫୦ ବର୍ଷ ପାଇଁ ମିଳିଲା ଦେଶର ୫ ବଡ ଏୟାରପୋର୍ଟ

source:aajtak.intoday.in
ନୁଆଦିଲ୍ଲୀ ୨୫/୨: ଦେଶର ୫ ଏୟାରପୋର୍ଟ ଚଲାଇବା ଦାୟିତ୍ୱ ଏବେ ଆଡାନୀ ଗ୍ରୁପ ପାଖରେ ରହିବ । ଆଡାନୀ ଗ୍ରୁପ ଦେଶର ୬ ଏୟାରପୋର୍ଟ ପାଇଁ ଲଗାଇଥିବା ବୋଲିରୁ ୫ଟିରେ ବିଜୟ ହାସଲ କରିଛି । ଯେଉଁ ୫ଟି ଏୟାରପୋର୍ଟ ଆଡାନୀ ଗ୍ରୁପ କବଜାକୁ ଆସିଛି ସେଗୁଡିକ ହେଲା, ଲକ୍ଷ୍ନୌ, ଜୟପୁର, ଅହମଦାବାଦ, ମେଙ୍ଗଲୁରୁ ଓ ତ୍ରିଭେଣ୍ଡମ । ଆଉ ଏକ ଏୟାରପୋର୍ଟ ଗୁୱାହାଟିକୁ ନେଇ ମଙ୍ଗଳବାର ନିଷ୍ପତ୍ତି ଆସିପାରେ । ଏହି ଏୟାରପୋର୍ଟଗୁଡିକୁ ଆଡାନୀ ଗ୍ରୁପ ୫୦ ବର୍ଷ ପାଇଁ ନିଜ ନାମରେ କରିଛି । ଅର୍ଥାତ୍ ୫୦ ବର୍ଷ ପର୍ଯ୍ଯନ୍ତ ଏହି ଏୟାରପୋର୍ଟକୁ ଆଡାନୀ ଗ୍ରୁପ ଅପଗ୍ରେଡ୍ ଓ ଅପଡେଟ୍ କରିବ । ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ(AAI)ର ସିନିୟର ଅଧିକାରୀ ଏହି ସୂଚନା ଦେଇଛନ୍ତି ।
କେଉଁ ଆଧାରରେ ଚୟନ ହେଲା କମ୍ପାନୀର ନାମ
ଆଡାନୀ ଗ୍ରୁପର ଚୟନ ‘ମନ୍ଥଲୀ ପର ପାସେଞ୍ଜର’ ଆଧାରରେ ଚୟନ ହୋଇଛି । AAI ଅଧିକାରୀ କହିଛନ୍ତି ଏୟାରପୋର୍ଟ ପାଇଁ ବୋଲି ଲଗାଇଥିବା ଅନ୍ୟ କମ୍ପାନୀ ତୁଳନାରେ ଆଡାନୀ ଗ୍ରୁପର ବୋଲି ଅଧିକ ଆକ୍ରାମକ ଥିଲା । ସବୁ ଫର୍ମାଲିଟିଜ୍ ପୂରା ହେବା ପରେ ଏୟାରପୋର୍ଟଗୁଡିକ ଆଡାନୀ ଗ୍ରୁପକୁ ପ୍ରଦାନ କରିଦିଆଯିବ । କହିରଖୁଛୁ ଗତ ବର୍ଷ ନଭେମ୍ବରରେ କେନ୍ଦ୍ର ସରକାର AAI ସଞ୍ଚାଳିତ ୬ ଏୟାରପୋର୍ଟର ପବ୍ଲିକ-ପ୍ରାଇଭେଟ୍ ପାର୍ଟନରସିପ୍(PPP) ଆଧାରରେ ପ୍ରବନ୍ଧନ ପାଇଁ ଏକ ପ୍ରସ୍ତାବକୁ ମଞ୍ଜୁରୀ ଦେଇଦେଇଥିଲେ । ଆଡାନୀ
ଗ୍ରୁପ ବ୍ଯତୀତ ଏହି ନିଲାମରେ GMR, କୋଚିନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ, ପିଏନସି ଇନଫ୍ରା, NIIF,
AMP, ଆଇ-ଇନଭେଷ୍ଟମେଣ୍ଟ ଆଦି ସାମିଲ ଥିଲେ ।