ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

କମିଶନରେଟ୍‌ ପୁଲିସର ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ନେଲେ ଆଇପିଏସ୍‌ ରେଖା ଲୋହାନି

ଭୁବନେଶ୍ୱର: କମିଶନରେଟ୍‌ ପୁଲିସର ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି ଆଇପିଏସ୍‌ ରେଖା ଲୋହାନି । ପୂର୍ବ ଅତିରିକ୍ତ କମିଶନର ସଞ୍ଜୟ ସିଂହଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏନେଇ ପୁଲିସ ସେବା ଭବନରେ ଏକ ବିଧିବଦ୍ଧ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା । ଯେଉଁଥିରେ ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ଶ୍ରୀମତୀ ଲୋହାନିଙ୍କୁ ଦାୟିତ୍ୱ ଦେଇଥିଲେ । ସିପି ଡ. ଷଡ଼ଙ୍ଗୀ ଉତ୍ସବର ଅଧ୍ୟକ୍ଷତା କରି ଶ୍ରୀମତୀ ଲୋହାନିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହାସହ ବିଦାୟୀ ଆଇପିଏସ୍‌ ଶ୍ରୀ ସିଂହଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । କୋଭିଡ୍‌-୧୯ କଟକଣା ଯୋଗୁଁ ଉତ୍ସବରେ ହାତଗଣତି ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ।

ପୁଲିସର ସୋଲିଆଲ୍‌ ମିଡିଆ ପ୍ଲାଟଫର୍ମରେ ଅନ୍‌ଲାଇନ୍‌ ଯୋଗେ ଉତ୍ସବର ‘ଲାଇଭ୍‌ ଷ୍ଟ୍ରିମିଂ’ କରାଯାଇଥିଲା । ଡିସିପି ଉମାଶଙ୍କର ସିଂହ ଉତ୍ସବରେ ଧନ୍ୟବାଦ ଅର୍ପଣ କରିଥିଲେ । ୧୯୯୭ ବ୍ୟାଚ୍‌ର ଆଇପିଏସ୍‌ ଶ୍ରୀମତୀ ଲୋହାନି ଏହାପୂର୍ବରୁ ଆଇଜି (ଆଧୁନିକୀକରଣ) ଥିଲେ । ଜେଏନ୍‌ଏୟୁର ତତ୍‌କାଳୀନ ଛାତ୍ରୀ ଶ୍ରୀମତୀ ଲୋହାନି କମିଶନରେଟ୍‌ ପୁଲିସରେ ଡିସିପି (ମୁଖ୍ୟାଳୟ) ଭାବେ କାମ କରିସାରିଛନ୍ତି । ସେ ସୋନପୁର ଓ ନୟାଗଡ ଜିଲ୍ଲାର ଏସ୍‌ପି ଥିଲେ । ଏହାବାଦ୍‌ ଗୁଇନ୍ଦା ବିଭାଗ ଓ କେନ୍ଦ୍ର ଡେପୁଟେସନରେ କାମ କରିଛନ୍ତି । ଶ୍ରୀମତୀ ଲୋହାନି ତାଙ୍କ ପାଠପଢ଼ା କ୍ୟାରିଅରରେ ସାଇବର୍‌ ଲ’ରେ ଡିପ୍ଲୋମା କରିଛନ୍ତି । ଯାହାକି, ଏବେକାର ସାଇବର ଠକେଇ ସଙ୍କଟରେ ବେଶ୍‌ ସହାୟକ ହେବ । ସାଇବର ଅପରାଧକୁ ସେ ଫୋକସ୍‌ ଦେବେ ବୋଲି ସୂଚନା ଦେଇଛନ୍ତି । ଆଇପିଏସ୍‌ ଶ୍ରୀ ସିଂହ ଅତିରିକ୍ତ କମିଶନର ଭାବେ ପାଖାପାଖି ଅଢ଼େଇ ବର୍ଷ କମିଶନରେଟ୍‌ ପୁଲିସରେ ଥିଲେ ।

ତାଙ୍କ କାର୍ଯ୍ୟକାଳରେ ଡ୍ରଗ୍ସ କାରବାର କଣ୍ଟ୍ରୋଲ କରିବାକୁ ଗୁରୁତ୍ୱ ଦେଇଥିଲେ । ତାଙ୍କ ନେତୃତ୍ୱରେ ଏକ ଡ୍ରଗ୍ସ ସ୍କ୍ୱାଡ୍‌ ଗଢ଼ାଯାଇଥିଲା । ଗତ ଜାନୁଆରୀରୁ ଜୁଲାଇ ମଧ୍ୟରେ ୬୫ଟି ମାମଲା ରୁଜୁ ହେବା ସହ ପାଖାପାଖି ୧ କେଜି ୮୨୧ ଗ୍ରାମର ବ୍ରାଉନ୍‌ସୁଗାର ଜବତ କରାଯାଇଥିଲା । କମିଶନରେଟ୍‌ ପୁଲିସ ଇତିହାସରେ ଏତିକି କମ୍‌ ସମୟ ଅବଧିରେ ଏତେ ସଂଖ୍ୟକ ବ୍ରାଉନ୍‌ସୁଗାର ପ୍ରଥମ ଥର ପାଇଁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.