ଟ୍ରାଫିକ୍ ନିୟମ ଖୁଲମଖୁଲା ଉଲ୍ଲଙ୍ଘନ କରୁଛନ୍ତି ସରକାରୀ ବାବୁ: ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି ଭିଡିଓ

ଗଞ୍ଜାମ ୯।୯: ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରୁଛନ୍ତି ସରକାରୀ ବାବୁମାନେ। ଜଣେ ଅତିରିକ୍ତ ଆର୍‌ଟିଓ ଗାଡ଼ିରେ ଯିବା ବେଳେ ସିଟ୍‌ବେଲ୍‌ଟ୍‌ ନ ବାନ୍ଧିଥିବା ଘଟଣାର ଏକ ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇ ଚାଲିଛି।

ମିଳିଥିବା ସୂଚନାନୁସାରେ, ରବିବାର ଦିନ ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଯାଞ୍ଚ କରି ସାରି ଏସ୍‌ୟୁଭି ଯୋଗେ ଫେରୁଥିବା ବେଳେ ଅତିରିକ୍ତ ଆର୍‌ଟିଓ ଶାନ୍ତନୁ କୁମାର ପରିଡ଼ା ସିଟ୍‌ ବେଲ୍‌ଟ୍‌ ବାନ୍ଧି ନ ଥିଲେ। ଚମାଖଣ୍ଡି ଛକ ନିକଟରେ କେତେକ ଲୋକ ଦେଖି ତାଙ୍କୁ ଅଟକାଇଥିଲେ। ଯିଏ ଳୋକଙ୍କୁ ସତର୍କ କରାଇବା କଥା ହେ ସେ ହିଁ ନିୟମକୁ ଉଲ୍ଲଂଘନ କରୁଛନ୍ତି? ଜଣେ ସରକାରୀ ଅଧିକାରୀ ହୋଇଥିବାରୁ କ’ଣ ତାଙ୍କୁ ସବୁ ମାଫ୍‌ କରି ଦିଆଯିବ?- ଆଦି ପ୍ରଶ୍ନ ପଚାରି ଲୋକେ ଶ୍ରୀ ପରିଡ଼ାଙ୍କ ସହ ଯୁକ୍ତି ତର୍କ କରିଥିଲେ।

ହେଲେ ଏନେଇ କୌଣସି ଠୋସ୍ ଜବାବ ନଦେଇପାରି ଶାନ୍ତନୁ ସେଠାରୁ ପଲାଇଥିଲେ। ସେଠାରେ ଉପସ୍ଥିତ କିଛି ଲୋକେ ଏହି ଦୃଶ୍ୟର ଭିଡିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ପରେ ତାହା କ୍ରମଶଃ ଭାଇରାଲ ହୋଇ ଚାଲିବା ସହ ଜନଅସନ୍ତୋଷ ମଧ୍ୟ ଦେଖା ଦେଇଛି।

   ସମ୍ବନ୍ଧିତ ଖବର


ମାଲବାହୀ ଅଟୋ ହୁକରେ ଲାଗି ଓଲଟିଲା ଯାତ୍ରୀବାହୀ ଅଟୋ: ୨ ଯାତ୍ରୀ ଆହତ

ପରିବା ଚୋରି କରିବା ଚୋରଙ୍କୁ ପଡିଲା ମହଙ୍ଗା:ଗଛରେ ବାନ୍ଧିଦେଲେ ଗାଁଲୋକେ, ବସିଲା କଙ୍ଗାରୁ କୋର୍ଟ

କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ

ସ୍ତ୍ରୀର ଚରିତ୍ର ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ବାମୀ, ଅଭିଯୁକ୍ତ ଫେରାର

ରାସ୍ତାରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଜଲାପୁଟ ଜଳ ଭଣ୍ଡାରରେ ବୁଡି ୩ ଯୁବକ ନିଖୋଜ, ୨ ଦିନ ପରେ ସୂଚନା ଦେଲେ ବଞ୍ଚିଯାଇଥିବା ବନ୍ଧୁ: ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି