ଏବେ ବୀମା କିଣିବା ଏବଂ ସେୟାର ମାର୍କେଟରେ ନିବେଶ ହେବ ସହଜ, ଆଧାରରେ କେୱାଇସିକୁ ମଞ୍ଜୁରି

ନୁଆଦିଲ୍ଲୀ ୨୭/୪: ଅର୍ଥ ମନ୍ତ୍ରାଳୟ ୨୯ ଇନସ୍ୟୁରାନ୍ସ କମ୍ପାନୀ ଓ ୯ ଷ୍ଟକ୍  ଓ ସିକ୍ୟେରିଟିଜ୍ ୟୁନିଟକୁ କେୱାଇସି(ନୋ ୟୋର କଷ୍ଟମର)ପାଇଁ ଆଧାର ବ୍ୟବହାର କରିବାକୁ ଅନୁମତି ଦେଇଛି । ଏହି ପଦକ୍ଷେପରେ ଏହି କମ୍ପାନୀମାନେ ଏବେ ଇ-କେୱାଇସି କରିପାରିବେ । ଏହା ଫଳରେ କେୱାଇସି କରିବା ଖର୍ଚ୍ଚ ମଧ୍ଯ କମିବ । ସରକାରଙ୍କ ଅନୁସାରେ ଛୋଟ ଓ ଖୁଚୁରା ନିବେଶକଙ୍କୁ ଫାଇଦା ହେବ କାରଣ ଏବେ କେୱାଇସି ପାଇଁ କାଗଜପତ୍ର ଦେବା ଆବଶ୍ୟକ ନାହିଁ । ସରକାର ଏହି କମ୍ପାନୀମାନଙ୍କ ଜରିଆରେ ନିବେଶ ଓ ମନି ଲଣ୍ଡ୍ରିଂ ଉପରେ ରୋକ ଲଗାଇବା ପାଇଁ ଏହି ପଦକ୍ଷେପ ଉଠାଇଛନ୍ତି ।

PAN ଦେଲେ ଆଧାର କାର୍ଡର ଆବଶ୍ୟକ ନାହିଁ
ଅର୍ଥମନ୍ତ୍ରାଳୟ ଅନୁସାରେ ଆଧାରର ସତ୍ୟାପନ ସ୍ୱସ୍ଥ ହେବ ଏବଂ ଯଦି କୌଣସି ନିବେଶକ ପରମାନେଣ୍ଟ ଆକାଉଣ୍ଟ ନମ୍ବର ଦେବ ତେବେ ସେଥିପାଇଁ ଆଧାର ସତ୍ୟାପନର ଆବଶ୍ୟକତା ନାହିଁ ।

ଏହି ଷ୍ଟକ୍ ଓ ସିକ୍ୟେରିଟିଜ୍ କମ୍ପାନୀଙ୍କୁ ମିଳିଛି ଅନୁମତି
ବିଏସଇ, ନ୍ୟାସନାଲ୍ ସିକ୍ୟେରିଟିଡ୍ ଡିପୋଜଟିରି ଲିମିଟେଡ୍(NSDL), ସେଣ୍ଟ୍ରାଲ୍ ଡିପୋଜଟରୀ ସର୍ଭିସେସ୍ ଲିମିଟେଡ୍ , ସିଡିଏସେଳ ଭେଞ୍ଚର୍ସ ଲିମିଟେଡ୍, ଏନଏସଡିଏଲ ଡାଟାବେସ୍ ମ୍ୟାନଜେମେଣ୍ଟ ଲିମିଟେଡ୍, ଏନଏସଇ ଡେଟା ଆଣ୍ଡ ଆନାଲିଟିକ୍ସ ଲିମିଟେଡ୍, ସିଏଏମଏସ ଇନଭେଷ୍ଟର ସର୍ଭିସେଜ୍ ଲିମିଟେଡ୍, କମ୍ପ୍ୟୁଟର ଆଜ୍ ମ୍ୟାନେଜମେଣ୍ଟ ସର୍ଭିସେଜ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଲିଙ୍କ ଇନଟାଇମ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ୯ ଷ୍ଟକ୍ ଓ ସିକ୍ୟେରିଟିଡ୍ ସହିତ ଜଡିତ ୟୁନିଟ ଯେଉଁମାନଙ୍କୁ କେୱାଇସି ଅନୁମତି ମିଳିଛି ।

ଏହି ବୀମା କମ୍ପାନୀମାନେ ମଧ୍ୟ ବ୍ୟବହାର କରିବେ
୨୯ ଇନସ୍ୟୁରାନ୍ସ କମ୍ପାନୀ ମଧ୍ୟରେ ବଜାଜ ଆଲିୟାଞ୍ଜ ଲାଇଫ୍ ଇନସ୍ୟୁରାନ୍ସ, ଭାରତୀ ଏକ୍ସ ଲାଇଫ୍ ଇନସ୍ୟୁରାନ୍ସ, ଆଇସିଆଇସଆଇ ପ୍ରୁଡେନ୍ସିଆଲ ଲାଇଫ୍ ଇନସ୍ୟୁରାନ୍ସ, ଏଚଡିଏଫସି ଲାଇଫ ଇନସ୍ୟୁରାନ୍ସ, ଏଚଡିଏଫସି ଏର୍ଗୋ ଇନସ୍ୟୁରାନ୍ସ ଓ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ସାମିଲ ।

ମୋବାଇଲ ଭିଡିଓରେ ଘରେ ବସି କରିପାରିବେ KYC
ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ କେୱାଇସି ନିୟମରେ ପରିବର୍ତ୍ତନ କରିଛି । ତଦନୁସାରେ ଆଧାର ବେଷ୍ଟ୍ଡ ଭିଡିଓ କଷ୍ଟମର ଆଇଣ୍ଡେଣ୍ଟିଫିକେସନ୍ ପ୍ରୋସେସ୍(V-CIP)କୁ ମଞ୍ଜୁରି ଦିଆଯାଇଛି । ଏବେ ବ୍ୟାଙ୍କ, ଏନବିଏଫସି ଓ ଅନ୍ୟ ଲୋନ୍ ଦେବା ସମୟରେ ସଂସ୍ଥା ଭିଡିଓ ବେଷ୍ଟ୍ଡ ଆଇଣ୍ଡେଣ୍ଟିଫିକେସନ୍ ପ୍ରୋସେର ବ୍ୟବହାର କେୱାଇସି ପାଇଁ କରିପାରିବେ । ଏହା ଫଳରେ ଲୋକଙ୍କୁ କେୱାଇସି ପାଇଁ ବ୍ୟାଙ୍କ କିମ୍ବା ଅନ୍ୟ ସଂସ୍ଥା ଯିବାକୁ ପଡିବନି ।

କେମିତି ହେବ ଭିଡିଓ କେୱାଇସି ?
ଏହି ନୂଆ ସୁବିଧାରେ ଦୁର୍ଗମ ଅଞ୍ଚଳରେ ଥିବା ଆର୍ଥିକ ପ୍ରତିଷ୍ଠାନର ଅଧିକାରୀମାନେ ପାନ୍ କିମ୍ବା ଆଧାର କାର୍ଡ ଏବଂ କିଛି ପ୍ରଶ୍ନ ମାଧ୍ୟମରେ ଗ୍ରାହକଙ୍କୁ ଚିହ୍ନଟ କରିପାରିବେ।

ଭିଡିଓ କଲର ବିକଳ୍ପ ସମ୍ବନ୍ଧିତ ବ୍ୟାଙ୍କ କିମ୍ବା ସଂସ୍ଥାର ଡୋମେନରେ ମିଳିବ । ଗ୍ରାହକ ଥର୍ଡ ପାର୍ଟି ସୋର୍ସ ଯଥା ଗୁଗଲ କିମ୍ବା ହ୍ୱାଟ୍ସଆପ୍ କଲ୍ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଭିଡିଓ କଲ୍ କରିପାରିବେନି । ଆଧାର ବେଷ୍ଟ୍ଡ ଭିଡିଓ କଷ୍ଟମର ଆଇଡେଣ୍ଟିଫିକେସନ୍ ପ୍ରୋସେସ୍ ଅନୁସାରେ ଆର୍ଥିକ ସଂସ୍ଥାର ଅଧିକାରୀ ପାନ୍ କିମ୍ବା ଆଧାର କାର୍ଡରେ ଆଧାରିତ କିଛି ପ୍ରଶ୍ନ ଜରିଆରେ ଗ୍ରାହକଙ୍କ ଚିହ୍ନଟ କରିପାରିବେ ।

କେୱାଇସି ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ସଞ୍ଚାଳିତ ଏକ ଚିହ୍ନଟ ପ୍ରକ୍ରିୟା ରହିଛି ଯାହା ସାହାଯ୍ୟରେ ବ୍ୟାଙ୍କ ଓ ଅନ୍ୟ ଆର୍ଥିକ ସଂସ୍ଥା ନିଜ ଗ୍ରାହକଙ୍କ ସମ୍ପର୍କରେ ଭଲ ରୂପେ ଜାଣିପାରିବେ । ବ୍ୟାଙ୍କ ତଥା ଆର୍ଥିକ କମ୍ପାନୀମାନେ ଏଥିପାଇଁ ଫର୍ମ ଭରି ଏହା ସହିତ କିଛି ପରିଚୟ ପ୍ରମାଣ ମଧ୍ୟ ନେଇଥାନ୍ତି ।

   ସମ୍ବନ୍ଧିତ ଖବର


ଆର୍ମି ଡେଣ୍ଟାଲ ସର୍ଭିସ୍‌ ଡିଜି ପଦରେ ପ୍ରଥମ ଓଡ଼ିଆ: ଲ୍ୟୁଟିନେଣ୍ଟ ଜେନେରାଲ ନନ୍ଦ କିଶୋର ସାହୁଙ୍କ ମିଳିଲା ନିଯୁକ୍ତି

ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ