PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଡିସେମ୍ବର ୩୧ ସୁଦ୍ଧା ଆଧାର ସହ ପାନ୍‌ ଲିଙ୍କ ନକଲେ ଅଚଳ ହୋଇଯିବ ପାନ୍ ନମ୍ବର, ଜାଣନ୍ତୁ କେମିତି କରିବ ଲିଙ୍କ

ନୂଆଦିଲ୍ଲୀ ୧୬/୧୨: ଆୟ କର ରିଟର୍ଣ୍ଣ ଦାଖଲ କ୍ଷେତ୍ରରେ ‘ଆଧାର’ ବାଧ୍ୟତାମୂଳକ । ଆଧାର ସହ ପାନ୍‌ ସଂଯୋଗ ପାଇଁ ଡେଡ୍‌ଲାଇନ୍‌ ୨୦୧୯ ଡିସେମ୍ବର ୩୧ ସୁଦ୍ଧା ଆଧାର ସହ ପାନ୍‌ ସଂଯୋଗ ବାଧ୍ୟତାମୂଳକ । ଆୟ କର ବିଭାଗ ପକ୍ଷରୁ ରବିବାର ଏହି ଘୋଷଣା କରାଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ, ନିର୍ବିଘ୍ନ ଆୟ କର ସେବାର ଲାଭ ପାଇବା ପାଇଁ ଚଳିତବର୍ଷ ଶେଷ ସୁଦ୍ଧା ଆଧାର ସହ ପାନ୍‌ ସଂଯୋଗ ବାଧ୍ୟତାମୂଳକ ।

ସୂଚନାଯୋଗ୍ୟ, ଚଳିତବର୍ଷ ସେପ୍ଟେମ୍ବରରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଆଧାର-ପାନ୍‌ ସଂଯୋଗ ସମୟସୀମାକୁ ଡିସେମ୍ବର ୩୧କୁ ବୃଦ୍ଧି କରିଥିଲା । ପୂର୍ବରୁ ଏହି ଡେଡ୍‌ଲାଇନ୍‌ ସେପ୍ଟେମ୍ବର ୩୦ ଥିଲା ।

ଏମିତି କରାନ୍ତୁ ଲିଙ୍କ
ଆୟକର ବିଭାଗର ଇ-ଫାଇଲିଂ ୱେବସାଇଟ୍ www.incometaxindiaefiling.gov.in  କୁ ଇଣ୍ଟରନେଟରେ ଓପୋନ୍ କରନ୍ତୁ ।

ଏହାପରେ ବାମ ପଟେ ନାଲ୍ ରଙ୍ଗର link Adhaar ଉପରେ କ୍ଲିକ୍ କରନ୍ତୁ । ଯଦି ଆପଣଙ୍କ ଆୟକର ଆକାଉଣ୍ଟ ହୋଇନି ତେବେ ଏହାକୁ ପଞ୍ଜୀକରଣ କରାଇ ନିଅନ୍ତୁ । କ୍ଲିକ୍ କରିବା ମାତ୍ରେ ପେଜ୍ ଖୋଲିଯିବ ଯେଉଁଥିରେ ଆପଣଙ୍କୁ ଆପଣଙ୍କ ଆଧାର ନମ୍ବର, ପାନ୍ ନମ୍ବର ଓ ଆଧାର ଅନୁସାରେ ନାମ ଭରିବାକୁ ପଡିବ ।

ଏହା ପରେ ଦିଆଯାଇଥିବା କ୍ୟାପ୍ଚା କୋଡ ଟାଇପ୍ କରନ୍ତୁ । ସୂଚନା ଭରିବା ପରେ ତଳେ ଦେଖାଯାଉଥିବା link Adhaar ଅପ୍ସନ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ଆପଣଙ୍କ ପାନ୍ କାର୍ଡ ଆଧାର ସହ ଲିଙ୍କ ହୋଇଯିବ ।