PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ – ଯଶବନ୍ତ ଜେଠୱା ହେଲେ ନୂଆ ଭିଜିଲାନ୍ସ ନିର୍ଦ୍ଦେଶକ , ଅରୁଣ ବୋଥ୍ରା ପରିବହନ କମିଶନର
  • ||
  • ସରିଲା ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ , ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଚାଲିଥିଲା ବୈଠକ , ଉପସ୍ଥିତ ଥିଲେ ଜମ୍ମୁ-କଶ୍ମୀରର ୧୪ ନେତା
  • ||
  • ଭୁବନେଶ୍ବର: ଓମ୍‌ଫେଡ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା, ଉପକୃତ ହେବେ ୧ ଲକ୍ଷ ୨୦ ହଜାର ଦୁଗ୍ଧ ଚାଷୀ
  • ||
  • କଟକ: ନକଲି ମେଡ଼ିସିନ ଜବତ ଘଟଣା, କଟକ ଜିଲ୍ଲା ଜଜ୍‌ଙ୍କ ଅଦାଲତରେ ହାଜର ହେଲା ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସାଦ ଜେନା
  • ||
  • ପୁରୀ: ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି, ଟିଭି ପରଦା ଦର୍ଶନ କରୁଛନ୍ତି ଭକ୍ତ
  • ||
  • ଖୋର୍ଦ୍ଧା: ଟାଙ୍ଗୀ ଟୋଲ ଗେଟ୍ ନିକଟରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଫ୍ଲାଇଙ୍ଗ ସ୍କ୍ବାର୍ଡ, ଚାଲାଣ କାରୀ ଗିରଫ
  • ||
  • ମାଲକାନଗିରି: ଜୟପୁର ୩୨୬ ନମ୍ୱର ଜାତୀୟ ରାଜପଥ ପାଙ୍ଗାମ ପୋଲ ତଳକୁ ଖସିପିଡ଼ିଲା କାର,୫ ଆହତ,୨ ଗୁରୁତର
  • ||
  • କଟକ: ଶୁକ୍ରବାର ସନ୍ଧ୍ୟା ୬ଟା ପରେ ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ, ୨ଟି ୱେବସାଇଟରେ ଉପଲବ୍ଧ ହେବ ଫଳ
  • ||
  • ବାରିପଦା : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ନୀତି ଅନୁଷ୍ଠିତ, ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧା ମୂର୍ତ୍ତି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୬୫୦ କରୋନା ପଜିଟିଭ୍
  • ||
  • ପୁରୀ : ଏଥର ବି ସ୍ନାନପୂର୍ଣ୍ଣିମାରେ ଛେରା ପହଁରା କରିବେ ନାହିଁ ଗଜପତି ମହାରାଜ, ନୀତି ସମ୍ପାଦନ କରିବେ ମୁଦିରସ୍ତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ସ୍ନାନଯାତ୍ରା, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି, ଟିଭି ପରଦାରେ ଅପୂର୍ବ ଗଜାନନ ବେଶ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ନିୟମିତ ବର୍ଷିପାରେ
  • ||

ମାତ୍ର ୨୩ କୋଟି ଆଧାର-ପାନ୍‌ ସଂଯୋଗ: ଡେଡ୍‌ଲାଇନ୍‌ ମାର୍ଚ୍ଚ ୩୧

source:digitalbharat.org

ନୂଆଦିଲ୍ଲୀ,୭ା୨(ଏଜେନ୍ସି):ଆୟ କର ରିଟର୍ଣ୍ଣ ଦାଖଲ କ୍ଷେତ୍ରରେ ‘ଆଧାର’ ବାଧ୍ୟତାମୂଳକ । ଆଧାର ସହ ପାନ୍‌ ସଂଯୋଗ ପାଇଁ ଡେଡ୍‌ଲାଇନ୍‌ ୨୦୧୯ ମାର୍ଚ୍ଚ ୩୧ ରହିଛି । ଡେଡ୍‌ଲାଇନ୍‌ ନିକଟତର ହେଉଥିବାବେଳେ ମାତ୍ର ୨୩ କୋଟି ପାନ୍‌କାର୍ଡଧାରୀ ନିଜର ବାୟୋମେଟ୍ରିକ୍‌ ଆଇଡି ‘ଆଧାର’କୁ ଏହା ସହ ସଂଯୁକ୍ତ କରାଇଛନ୍ତି । କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଅଧ୍ୟକ୍ଷ ସୁଶୀଲ ଚନ୍ଦ୍ରା ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଆୟ କର ବିଭାଗ ବର୍ତ୍ତମାନ ସୁଦ୍ଧା ୪୨ କୋଟି ପାନ୍‌କାର୍ଡ ଜାରି କରିଛି । ଏଥିମଧ୍ୟରୁ ମାତ୍ର ୨୩ କୋଟି ପାନ୍‌ ଆଧାର ସଂଯୋଗ ହୋଇଛି । ଆୟ କର ରିଟର୍ଣ୍ଣ ଦାଖଲ ପାଇଁ ଆଧାରକୁ ସର୍ବୋଚ୍ଚ ନ୍ୟାୟାଳୟ ବାଧ୍ୟତାମୂଳକ କରିଛନ୍ତି । ଆଧାର ସହ ପାନ୍‌ ସଂଯୋଗ ପାଇଁ ଅନ୍ତିମ ତାରିଖ ୨୦୧୯ ମାର୍ଚ୍ଚ ୩୧ ରହିଛି । ଆଉ ମାତ୍ର କମ୍‌ ଦିନ ଥିବା ସତ୍ତେ୍ୱ ଜମା ୨୩ କୋଟି ଆଧାର-ପାନ୍‌ ସଂଯୋଗ ହୋଇଥିବା ଚନ୍ଦ୍ରା କହିଛନ୍ତି ।
ସେ କହିଛନ୍ତି ଯେ, ଆଧାର ସଂଯୋଗ ହେବା ଦ୍ୱାରା ଆମେ ଜାଣିପାରିବୁ ଯେ, ପାନ୍‌ଟି ଅସଲି କି ନକଲି । ସମ୍ପ୍ରତି ଏକାଧିକ ନକଲି ପାନ୍‌ ଘୂରିବୁଲୁଛି । ଆଧାର ସଂଯୋଗ ହେବା ଦ୍ୱାରା ନକଲି ପାନ୍‌ ଚିହ୍ନଟ ହୋଇପାରିବ । ଯଦି ଆଧାର ସହ ପାନ୍‌ ସଂଯୋଗ ନ ହୁଏ ଆମେ ଉକ୍ତ ପାନ୍‌କୁ ରଦ୍ଦ କରିପାରିବୁ ବୋଲି ଆସୋଚାମ୍‌ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଚନ୍ଦ୍ରା କହିଛନ୍ତି ।

ସମ୍ବନ୍ଧିତ ଖବର