PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ସହଜରେ ବଦାଳାଇପାରିବେ ଆଧାର କାର୍ଡରେ ଘରର ଠିକଣା- ଜାଣନ୍ତୁ କିପରି

https://www.bhaskar.com/

ନୂଆଦିଲ୍ଲୀ – ଆପଣ ସହଜରେ ଆଧାର କାର୍ଡରେ ନିଜ ଘରର ଠିକଣା ପରିବର୍ତ୍ତନ କରିପାରିବେ । ଏଥିପାଇଁ ବିଶେଷ କିଛି କାଗଜପତ୍ର ଆବଶ୍ୟକତା ରହିବ ନାହିଁ । ଲକ୍‌ଡାଉନ୍‌ ସମୟରେ ବିଭିନ୍ନ ଆଧାର ଏବଂ ଜନ ସେବା କେନ୍ଦ୍ର ବନ୍ଦ ରହୁଥିବାରୁ କେତକ ସ୍ଥାନରେ ଲୋକମାନେ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେତେଜଣଙ୍କ ଆଧାରରେ ପୁରୁଣା ଠିକଣା ରହିଛି । କେତକ କ୍ଷେତ୍ରରେ ଏହାର ପରିବର୍ତ୍ତନର ଆବଶ୍ୟକତା ରହିଥିଲେ ମଧ୍ୟ କରି ହେଉ ନାହିଁ । ସେପିର ସ୍ଥଳେ ଜଣେ ଅନ୍‌ଲାଇନ୍‌ରେ ଘରେ ବସି ନିଜ ଆଧାରା କାର୍ଡ ଅପ୍‌ଡେଟ୍‌ କରିପାରିବେ । ଏଥିପାଇଁ ଆଧାର ପ୍ରଦାନ କରୁଥିବା ସଂସ୍ଥା UIDAI ଏକ ଉପାୟ ବାହାର କରିଛି ।

ଏ ବିଷୟରେ UIDAI ଟ୍ୱିଟ କରି ସୂଚନା ଦେଇଛି । ଜଣେ ଚାହିଁଲେ ଘରେ ବସି ଜଣଙ୍କର ଆଧାର ଅପ୍‌ଡେଟ୍‌ କରିପାରିବ । ଯଦି ନୂଆ ଠିକଣାର ପ୍ରମାଣପତ୍ର ନାହିଁ ତେବେ UIDAI ର ଓ୍ୱେବସାଇଟ୍‌କୁ ଯାଇ ଠିକଣା ବା ଆଡ୍ରେସ୍‌ ଭ୍ୟାଲିଡେସନ୍‌ ଲେଟର (Address Validation Letter) ପାଇଁ ପାଇଁ ଆବେଦନ କରିବେ । ଏହାପରେ ଥିବା କେତକ ପ୍ରକ୍ରିୟାକୁ ଅନ୍‌ଲାଇନ୍‌ ପୂରଣ କରିବା ପାଇଁ ପଡିବ ।ଏହା କରିବା ପରେ ସେହି ଠିକଣାରେ ଏକ ପତ୍ର ବା ଚିଠି ପହଞ୍ଚିବ । ଏଥିରେ ଏକ ସିକ୍ରେଟ୍‌ କୋଡ୍‌ ରହିବ । ୟୁଆଇଡିଆଇ ଓ୍ୱେବସାଇଟ୍‌କୁ ଯାଇ ଏହି କୋଡ୍‌ ଦେବାପରେ ଜଣେ ନିଜର ଆଧାର ଠିକଣାକୁ ସହଜରେ ଅପ୍‌ଡେଟ୍‌ କରିପାରିବେ ।

ଏମିତି ଅପ୍‌ଡେଟ୍‌ କରନ୍ତୁ ଠିକଣା-
ପ୍ରଥମେ UIDAI ର ଅଫିସିଆଲ୍‌ ସାଇଟ୍‌କୁ ଯାଆନ୍ତୁ
ପରେ ଆଡ୍ରେସ୍‌ ଅପ୍‌ଡେଟ୍‌ ଉପରେ କ୍ଲିକ୍‌ କରନ୍ତୁ
ଏହାପରେ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର ପ୍ରଦାନ କରନ୍ତୁ
ଟେକ୍ସ ଭେରିଫିକେସନ୍‌ ପାଇଁ ଆପଣଙ୍କ ନିକଟକୁ ଏକ ଓଟିପି ଆସିବ ।
ସେଣ୍ଡ୍ ଓଟିପି ପରେ ଏହି ଓଟିପି ଆସିବ, ଏହାକୁ ଆପଣ ଉପଯୁକ୍ତ ସ୍ଥାନରେ ଏଣ୍ଟର କରିବେ
ଆପଣଙ୍କୁ ଏବେ ରହୁଥିବା ବା ଅପ୍‌ଡେଟ୍‌ କରିବା ପାଇଁ ଚାହୁଁଥିବା ସ୍ଥାନର ଠିକଣା ପ୍ରଦାନ କରିବା ପାଇଁ ପଡିବ ।
ଏଥିରେ ମୋଡିଫିକେସନ୍‌ ସ୍ଥାନରେ କ୍ଲିକ୍‌ କରି ଆପଣ ଠିକଣା ପରିବର୍ତ୍ତନ କରିପାରିବେ ।

ଏହାପରେ ଡ୍ଲିକାରେସନ୍‌ ଉପରେ କ୍ଲିକ୍ କରନ୍ତୁ ।
ଏହାପରେ ଆଡ୍ରେସ୍‌ ଅପ୍‌ଡେଟ୍‌ ହୋଇଯିବ ।

ଆଧାର କେନ୍ଦ୍ରକୁ ଯାଇ ମଧ୍ୟ ଆଧାର ଅପ୍‌ଡେଟ୍ କରିପାରିବେ ।