PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଆଦିବାସୀ ଯୁବତୀକୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ଯୁବକ ଗିରଫ

ଧାମରା ୧୪/୧୨: ଜଣେ ଶ୍ରମଜୀବୀ ଆଦିବାସୀ ଯୁବତୀ ଗତ ୧୧ ତାରିଖ ସଂଧ୍ୟା ବେଳେ ଗଣବଳାତ୍କାରର ଶିକାର ହୋଇଛନ୍ତି । ଘଟଣାରେ ପୁଲିସ ୩ ଜଣ ଯୁବକକୁ ଗିରଫ କରିଛି । ଏମିତି ଲଜ୍ଜାଜନକ ଘଟଣା ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଅନ୍ତର୍ଗତ କରଞ୍ଜମାଳ ପଞ୍ଚାୟତର ବଇଁଞ୍ଚା ଗାଁରେ ଘଟିଛି । ଗିରଫ ଅଭିଯୁକ୍ତମାନେ ହେଲେ ବଇଞ୍ଚା ଗାଁର ଶରତ କୁମାର ସ୍ୱାଇଁ ଓରଫ ବାପି (୩୬), କୁଆମରା ଗାଁର ଦେବବ୍ରତ ଦାସ ଓରଫ ବାପୁଜୀ (୨୦) ଓ ଆଗରପଡ଼ା ଥାନା ଅନ୍ତର୍ଗତ ବଡ଼ସଡ଼ୁଆ ଗାଁର ସରୋଜ ବରାଳ ଓରଫ ତପନ (୨୪) । ସଂପୃକ୍ତ ଯୁବତୀଙ୍କ ପରିବାର ମୟୂରଭଞ୍ଜ ଜିଲ୍ଲାରୁ ଆସି ଏଠାରେ ରହି କାମଧନ୍ଦା କରି ଗୁଜୁରାଣ ମେଣ୍ଟାଉଥିଲେ ।

ଗତ ୧୧ ତାରିଖ ସଂଧ୍ୟାରେ ଧାନକଟା କାମ ସାରି ଉକ୍ତ ପରିବାର ଜଣେ ୧୯ ବର୍ଷିୟା ଯୁବତୀ ବାସସ୍ଥାନ ନିକଟ ପୋଖରୀ ନିକଟକୁ ଶୌଚ ହେବାକୁ ଯାଇଥିଲେ । ଏତିକିବେଳେ ଶରତ, ଦେବବ୍ରତ ଓ ସରୋଜ ସଂପୃକ୍ତ ଯୁବତୀଙ୍କୁ ପାଖରେ ଥିବା ଏକ କୁଡ଼ିଆକୁ ନେଇ ଦୁଷ୍କର୍ମ କରିଥିଲେ । କାହା ପାଖରେ କହିଲେ, ଜୀବନରୁ ମାରିଦେବାକୁ ଧମକ ଦେଇ ପଳାଇ ଯାଇଥିଲେ । ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ପ୍ରଥମେ କରଞ୍ଜମାଳ ଫାଣ୍ଡି ଓ ପରେ ବାଂଶଡା ଥାନାରେ ଏତଲା ଦିଆଯାଇଥିଲା । ପୁଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଗତକାଲି ତନାଘନା କରିଥିଲେ । ବିଳମ୍ବିତ ରାତ୍ରିରେ ୩ ଜଣଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଥିଲା ।