PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ଆଦିଲ ସହ ଯୋଗାଯୋଗ ପାଇଁ ପିୟର-ଟୁ-ପିୟର ସଫ୍ଟଓ୍ବେୟାର ବ୍ୟବହାର କରୁଥିଲା ଜୈଶ

ନୂଆଦିଲ୍ଲୀ,୧୮।୨(ଏଜେନ୍ସି): ପୁଲଓ୍ବାମାରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ନୂଆ ସୂଚନା ମିଳିଛି। ଏହି ଆକ୍ରମଣର ତଦନ୍ତରେ ଲାଗିଥିବା ସୁରକ୍ଷାକର୍ମୀ ଓ ଗୁଇନ୍ଦା ଏଜେନ୍ସିକୁ ସୂଚନା ମିଳିଛି ଯେ ଜୈଶ-ଏ-ମହମ୍ମଦ ହ୍ୟାଣ୍ଡେଲର ଆକ୍ରମଣରେ ଆତଙ୍କବାଦୀ ଆଦିଲ ଅହମ୍ମଦ ଡାର ସହିତ ପିୟର-ଟୁ-ପିୟର ସଫ୍ଟଓ୍ବେୟାର ସର୍ଭିସ ଦ୍ବାରା କନେକଟେଡ୍ ଥିଲା। ଜୈଶ-ଏ-ମହମ୍ମଦର ପରିଚାଳକ ଏହି ସର୍ଭିସର ବ୍ୟବହାର  କରୁଥିଲେ। କାରଣ ଏହାଦ୍ବାରା ମୋବାଇଲ ଫୋନ୍ ସର୍ଭିଲାନ୍ସର ପରିସରରେ ଆଣିବା ସହଜ ହେବନି। ଆତଙ୍କବାଦୀମାନେ ପିୟର-ଟୁ-ପିୟର ସଫ୍ଟଓ୍ବେୟାର ସର୍ଭିସ-ଓ୍ବାଇଏସ୍ଏମଏସ୍  ମୋବାଇଲ ଆପ୍ ଜରିଆାରେ ଡାର ସହିତ ଡିସେମ୍ବର ୨୦୧୮ରେ ଯୋଗାଯୋଗ କରିଥିଲେ।

source: www.newindianexpress.com/

ଗୁଇନ୍ଦା ଏଜେନ୍ସି ହାତରେ ଓ୍ବାଇଏସ୍ଏମ୍ଏସ୍ ମେସେଜ୍ କପି ମିଳିଥିଲା।   ଏଜେନ୍ସିର କହିବା ଅନୁସାରେ ଏହି ମେସେଜ୍ ପୁଲଓ୍ବାମା ଆକ୍ରମଣ ପରେ କରାଯାଇଥିଲା। ପ୍ରଥମ ମେସେଜରେ ଲେଖା ଯାଇଥିଲା , ଜୈଶର ଆତଙ୍କବାଦୀ ନିଜର ଲକ୍ଷ୍ୟରେ ସଫଳ ହୋଇଛନ୍ତି’ ଓ ଦ୍ବିତୀୟ ମେଜେସ୍ ଲେଖା ଯାଇଥିଲା ’ଭାରତୀୟ ସୈନକ ଓ ବହୁ ଗାଡି ଆକ୍ରମଣରେ ଶେଷ ହୋଇଯାଇଛନ୍ତି।’ ଏହି ଓ୍ବାଇଏସ୍ଏମ୍ କୋଡ୍ ମେସେଜ୍ ପଠାଇବା ପାଇଁ ଅଲଟ୍ରା ହାଇ ରେଡିଓ ଫ୍ରିକ୍ୟୁଏନ୍ସି ମଡେଲର ବ୍ୟବହାର କରାଯାଇଥାଏ। ଏଥିରେ ରେଡିଓ ସେଟ୍କୁ ଏକ ଫୋନ୍ ସହିତ ଆଟାଚ୍ କରାଯାଇଥାଏ। ଯାହା ଭିତରେ କୌଣସି ସିମ୍ କାର୍ଡ ନଥାଏ। ରେଡିଓ ସେଟରେ ପ୍ରକୃତରେ ଏକ ଛୋଟ ଟ୍ରାନ୍ସମିଟର ଥାଏ। ଯେଉଁଥିରେ କି  ଓ୍ବାଇ-ଫାଏ ସୁବିଧା ରହିଥାଏ। ଏହି ଓ୍ବାଇ-ଫାଏ ଦ୍ବାରା ମୋବାଇଲକୁ କନେକ୍ଟ କରାଯାଇଥାଏ। ଓ୍ବାଇଏସ୍ଏମ୍ଏସ୍ ଆପ୍ ହାର୍କ ଓ୍ବେବରେ ୨୦୧୨ ଠାରୁ ଉପଲବ୍ଧ। ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଏହାର ଏକ ନୂଆ ସଂସ୍କରଣ ତିଆରି କରିସାରିଛି ଯାହାକି ଏଭଳି ଫ୍ରିକ୍ବେଏନ୍ସି ବ୍ୟବହାର କରିଥାଏ। ଯାହା   କୌଣସି ମନିଟରିଂ ଡିଭାଇସକୁ ଧରିବାରେ ସଫଳ ହୋଇଥାଏ।

source: https://zeenews.india.com

ପିୟର-ଟୁ-ପିୟର ସର୍ଭିସର ଏକ ଉଦାହରଣ ଟରେଣ୍ଟରୁ ହେବାକୁ ଥିବା ଡାଉନଲୋଡିଂ ଅଟେ। ଏହା ଦ୍ବାରା ବିଶ୍ବର କୌଣସି ସ୍ଥାନରେ  ଗୋଟିଏ କମ୍ପ୍ୟୁଟର ଅନ୍ୟ ଏକ କମ୍ପ୍ୟୁଟର ଦ୍ବାରା ଇଣ୍ଟରନେଟ୍ ଜରିଆରେ ଜୋଡି ରହିଥାଏ ଓ ଏହି ସର୍ଭିସ ଦ୍ବାରା ପରସ୍ପର ମଧ୍ୟରେ ଫାଇଲ ସେୟାର କରିବା ପାଇଁ କୌଣସି ସର୍ଭରର ଆବଶ୍ୟକତା ଦରକାର ପଡିନଥାଏ। ଏହି କାରଣରୁ ଏହା ଉପରେ ଜରିମନା ଲଗାଇବା ଚ୍ୟାଲେଞ୍ଜିଂ ରହିଥାଏ। ଏଠାରେ ଉଲ୍ଳେଖନୀୟ ଯେ ୧୪ ଫେବୃଆରୀରେ ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫର ୪୦ ଯବାନ ଶହୀଦ ହୋଇଥିଲେ।  ଏହି ଆକ୍ରମଣରେ ବିସ୍ଫୋରକ ଭର୍ତ୍ତି ଏକ କାର ବ୍ୟବହାର କରାଯାଇଥିଲା।

ସମ୍ବନ୍ଧିତ ଖବର