ଶ୍ୱେତାଙ୍କ ହୃଦୟ ଜିଣିବା ପାଇଁ ବହେ ପାମ୍ପଡ଼ ବେଲିବାକୁ ପଡ଼ିଥିଲା ଆଦିତ୍ୟଙ୍କୁ

ଆଦିତ୍ୟଙ୍କୁ ପ୍ରଥମେ ରିଜେକ୍ଟ କରିଥିଲେ ଶ୍ୱେତା ଟିଭି ହୋଷ୍ଟ, ସିଙ୍ଗର ତଥା ଅଭିନେତା ଆଦିତ୍ୟ ନାରାୟଣ ଗଲା କିଛିଦିନ ହେଲା ଚର୍ଚ୍ଚାରେ । ଏଇବର୍ଷ ଡିସେମ୍ୱରରେ ଆଦିତ୍ୟ ହାତକୁ ଦି’ ହାତ ହେବାକୁ ଯାଉଛନ୍ତି ଯେତେବେଳେ ଚର୍ଚ୍ଚା ତ ନିଶ୍ଚିତ ହେବ । ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କୁ ସେ ସବୁଦିନ ପାଇଁ ନିଜର କରିବାକୁ ଯାଉଛନ୍ତି । କୁହାଯାଉଛି ଯେ ଉଭୟ ପ୍ରେମପକ୍ଷୀ ଗଲା ୧୦ ବର୍ଷ ହେଲାଣି ସମ୍ପର୍କରେ ରହିଛନ୍ତି । ଉଭୟ ‘ଶାପିତ’ ଫିଲ୍ମରେ ପରସ୍ପରକୁ ପ୍ରଥମ ଥର ପାଇଁ ଭେଟିଥିଲେ ।

ଏହାପରେ ନିକଟତର ହେବାକୁ ଲାଗିଥିଲେ । କିନ୍ତୁ ଶ୍ୱେତା ପ୍ରଥମେ ଆଦିତ୍ୟଙ୍କୁ ରିଜେକ୍ଟ କରିଦେଇଥିଲେ ବୋଲି ହୁଏତ ଅନେକଙ୍କୁ ଜଣା ନ ଥିବ! ଆଦିତ୍ୟ ଏହା ନିଜେ ସ୍ୱୀକାର କରିଛନ୍ତି । ଶ୍ୱେତାଙ୍କ ହୃଦୟ ଜିଣିବା ପାଇଁ ଆଦିତ୍ୟଙ୍କୁ ବହେ ପାମ୍ପଡ଼ ବେଲିବାକୁ ପଡ଼ିଥିଲା । ଆଦିତ୍ୟ ପ୍ରଥମେ ପ୍ରପୋଜ କରିବା ପରେ ରିଜେକ୍ଟ କରିଥିଲେ ଶ୍ୱେତା । ଏହାର ପରଦିନ ଉଭୟ ସୁଟିଙ୍ଗ ସେଟ୍‌ରେ ପରସ୍ପରକୁ ଭେଟିବା ପରେ ଶ୍ୱେତାଙ୍କୁ ଲଞ୍ଚରେ ନେବାକୁ ଆଦିତ୍ୟ ଡାକିଥିଲେ ।

ମାଆ ଦୀପା ନାରାୟଣଙ୍କ ପରାମର୍ଶରେ ଆଦିତ୍ୟ ଏଭଳି କରିଥିଲେ । କିନ୍ତୁ ଡେଟିଙ୍ଗରେ ଯିବାକୁ ସିଧା ମନାକରିଦେଇଥିଲେ ଶ୍ୱେତା । ଶାପିତ ଫିଲ୍ମ ସୁଟିଙ୍ଗ ଶେଷ ହେବା ପରେ ଆଦିତ୍ୟଙ୍କୁ ଭେଟିବାକୁ ତାଙ୍କର କିଛି ସମ୍ପର୍କୀୟ କୋଲକାତା ଆସିଥିଲେ । ସେହିଦିନ ହିଁ ଶ୍ୱେତା ଆଦିତ୍ୟଙ୍କୁ ଗ୍ରୀନ୍‌ ସିଗ୍ନାଲ ଦେଇଥିଲେ । ପରିବାର ସହ ମୋର ବଣ୍ଡିଙ୍ଗ୍‌କୁ ଦେଖି ଶ୍ୱେତା ବହୁତ ଖୁସି ହୋଇଥିବା ଆଦିତ୍ୟ ଏକ ସାକ୍ଷାତକାରରେ କହିଛନ୍ତି ।

   ସମ୍ବନ୍ଧିତ ଖବର


ଲୁବିଏନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମହେଶ ଭଟ୍ଟ- ୧କୋଟିର ମାନହାନି ମାମଲା ରୁଜୁ କଲେ

ଚୀନ୍‌ ଏବଂ ପାକିସ୍ତାନକୁ ଚେତାବନୀ ଦେଲେ ଅଜିତ୍‌ ଡୋଭଲ୍‌ – ଏ ହେଉଛି ନୂଆ ଭାରତ, ଯେଉଁଠାରେ ବିପଦ ସେହିଠାରେ କରିବୁ ମୁକାବିଲା

ଚୀନ୍‌ର ଚିନ୍ତା, ଶକ୍ତିଶାଳୀ ହେଉଛି ଭାରତ- ଆମେରିକା କହିଲା ଏବେ ମିଳିମିଶି କାମ କରିବାର ସମୟ,

ମିଛ ବା ସେଲ୍ କଂମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର ବେଆଇନ୍‌ କାରବାର, ବାହାମାସ୍ ପେପର ସ୍କାମ୍‌ରେ ଜୟ ପଣ୍ଡା ଓ ପତ୍ନୀ ଜଗୀ ମଙ୍ଗତ ପଣ୍ଡାଙ୍କ କମ୍ପାନୀର ସମ୍ପୃକ୍ତି ଅଭିଯୋଗ

ମହିଳାଙ୍କୁ ଦେଖି ପ୍ୟାଣ୍ଟ ଖୋଲି – ଖରାପ କାମ କରିଥିବା ପୁଲିସ ଅଧିକାରୀ ଦିଲ୍ଲୀରୁ ଗିରଫ

ଦୋହା ବିମାନ ବନ୍ଦରରେ ହଙ୍ଗାମା: ମହିଳାଙ୍କ କପଡା ଖୋଲି ଯାଞ୍ଚ କଲେ ଅଧିକାରୀ, ଜାଣନ୍ତୁ କ’ଣ ଥିଲା ପୁରା ଘଟଣା