ଆଦିତ୍ୟ ଦାଶ ମୃତ୍ୟୁ ମାମଲା- ବିଦ୍ୟାଶ୍ରୀଙ୍କର ୫ ଘଣ୍ଟା ଲାଇ ଡିଟେକ୍ଟସନ୍‌ ଟେଷ୍ଟ

ଭୁବନେଶ୍ୱର – ସମାଜସେବୀ ଆଦିତ୍ୟ ଦାଶଙ୍କ ରହସ୍ୟ ଜନକ ମୃତ୍ୟୁ ମାମଲା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆଗେଇ ଚାଲିଛି । ଏହି ଘଟଣାର ୯୦ ଦିନ ବିତିଯାଇଥିଲେ ମଧ୍ୟ ସମିତି କିଛି ନଷ୍କର୍ସ ବାହାରି ନାହିଁ । ଗୁରୁବାରରେ କ୍ରାଇମ୍‌ବ୍ରାଞ୍ଚ୍‌ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରିଛି । ବିଦ୍ୟାଶ୍ରୀଙ୍କର ପ୍ରାୟ ୫ ଘଣ୍ଟା ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି । ଏଥିରେ ଆଦିତ୍ୟଙ୍କ ସମ୍ପର୍କିତ ବହୁ ପ୍ରଶ୍ନ ପଚରାଯାଇଛି ।

ସାମଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଏବେ ବି ରହସ୍ୟ ଘେରରେ । ଘଟଣାରେ ଦେଢମାସ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମାମଲାରୁ ପରଦା ହଟିପାରୁନି । ତେବେ ମାମଲାରେ ଲାଏ-ଡିଟେକ୍ସନ ଟେଷ୍ଟ କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ।

ତେବେ ଆଜି ଲାଏ-ଡିଟେକ୍ସନ ଟେଷ୍ଟ ପାଇଁ ରସୁଲଗଡ଼ ସ୍ଥିତ ଫରେନ୍‌ସିକ୍‌ ଲ୍ୟାବରେ ହାଜର ହୋଇଥିଲେ ବିଦ୍ୟାଶ୍ରୀ । ଆଦିତ୍ୟ ମୃତ୍ୟୁ ମାମଲାର ପ୍ରକୃତ ସତ୍ୟତା କଣ ତାହା ଧରିବା ପାଇଁ ଟେଷ୍ଟ କରାଯାଉଥିବା ଚର୍ଚ୍ଚା ଜୋର୍‌ ଧରିଛି ।