PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁମୁଡିବନ୍ଧ: ଗାଈକୁ ବଞ୍ଚାଇଲା, ଛେଳି ପଲ ଉପରେ ଚଢିଗଲା ମାଲ୍ ବୋଝେଇ ଟ୍ରକ୍, ଓଲଟିବାରୁ କ୍ୟାବିନ୍‌ରେ ପଶିଗଲେ ଡ୍ରାଇଭର ଓ ହେଲ୍ପର୍
  • ||
  • ନରସିଂହପୁର: ଅଗ୍ନିକାଣ୍ଡରେ ଜଳିଗଲା ପାଞ୍ଚ ପରିବାରର ୫ ବଖରା ଘର, ପୋଡ଼ି ପାଉଁଶ ହୋଇଗଲା ଆସବାବପତ୍ର
  • ||
  • ଭୁବନେଶ୍ୱର: ଓଜେଇଇର ଏମ୍‌ବିବିଏସ୍, ବିଡ଼ିଏସ୍ କାଉନସେଲିଂ ସ୍ଥଗିତ
  • ||
  • ନୂଆଦିଲ୍ଲୀ: ଲୋକସଭାରେ ୩ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ
  • ||
  • କେନ୍ଦୁଝର: କାନଝରୀ ଡ୍ୟାମରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଗତକାଲି ଗାଧୋଇଲା ବେଳେ ବୁଡି ଯାଇଥିଲେ…
  • ||
  • ରାୟଗଡ଼: ନିୟମଗିରି ପାହାଡର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର, ଡିସେମ୍ବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ
  • ||
  • ବ୍ରହ୍ମପୁର: ସପ୍ତାହେ ହେଲା ଶାଶୂ ଘର ଆଗରେ ତପସ୍ୱିନୀ: ସ୍ୱାମୀ ଘରକୁ ଯିବେ କି ନାହିଁ ଆଜି କୋର୍ଟରେ ଶୁଣାଣି
  • ||
  • ଯାଜପୁର: ପଦ୍ମଶ୍ରୀ ନନ୍ଦ ସାରଙ୍କୁ ହତ୍ୟା ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||
  • ଭୁବନେଶ୍ୱର : ୪/୫ରେ ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ଛୁଇଁପାରେ ସମ୍ଭାବ୍ୟ ବାତ୍ୟା, ୩ରୁ ପଡ଼ିବ ପ୍ରଭାବ,
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଏକକାଳୀନ ୩ଟି ସ୍ଥାନରେ ରେଡ୍‌, ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଟଙ୍କା ଜବତ
  • ||
  • ପୁରୀ : ଦାରୁଦିଅଁଙ୍କ ପଇତାଲାଗି ନୀତି, ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ଭୋଗରାଇ : ବାବା ଚନ୍ଦନେଶ୍ଵରଙ୍କ ମନ୍ଦିର ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ଟି ଅସ୍ଥାୟୀ ଦୋକାନ
  • ||
  • ଯାଜପୁର : ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||

ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀ କଲେ ମାମଲା ରୁଜୁ, ସୁବାଶିଷ ଷଡଙ୍ଗୀଙ୍କ ନାମରେ ଅପପ୍ରଚାର ଅଭିଯୋଗରେ ମାମଲା

ଭୁବନେଶ୍ୱର – ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା, ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ପକ୍ଷରୁ ଏୟାରଫିଲ୍ଡ ଥାନାରେ ମାମଲା ରୁଜୁ । ସୁବାଶିଷ ଷଡଙ୍ଗୀ ନାମକ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କଲେ ବିଦ୍ୟାଶ୍ରୀ । ସୋସିଆଲ୍ ମିଡିଆରେ ମିଥ୍ୟା ପ୍ରଚାର କରି ବିଦ୍ୟାଶ୍ରୀଙ୍କୁ ବଦନାମ୍ କରୁଥିବା ଅଭିଯୋଗ ବିଦ୍ୟାଶ୍ରୀ ଅଭିଯୋଗ କରିଛନ୍ତି। ଏୟାରଫିଲ୍ଡ ଥାନା ପକ୍ଷରୁ ୧୩୬/୨୦୨୦ରେ ମାମଲା ରୁଜୁ କରାଯାଇଛି ।


ସମାଜସେବୀ ଆଦିତ୍ୟ ଦାଶ୍ ମୃତ୍ୟୁ ଘଟଣାରେ ଏପର୍ଯ୍ୟନ୍ତ ହଟିପାରିନି ପରଦା। ହତ୍ୟା ନା ଆତ୍ମହତ୍ୟା ତାହା ଏବେବି ସସପେନ୍ସ ଘେରରେ ରହିଛି । ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ଏକମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ତଦନ୍ତକାରୀ ଟିମ୍‌ର ହାତ ଖାଲି । ଘଟଣାରୁ ପରଦା ହଟାଇବା ପାଇଁ ଖୁବ ଶୀଘ୍ର ହେବ କ୍ରାଇମ ସିମୁଲେସନ ।

ସୂଚନାଯୋଗ୍ୟ ଆଦିତ୍ୟ ମୃତ୍ୟ ଘଟଣା ଉପରୁ ପରଦା ଉଠାଇବା ପାଇଁ ହେବ କ୍ରାଇମ ସିମୁଲେସନ । ଏକ୍ସପୋର୍ଟ ଟିମକୁ ଘଟଣାସ୍ଥଳ ଡକାଯାଇ କ୍ରାଇମ ସିମୁଲେସନ କରାଯିବ ବୋଲି ସୂଚନା ରହିଛି । ଆଦିତ୍ୟ ଟ୍ରେନ ସାମ୍ନାରେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଟ୍ରେନ ଟ୍ରାକରେ ଫିଙ୍ଗି ଦିଆଯାଇଛି। ଏସବୁ ଘଟଣାରୁ ପରଦା ହଟିବ । ଲିଙ୍ଗରାଜ ଷ୍ଟେସନରେ ତଦନ୍ତକାରୀ ଟିମ ଦ୍ୱାରା ଏକ ପ୍ରତୀକାତ୍ମକ ଚିତ୍ର କିମ୍ବା ଡେମୋ କରାଯିବ । ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ସହ ରେଳବାଇ ବିଭାଗର କିଛି ଅଭିଜ୍ଞ ଯନ୍ତ୍ରୀ, ଲୋକ ପାଇଲଟ ଏହି ଘଟଣା ସ୍ଥଳରେ ଯାଂଚ କରିବେ ।

ଘଟଣା ଘଟିବା ଦିନ କଣ ହୋଇଥାଇ ପାରେ ତାକୁ ନେଇ ସେଠାରେ ଏକ ପ୍ରତୀକାତ୍ମକ ନାଟ୍ୟ ରୂପ ପ୍ରସ୍ତୁତ କରିବେ । ଏହାକୁ ତଦନ୍ତକାରୀ ଏକ୍ସପୋର୍ଟ ଟିମ ତର୍ଜମା କରିବ। ଫଳରେ ଆଦିତ୍ୟଙ୍କ ମୃତ୍ୟୁ କିପରି ହୋଇଥାଇପାରେ ତାହା ଜଣାପଡ଼ିବ । ଆଦିତ୍ୟଙ୍କ ଶରୀରରେ ଥିବା ଆଘାତ ଟ୍ରେନ ଦ୍ୱାରା ହୋଇଛି କି ନାହିଁ। ତାଙ୍କୁ କେହି ଠେଲି ଦେଇଛି କି ? ଏ ସବୁ ଅସମାହିତ ପ୍ରଶ୍ନର ଉତ୍ତର କିଛି ଅଂଶରେ ମିଳିପାରେ ବୋଲି ଅନୁମାନ କରାଯାଉଛି । କ୍ରାଇମ ସିମୁଲେସନ ଦ୍ୱାରା କିଛି ତଥ୍ୟ ସାମ୍ନାକୁ ଆସିପାରେ । ସେହିପରି ପୁର୍ବରୁ ଅନେକ ଅପରାଧିକ ମାମଲାର ରହସ୍ୟ ଖୋଲିବାର ନଜିର ରହିଛି