PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ଆଦିତ୍ୟଙ୍କ ଡେଥ୍‌ ମିଷ୍ଟ୍ରିକୁ ମାସେ: ଧିମେଇଛି କ୍ରାଇମ୍‌ବ୍ରାଞ୍ଚ ତଦନ୍ତ, କ୍ରାଇମ୍‌ ସିମୁଲେସନରୁ ଘଟଣା ପଛରୁ ପରଦା ହଟାଇବାକୁ ଦାବି

ଭୁବନେଶ୍ୱର,୦୮/୦୮: ସମାଜସେବୀ ଆଦିତ୍ୟଙ୍କ ଡେଥ୍‌ ମିଷ୍ଟ୍ରି ଆଜିକୁ ମାସେ ପୂରିଛି । କିନ୍ତୁ ଏଯାଏଁ ସରୁନି ସସ୍‌ପେନ୍ସ । ସମଗ୍ର ମାମଲାଟି ବୁଢ଼ିଆଣୀ ଜାଲ ଭଳି ଦିନକୁ ଦିନ ଗୁନ୍ଥି ହୋଇଯାଉଛି । ଜିଆର୍‌ପି ପରେ ଏବେ ତଦନ୍ତ ଭାର ସମ୍ଭାଳିଥିବା କ୍ରାଇମ୍‌ବ୍ରାଞ୍ଚ ପୂରା ବାଉଳା । କିଛି ଥଳକୂଳ ପାଉନି । ଖାଲି ଅନ୍ଧାରରେ ବାଡ଼ି ବୁଲାଉଛି । ପ୍ରାରମ୍ଭରୁ ବେଶ୍‌ ଜୋର୍‌ସୋର୍‌ରେ ତଦନ୍ତ ଆରମ୍ଭ କରିଥିବା ତଦନ୍ତକାରୀ ଟିମ୍‌ର ଜୋଶ୍‌ରେ ଏବେ କିଛି ଦିନ ହେଲା ଧୀମାପଣ ଆସିଛି । କ୍ରାଇମ୍‌ ସିମୁଲେସନ ଯୋଗେ ଘଟଣା ପଛରୁ ପରଦା ହଟାଇବାକୁ ଏବେ ଦାବି ଉଠିଛି ।

ବିଶେଷଜ୍ଞଙ୍କ ମତ ଦ୍ୱାରା, ଏକ୍ସପର୍ଟ ଟିମ୍‌କୁ ଘଟଣାସ୍ଥଳକୁ ଡକାଯାଇ କ୍ରାଇମ୍‌ ସିମୁଲେସନ କରାଯାଉ । ଯେଉଁଥିରୁ ଆଦିତ୍ୟ ଟ୍ରେନ୍‌ ସାମ୍ନାରେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରି ଟ୍ରେନ୍‌ ଟ୍ରାକ୍‌ରେ ଫିଙ୍ଗି ଦିଆଯାଇଛି । ଏନେଇ କିଛି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ । ଶ୍ରୀଲିଙ୍ଗରାଜ ରେଳଷ୍ଟେସନରେ ତଦନ୍ତକାରୀ ଟିମ୍‌ ଦ୍ୱାରା ଏକ ପ୍ରତିକାତ୍ମକ ଚିତ୍ର କିମ୍ବା ଡେମୋ କରାଯିବ ।

ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ସହ ରେଳବାଇ ବିଭାଗର କିଛି ଅଭିଜ୍ଞ ଯନ୍ତ୍ରୀଙ୍କ ଏକ ଟିମ୍‌ ଘଟଣାସ୍ଥଳରେ ଯାଞ୍ଚ କରିବେ । ଫଳରେ କେଉଁ ପରିସ୍ଥିତିରେ ଆଦିତ୍ୟଙ୍କ ମୃତ୍ୟୁ ଘଟିଛି ? ଆଦିତ୍ୟଙ୍କ ଶରୀରରେ ଥିବା ଆଘାତ ଟ୍ରେନ୍‌ ଧକ୍କା ଦ୍ୱାରା ହୋଇଛି କି ନାହିଁ । ତାଙ୍କୁ କେହି ଠେଲି ଦେଇଛନ୍ତି କି? ଏସବୁ ଅସମାହିତ ପ୍ରଶ୍ନ ଉତ୍ତର କିଛି ଅଂଶରେ ମିଳିପାରିବ।

ସୂଚନା ଥାଉ କି, କ୍ରାଇମ୍‌ ସିମୁଲେସନ ଦ୍ୱାରା ପୂର୍ବରୁ ଅନେକ ଅପରାଧିକ ମାମଲାର ରହସ୍ୟ ଖୋଲିଥିବା ନଜିର୍‌ ରହିଛି । ଏପରିସ୍ଥଳେ ତଦନ୍ତକାରୀ ଟିମ୍‌ କ୍ରାଇମ୍‌ ସିମୁଲେସନ ପ୍ରକ୍ରିୟାର ସହାୟତା ନେବ କି? ଏନେଇ ପ୍ରଶ୍ନ ଉଠିଛି ।