ପ୍ରମୁଖ ଖବର
  • ଟାଟା ମୋଟର୍ସ ଚାକିରି ଦେବା ନାଁ ଠକଇେ ମାମଲା: ଅଦାଲତରେ ହାଜର ହେବେ ପ୍ରଦିପ ପାଣିଗ୍ରାହୀ
  • ||
  • ନିର୍ବାଚନ ଲଢ଼ିପାରିବେନି କଟକ- ବାରବାଟୀ ବିଧାୟକ ମହମ୍ମଦ ମୋକିମ୍,,ଦୋସୀ ସାବ୍ୟସ୍ତ ଉପରେ ଲାଗିନି ରୋକ୍
  • ||
  • ଶଙ୍ଖ ଭବନରେ ବର୍ଷା ପ୍ରିୟଦର୍ଶିନୀ, ଆରମ୍ଭ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ORHDC ଦୁର୍ନୀତି ମାମଲା : ମହମ୍ମଦ ମୋକିମଙ୍କୁ ଜାମିନ୍ ଦେଲେ ସୁପ୍ରିମକୋର୍ଟ, ଭିଜିଲାନ୍ସକୁ ନୋଟିସ୍
  • ||
  • ମାଲେସିଆରେ ନୌସେନାର ୨ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୧୦ ମୃତ
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମ୍ବଲପୁର ପୂର୍ବତନ ବିଧାୟିକା ଡ. ରାସେଶ୍ବରୀ ପାଣିଗ୍ରାହୀ
  • ||
  • ମାହାଙ୍ଗା ଡବଲ୍‌ ମର୍ଡର ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ
  • ||
  • ବନ୍ୟାରେ ଭାସିଲା ଚୀନ୍‌: ବିପଦ ସଙ୍କେତ ଉପରେ ୪୪ ନଦୀ, ୪ ମୃତ, ହଜାରେରୁ ଅଧିକ ସ୍କୁଲ ବନ୍ଦ
  • ||
  • ଆଇପିଏଲରେ ସୁପର କିଙ୍ଗ୍‌ସ- ସୁପର ଜାଏଣ୍ଟ୍‌ସ ମଧ୍ୟ ଲଢ଼େଇ, ପୂର୍ବ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ CSK
  • ||
  • ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ଆଜି ସୁପ୍ରିମକୋର୍ଟରେ ମହମ୍ମଦ ମୋକିମ୍‌ଙ୍କ ଭାଗ୍ୟ ପରୀକ୍ଷା
  • ||
  • ହେ ପ୍ରଭୁ! ରକ୍ଷା କର..ଆହୁରି ଭୟାନକ ହେବ ଗ୍ରୀଷ୍ମ ପ୍ରବାହ, ୨୬ରେ ତାତିର ବିସ୍ଫୋରଣ ଆଶଙ୍କା
  • ||

ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣା ଭିନ୍ନ ମୋଡ଼: ବିସ୍ମିତ୍‌, ବିଦ୍ୟାଶ୍ରୀଙ୍କ ନାଁରେ ଏତଲା ଦେଲେ ଚିନ୍ମୟୀ

ଭୁବନେଶ୍ୱର ୦୮/୦୯: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଇଛି । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ରହସ୍ୟମୟୀ ଯୁବତୀ କୁହାଯାଉଥିବା ଚିନ୍ମୟୀ ମହାପାତ୍ର ଏବେ ଥାନା ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ସମାଜସେବୀ ବିସ୍ମିତ୍‌ ଦାଶ, ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ସମେତ ଏକ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥା ବିରୋଧରେ ଖଇରା ଥାନରେ ଏତଲା ଦେଇଛନ୍ତି । ମିଥ୍ୟା ଅଭିଯୋଗ, ମିଥ୍ୟା ଖବର ପ୍ରଚାର କରି ତାଙ୍କ ସମ୍ମାନର ହାନି କରାଯାଇଥିବା ଅଭିଯୋଗପତ୍ରରେ ସେ ଉଲ୍ଲେଖ କରିଛନ୍ତି ।

ସୂଚନା ଅନୁସାରେ, ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାରେ ଜଣେ ରହସ୍ୟମୟୀ ସାଇକୋ ଲେଡିର ହାତ ଥିବା ଆଦିତ୍ୟଙ୍କ ବାପା ନନ୍ଦକିଶୋର ଦାଶ, ବାଲେଶ୍ୱର ଅଞ୍ଚଳର ସମାଜସେବୀ ବିସ୍ମିତ୍‌ ଦାଶ ନିକଟରେ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ପରେ ଏହି ରହସ୍ୟମୟୀ ଯୁବତୀଙ୍କୁ ନେଇ ଖୋଳତାଡ଼ ଆରମ୍ଭ ହୋଇଥିଲା । ତାଙ୍କ ନାଁରେ ବିଭିନ୍ନ ଅପପ୍ରଚାର ସହ ସାଇକୋ ଲେଡିର ଆଖ୍ୟା ଦିଆଯାଇଥିଲା । ଏହି ଯୁବତୀ ଜଣକ ଖଇରା ଅଞ୍ଚଳର ବୋଲି ଜଣାପଡ଼ିବା ପରେ ଚିନ୍ମୟୀ ମହାପାତ୍ର ଚର୍ଚ୍ଚାକୁ ଆସିଥିଲେ । ଗଣମାଧ୍ୟମ ଆଗରେ ମୁହଁ ଖୋଲିବା ସହ ଏପରିି ମିଥ୍ୟା ଅଭିଯୋଗ ବିରୋଧରେ ସେ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଥିଲେ ।

ଗତ ଶନିବାର ରାତିରେ ଚିନ୍ମୟୀ ଖଇରା ଥାନାରେ ଏତଲା ଦେଇଥିଲେ । ଅଭିଯୋଗପତ୍ରରେ ବିସ୍ମିତ, ବିଦ୍ୟାଶ୍ରୀଙ୍କ ନାମ ସେ ଉଲ୍ଲେଖ କରିଛନ୍ତି । ଅଭିଯୋଗ କରିଛନ୍ତି, ଆଦିତ୍ୟଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ବିସ୍ମିତ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ । ଆଦିତ୍ୟଙ୍କ ମୃତ୍ୟୁ ପରେ କ୍ରାଇମବ୍ରାଞ୍ଚର ପରିଚୟ ଦେଇ ବିସ୍ମିତ ତାଙ୍କ ସହ ରାତିରେ ଫୋନ୍‌ରେ କଥାବାର୍ତ୍ତା କରୁଥିଲେ । ତାଙ୍କ ପ୍ରତି ଆକର୍ଷିତ କରିବା ପାଇଁ ସେ ହ୍ୱାଟ୍‌ସଆପରେ ବିଭିନ୍ନ ମେସେଜ ପଠାଉଥିଲେ । କେବଳ ଏତିକି, ନୁହେଁ ମଧ୍ୟରାତ୍ରରେ ଭିଡିଓ କଲ୍‌ କରି ତାଙ୍କ ସଙ୍ଗଠନ "ଆଚ୍ଛା'ରେ ଯୋଗ ଦେବାକୁ କହିଥିଲେ । ଦିନକୁ ଦିନ ବିସ୍ମିତ୍‌ଙ୍କ ଏଭଳି ବ୍ୟବହାର ଅସହ୍ୟ ହେବାରୁ ଚିନ୍ମୟୀ ତାଙ୍କ ଉପରେ ବିରକ୍ତ ପ୍ରକାଶ କରିଥିଲେ । ଏଥିରେ ପ୍ରତିଶୋଧ ପରାୟଣ ହୋଇ ବିସ୍ମିତ୍‌ ସାଇକୋ ଲେଡି ସଜାଇବାକୁ ଏଭଳି ମିଥ୍ୟା ଜାଲ ବିଛାଇଥିବା ଚିନ୍ମୟୀ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।

ସେହିପରି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଗଣମାଧ୍ୟମରେ ସମ୍ମାନ ହାନି ହେବା ଭଳି ଅନେକ କଥା କହିଥିବା ଚିନ୍ମୟୀ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଗଣମାଧ୍ୟମରେ ବିଦ୍ୟାଶ୍ରୀ ତାଙ୍କୁ ବ୍ଲାକମେଲର, ଆଦିତ୍ୟଙ୍କୁ ଏକତରଫା ଭଲ ପାଉଥିବା ଭଳି ମନଗଢ଼ା କହାଣୀ କହିଥିବା ଚିନ୍ମୟୀ ଏହି ଅଭିଯୋଗପତ୍ରରେ ଦର୍ଶାଇଛନ୍ତି । ସେହିପରି ଏକ ରାଜ୍ୟସ୍ତରୀୟ ବୈଦ୍ୟୁତିକ ଗଣମାଧ୍ୟମ ଘଟଣାର ନିରପେକ୍ଷ ତଦନ୍ତ ନ କରି ତାଙ୍କୁ ସାଇକୋ ଲେଡି ଭାବେ ମଧ୍ୟ ଉପସ୍ଥାପନା କରିଥିଲା । ଏହା ଦ୍ୱାରା ତାଙ୍କ ସମ୍ମାନର ହାନି ଘଟିଥିବା ଚିନ୍ମୟୀ ଅଭିଯୋଗପତ୍ରରେ ଉଲ୍ଲେଖ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି ।

ଚିନ୍ମୟୀଙ୍କ ଅଭିଯୋଗକ୍ରମେ ଖଇରା ଥାନାରେ କେସ୍‌ ନଂ ୧୮୪/୨୦ ଅନୁଯାୟୀ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୁବ୍ରତ ବେହେରା ସୂଚନା ଦେଇଛନ୍ତି । ଅପରପକ୍ଷରେ ଚିନ୍ମୟୀଙ୍କ ଅଭିଯୋଗକୁ ବିସ୍ମିତ୍‌ ଖଣ୍ଡନ କରିଛନ୍ତି । କୌଣସି ଗଣମାଧ୍ୟମରେ ଚିନ୍ମୟୀଙ୍କ ନାମ ନେଇ ସାଇକୋ ଲେଡି ବୋଲି ଉଚ୍ଚାରଣ କରି ନ ଥିବା ସେ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.