ବରମାଳା ପିନ୍ଧାଇବା ସମୟରେ ଫାଟିଗଲା ଆଦିତ୍ୟଙ୍କ ପାଇଜାମା- ତାପରେ କଲେ ଏହି କାମ, ଟ୍ୱିଟ କରି ସୂଚନା ଦେଲେ

ମୁମ୍ବଇ- ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କର ପୁଅ ଆଦିତ୍ୟ ନାରାୟଣଙ୍କର ବିବାହ ସମ୍ପନ୍ନ ହୋଇଛି । ଡିସେମ୍ବର ଏକ ତାରିଖରେ ସେ ତାଙ୍କର ଦୀର୍ଘ ସମୟର ପ୍ରମେକା ଶ୍ୱେତା ଅଗ୍ରଓ୍ୱାଲଙ୍କୁ ବିବାହ କରିଛନ୍ତି । ମୁମ୍ବାଇର ଇସ୍କନ ମନ୍ଦିରରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି ।

ଏହି ବିବାହ ସମୟର ଅନେକ କଥା ଆଦିତ୍ୟ ସେୟାର କରିଛନ୍ତି । ବିବାହ ଉତ୍ସବକୁ ନେଇ ସେ ବେଶ୍‌ ଉତ୍ସାହିତ ଥିଲେ । ବିବାହ ସମୟରେ ବରମାଳା ପିନ୍ଧାଇବା ସମୟରେ ବର ଏବଂ ବଧୂଙ୍କୁ ତାଙ୍କର ବନ୍ଧୁ ଏବଂ ପରିଜନ ଉପରକୁ ଉଠାଇ ରଖଥିଲେ । ଆଧିତ୍ୟଙ୍କୁ ତାଙ୍କ ସାଙ୍ଗମାନେ ଉପରକୁ ଉଠାଇବା ସମୟରେ ତାଙ୍କର ପାଇଜାମା ଫାଟି ଯାଇଥିଲା । ମାତ୍ର ଯେ କୌଣସି ମତେ ସେ ଶ୍ୱେତାଙ୍କୁ ବରମାଳା ପିନ୍ଧାଇ ଦେଇଥିଲେ ।

ଏହାପରେ ତାଙ୍କରି ସ୍ୱାସ୍ଥ୍ୟ ସହ ସମାନା ସ୍ୱାସ୍ଥ୍ୟ ଥିବା ଆଉଜଣେ ବନ୍ଧୁଙ୍କର ପାଇଜାମା ସେ ପିନ୍ଧିଥିଲେ । ପରମ୍ପରା ଅନୁସାରା ଅଗ୍ନି ଚାରିପଟେ ୭ ଘେରା ନେବା ସମୟରେ ସେ ବନ୍ଧୁଙ୍କର ପାଇଜାମା ପିନ୍ଧିଥିଲେ । ବିବାହର କିଛି ଦିନ ପରେ ସେ ନିଜେ କିଣିଥିବା ୫ ବିଏଚ୍‌କେ ଫ୍ଲାଟରେ ରହିବେ ବୋଲି କହିଛନ୍ତି । ଆଉ ତିନି ଚାରି ମାସ ପରେ ସେ ନିଜ ଫ୍ଲାଟରେ ରହିବେ ବୋଲି କହିଛନ୍ତି । ଏହା ତାଙ୍କ ବାପା ମାଆଙ୍କ ଫ୍ଲାଟ ଠାରୁ ମାତ୍ର ୫୦ ମିଟର ଦୂରରେ ଅଛି ।

ବିବାହରେ ତାଙ୍କ ପିତା ବେଶ୍‌ ଖୁସୀ ଥିବା କଥା ସେ କହିଛନ୍ତି । ଏହାପରେ ସେ ସିଲିମ୍‌ , ସୁଲା ଭିନ୍‌ୟାର୍ଡ ଏବଂ ଗୁରମାର୍ଗକୁ ହନିମୁନରେ ଯାଇ ପାରନ୍ତି ବୋଲି ସୂଚନା ଦେଇଛନ୍ତି ।