ଆଦିତ୍ୟ ମୃତ୍ୟୁ ଘଟଣା- କ୍ରାଇମ୍ ବ୍ରାଂଚରେ ହାଜର ହେଲେ ଏକ୍ସ ଗର୍ଲ ଫ୍ରେଣ୍ଡ କୁହାଯାଉଥିବା ଚିନ୍ମୟୀ

ବାଲେଶ୍ୱର- ମାନବ ପ୍ରେମୀ ସ୍ବର୍ଗତ ଆଦିତ୍ୟ ଦାସଙ୍କ ଏକ୍ସ ଗର୍ଲ ଫ୍ରେଣ୍ଡ ଚିନ୍ମୟୀ କ୍ରାଇମ ବ୍ରାଂଚ ନିକଟରେ ହାଜର ହୋଇ ଫେରିଛନ୍ତି। ତାଙ୍କୁ ଦୀର୍ଘ ଦୁଇ ଘଣ୍ଟା ଜେରା କରାଯାଇଛି । ଚିନ୍ମୟୀଙ୍କୁ କ୍ରାଇମ ବ୍ରାଂଚର ତିନି ଜଣ ଅଧିକାରୀ ବିଭିନ୍ନ ପ୍ରଶ୍ନ ପଚାରି ଥିଲେ । ଏହି ସମୟରେ ଚିନ୍ମୟୀଙ୍କ ଓକିଲ ସେଠାରେ ଉପସ୍ଥିତ ଥିଲେ । ଚିନ୍ମୟୀ ଆଦିତ୍ୟ ଓ ତାଙ୍କ ସମ୍ପର୍କ ବିଷୟରେ ବିଭିନ୍ନ ସୂଚନା ଦେଇଥିବା କଥା କହିଛନ୍ତି ।

ଚିନ୍ମୟୀଙ୍କୁ ଫୋନ୍‌ରେ କ୍ରାଇମ୍‌ ବ୍ରାଞ୍ଚରୁ ଡାକର ଆସିଥିଲା । କଟକରେ ତାଙ୍କୁ ପଚରା ଉଚରା ଯାଇଥିଲା । ତାଙ୍କ ଘରଲୋକ ସାଙ୍ଗରେ ଥିଲେ । ଆଦିତ୍ୟ ଓ ତାଙ୍କ ସମ୍ପର୍କ ବିଷୟରେ କିଛିଟା ପ୍ରଶ୍ନ ପଚାରିଥିବା ଘଟଣାକୁ ଚିନ୍ମୟୀ ସ୍ୱୀକାର କରିଛନ୍ତି ।
ସୂଚନା ଅନୁସାରେ, ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟଣାରେ ଜଣେ ରହସ୍ୟମୟୀ ସାଇକୋ ଲେଡିର ହାତ ଥିବା ଆଦିତ୍ୟଙ୍କ ବାପା ନନ୍ଦକିଶୋର ଦାଶ, ବାଲେଶ୍ୱର ଅଞ୍ଚଳର ସମାଜସେବୀ ବିସ୍ମିତ୍‌ ଦାଶ ନିକଟରେ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ପରେ ଏହି ରହସ୍ୟମୟୀ ଯୁବତୀଙ୍କୁ ନେଇ ଖୋଳତାଡ଼ ଆରମ୍ଭ ହୋଇଥିଲା । ତାଙ୍କ ନାଁରେ ବିଭିନ୍ନ ଅପପ୍ରଚାର ସହ ସାଇକୋ ଲେଡିର ଆଖ୍ୟା ଦିଆଯାଇଥିଲା । ଏହି ଯୁବତୀ ଜଣକ ଖଇରା ଅଞ୍ଚଳର ବୋଲି ଜଣାପଡ଼ିବା ପରେ ଚିନ୍ମୟୀ ମହାପାତ୍ର ଚର୍ଚ୍ଚାକୁ ଆସିଥିଲେ । ଗଣମାଧ୍ୟମ ଆଗରେ ମୁହଁ ଖୋଲିବା ସହ ଏପରିି ମିଥ୍ୟା ଅଭିଯୋଗ ବିରୋଧରେ ସେ ଆଇନର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଥିଲେ ।

ଗତ ଶନିବାର ରାତିରେ ଚିନ୍ମୟୀ ଖଇରା ଥାନାରେ ଏତଲା ଦେଇଥିଲେ । ଅଭିଯୋଗପତ୍ରରେ ବିସ୍ମିତ, ବିଦ୍ୟାଶ୍ରୀଙ୍କ ନାମ ସେ ଉଲ୍ଲେଖ କରିଛନ୍ତି । ଅଭିଯୋଗ କରିଛନ୍ତି, ଆଦିତ୍ୟଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ବିସ୍ମିତ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ । ଆଦିତ୍ୟଙ୍କ ମୃତ୍ୟୁ ପରେ କ୍ରାଇମବ୍ରାଞ୍ଚର ପରିଚୟ ଦେଇ ବିସ୍ମିତ ତାଙ୍କ ସହ ରାତିରେ ଫୋନ୍‌ରେ କଥାବାର୍ତ୍ତା କରୁଥିଲେ । ତାଙ୍କ ପ୍ରତି ଆକର୍ଷିତ କରିବା ପାଇଁ ସେ ହ୍ୱାଟ୍‌ସଆପରେ ବିଭିନ୍ନ ମେସେଜ ପଠାଉଥିଲେ । କେବଳ ଏତିକି, ନୁହେଁ ମଧ୍ୟରାତ୍ରରେ ଭିଡିଓ କଲ୍‌ କରି ତାଙ୍କ ସଙ୍ଗଠନ “ଆଚ୍ଛା’ରେ ଯୋଗ ଦେବାକୁ କହିଥିଲେ । ଦିନକୁ ଦିନ ବିସ୍ମିତ୍‌ଙ୍କ ଏଭଳି ବ୍ୟବହାର ଅସହ୍ୟ ହେବାରୁ ଚିନ୍ମୟୀ ତାଙ୍କ ଉପରେ ବିରକ୍ତ ପ୍ରକାଶ କରିଥିଲେ । ଏଥିରେ ପ୍ରତିଶୋଧ ପରାୟଣ ହୋଇ ବିସ୍ମିତ୍‌ ସାଇକୋ ଲେଡି ସଜାଇବାକୁ ଏଭଳି ମିଥ୍ୟା ଜାଲ ବିଛାଇଥିବା ଚିନ୍ମୟୀ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ।

ସେହିପରି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଗଣମାଧ୍ୟମରେ ସମ୍ମାନ ହାନି ହେବା ଭଳି ଅନେକ କଥା କହିଥିବା ଚିନ୍ମୟୀ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଗଣମାଧ୍ୟମରେ ବିଦ୍ୟାଶ୍ରୀ ତାଙ୍କୁ ବ୍ଲାକମେଲର, ଆଦିତ୍ୟଙ୍କୁ ଏକତରଫା ଭଲ ପାଉଥିବା ଭଳି ମନଗଢ଼ା କହାଣୀ କହିଥିବା ଚିନ୍ମୟୀ ଏହି ଅଭିଯୋଗପତ୍ରରେ ଦର୍ଶାଇଛନ୍ତି । ସେହିପରି ଏକ ରାଜ୍ୟସ୍ତରୀୟ ବୈଦ୍ୟୁତିକ ଗଣମାଧ୍ୟମ ଘଟଣାର ନିରପେକ୍ଷ ତଦନ୍ତ ନ କରି ତାଙ୍କୁ ସାଇକୋ ଲେଡି ଭାବେ ମଧ୍ୟ ଉପସ୍ଥାପନା କରିଥିଲା । ଏହା ଦ୍ୱାରା ତାଙ୍କ ସମ୍ମାନର ହାନି ଘଟିଥିବା ଚିନ୍ମୟୀ ଅଭିଯୋଗପତ୍ରରେ ଉଲ୍ଲେଖ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି ।

ଚିନ୍ମୟୀଙ୍କ ଅଭିଯୋଗକ୍ରମେ ଖଇରା ଥାନାରେ କେସ୍‌ ନଂ ୧୮୪/୨୦ ଅନୁଯାୟୀ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସୁବ୍ରତ ବେହେରା ସୂଚନା ଦେଇଛନ୍ତି । ଅପରପକ୍ଷରେ ଚିନ୍ମୟୀଙ୍କ ଅଭିଯୋଗକୁ ବିସ୍ମିତ୍‌ ଖଣ୍ଡନ କରିଛନ୍ତି । କୌଣସି ଗଣମାଧ୍ୟମରେ ଚିନ୍ମୟୀଙ୍କ ନାମ ନେଇ ସାଇକୋ ଲେଡି ବୋଲି ଉଚ୍ଚାରଣ କରି ନ ଥିବା ସେ ପ୍ରକାଶ କରିଛନ୍ତି ।

   ସମ୍ବନ୍ଧିତ ଖବର


ବିଶ୍ୱ ସ୍ତରରେ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ରିଙ୍କୁ, ଯୋଗାସନରେ କଲେ ନୂଆ ରେକର୍ଡ

ଜୁଆ ଆଡ୍‌ଡା ଉପରେ ଚଢାଉ, ତିନି ଗିରଫ

ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପଥରରେ ପିଟି ହୋଇ ବାଇକ ଆରୋହୀ ମୃତ…

ଅନୁଗୁଳରେ ନିରାଡ଼ମ୍ବରରେ ଚାଲିଛି ମାଆଙ୍କର ମହାସପ୍ତମୀ ପୂଜା, କୋଭିଡ କଟକଣା ଭିତରେ 7 ଜଣଙ୍କୁ ନେଇ ହେଉଛି ପୂଜାବିଧି …

ଭଗାମୁଣ୍ଡାରେ କଣ୍ଟେନର ସହ ଟ୍ରକ ମୁହାଁ-ମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର

ବନ୍ଧୁକ ମୁନରେ ବିଲ୍‌ଡର୍‌ଙ୍କୁ ୨୦ ଲକ୍ଷ ବଟି ଧମକ: ୨ ଅଭିଯୁକ୍ତ ଗିରଫ, ଦୁଇ ମାଉଜର ଓ ଗାଡ଼ି ଜବତ