ପ୍ରଥମ ଦେଖାରେ ପ୍ରେମିକା ଶ୍ୱେତା ମନା କରିଦେଇଥିଲେ ଆଦିତ୍ୟଙ୍କୁ …ପୁଣି କେମିତି ସଂପର୍କ ଆଗକୁ ବଢ଼ିଲା , ଜାଣନ୍ତୁ

ମୁମ୍ୱାଇ – ସିଙ୍ଗର ଓ ହୋଷ୍ଟ ଆଦିତ୍ୟ ନାରାୟଣ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସେ ନିଜର ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କ ସହ ସାତ୍‌ ଫେରେ ନେବାକୁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ଯେଉଁ ଶ୍ୱେତାଙ୍କ ସହ ତାଙ୍କର ଏବେ ବିବାହ ହେବାକୁ ଯାଉଛି , ଏମିତି ସମୟ ଥିଲା ତାଙ୍କୁ ନିରାଶ ହେବାକୁ ପଡିଥିଲା । ନିଜେ ଆଦିତ୍ୟ ସେହି କଥାକୁ ସମସ୍ତଙ୍କ ସହ ସେୟାର କରିଛନ୍ତି , ସେ କହିଥିଲେ କି କେଉଁ କାରଣରୁ ସେଦିନ ପ୍ରଥମେ ଶ୍ୱେତା ତାଙ୍କୁ ରିଜେକ୍ଟ କରିଥିଲେ ଏବଂ ପରେ କେମିତି ସେ ସଂପର୍କ ଦୃଢ଼ କରିଥିଲେ ।

ଏକ ନ୍ୟୁଜ୍‌ ପୋର୍ଟାଲକୁ ଦେଇଥିବା ନିଜର ସାକ୍ଷାତ୍‌କାରରେ ଆଦିତ୍ୟ କହିଛନ୍ତି , ଶ୍ୱେତାଙ୍କ ସହ ହୋଇଥିବା ତାଙ୍କର ପ୍ରଥମ ସାକ୍ଷାତ୍‌ । ଏକ ଫିଲ୍ମ ସୁଟିଂ ସମୟରେ  ଉଭୟଙ୍କ ଦେଖା ହୋଇଥିଲା । କିନ୍ତୁ ଆଦିତ୍ୟ ଏହି ସାକ୍ଷାତ୍‌କାରକୁ ଡେଟ୍‌ ମାନନ୍ତି ନାହିଁ । ସେ କହିଛନ୍ତି –ଆମେ ଏହାକୁ ଡେଟ୍‌ କହିପାରିବୁ ନାହିଁ, କାରଣ ଆମେ ସୁଟିଂ କରୁଥିଲୁ । ମୁଁ ଶ୍ୱେତାଙ୍କୁ ଏକାଠି ଲଞ୍ଚ କରିବାକୁ କହିଥିଲି । ହେଲେ ସେ ମୋ ପ୍ରପୋଜାଲକୁ ରିଜେକ୍ଟ କରିଦେଇଥିଲେ ।  କିନ୍ତୁ ଏହାପରେ ମୋ ମାଆ ତାଙ୍କୁ ବୁଝାଇଥିଲେ କି ଆମେ ସାଥି ହୋଇ ଫିଲ୍ମ କରୁଛେ ତ ସାଥି ହୋଇ ଲଞ୍ଚ ଯିବା ଉଚିତ୍‌ । ଏହାପରେ ଆମେ ଏକ ରେଷ୍ଟୁରେଣ୍ଟକୁ ଗଲୁ , ହେଲେ ସେଠାରେ ସେ ଖାଲି ବସି ରହିଲେ । ମୋତେ ଲାଗିଲା କି ସେ ସେଠାକୁ ଆସି ମୋ ଉପରେ ଦୟା କରିଛନ୍ତି ।

ପ୍ରକୃତ କଥା ହେଲା ଶ୍ୱେତାଙ୍କ ନଜରରେ ଆଦିତ୍ୟଙ୍କର ଇମେଜ୍‌ ଏକ ୱୁମନାଇଜର ଭଳି ହୋଇଥିଲା । ତାଙ୍କୁ ଲାଗୁଥିଲା କି  ଆଦିତ୍ୟ ତ ସବୁବେଳେ ଯୁବତୀଙ୍କୁ  ବୁଲାଇ ନିଅନ୍ତି । ତାଙ୍କର ଏହି ଛବି ତାଙ୍କୁ ଶ୍ୱେତାଙ୍କ ଠାରୁ ଦୂରେଇ ରଖିଥିଲା । ହେଲେ ଯେତେବେଳେ ଶ୍ୱେତାଙ୍କୁ  ଜଣାପଡିଥିଲା କି  ଆଦିତ୍ୟ ନିଜ ପରିବାରର ଖୁବ୍‌ ନିକଟତର ଓ ଜଣ ଫ୍ୟାମିଲ୍‌ ମ୍ୟାନ୍‌ , ସେତେବେଳେ ସଂପର୍କରେ ସୁଧାର ଆସିଲା । ଏହି ବିଷୟକୁ ନେଇ ଆଦିତ୍ୟ କୁହନ୍ତି –ଶ୍ୱେତା ମୋର ଏଭଳି ଇମେଜ୍‌ ଯୋଗୁଁ ଚିନ୍ତିତ ଥିଲେ ।

ବର୍ତ୍ତମାନ ସମୟରେ ଆଦିତ୍ୟ ନାରାୟଣ ନିଜର ଆର୍ଥିକ ସ୍ଥିତି କାରଣରୁ ମଧ୍ୟ ଚର୍ଚ୍ଚାରେ । ସେ କହିଥିଲେ କି  ତାଙ୍କ ପାଖରେ କେବଳ ୧୮୦୦୦ଟଙ୍କା ରହିଛି ଏବଂ ଯଦି ସ୍ଥିତି ନସୁଧୁରେ ତାଙ୍କୁ ନିଜର ବାଇକ୍‌ ବି ବିକ୍ରି କରିବାକୁ ପଡ଼ିପାରେ । ତାଙ୍କର ଏହି କଥା ଏବେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।

   ସମ୍ବନ୍ଧିତ ଖବର


ପରମ୍ପରା ଅନେକ ପୂଜା ଏକ

ମା’ ଦୁର୍ଗାଙ୍କ ପ୍ରିୟ ଫୁଲ – ଏହି ଫୁଲ ପ୍ରଦାନ କଲେ ହୋଇଥାଏ ମନୋସ୍କାମନା ପୂରଣ

ନେପାଳର କୁମାରୀ ଦେବୀଙ୍କ ରହସ୍ୟମୟ ଜୀବନ

କୁମାରୀ ଦେବୀ

ଦଶାନନ ରାବଣଙ୍କର ଏହି ସ୍ଥାନରେ ଅଛି ଶହେ ବର୍ଷ ତଳର ପୁରୁଣା ମନ୍ଦିର, ବର୍ଷକୁ ଥରେ ମିଳିଥାଏ ଦର୍ଶନ

ଇଲେକ୍ଟ୍ରିବିଲ,ଭୋଟର କିମ୍ବା ପାନ୍ କାର୍ଡ ନଥିଲେ ଆଧାରକାର୍ଡ ହୋଇପାରିବ ଅପଡେଟ୍, ଜାଣନ୍ତୁ କିପରି ହେବ ସମ୍ଭବ?