‘ମୁଁ ଉଦିତ ନାରାୟଣଙ୍କ ପୁଅ କିନ୍ତୁ ବାହାର ଲୋକଙ୍କ ପରି କାମ ମାଗେ’ : ଆଦିତ୍ୟ ନାରାୟଣ

ମୁମ୍ବାଇ ୨୬।୯ : ଆଦିତ୍ୟ ନାରାୟଣ ନିଜ କ୍ୟାରିୟର ଭିତରେ ଅନେକ ଗୀତ ଗାଇଛନ୍ତି ଏବଂ ଅନେକ ହିଟ୍ ସୋ ହୋଷ୍ଟ ମଧ୍ୟ କରିଛନ୍ତି । କିନ୍ତୁ ତଥାପି ତାଙ୍କୁ ସେହି ସଫଳତା ମିଳିନାହିଁ ଯାହାକୁ ନେଇ ସେ ସ୍ବପ୍ନ ଦେଖିଥିଲେ। ଆଦିତ୍ୟ ନିଜ ତରଫରୁ ପୂରା ଚେଷ୍ଟା କରିଥିଲେ କିନ୍ତୁ ଯେତେବେଳେ ବି ତାଙ୍କୁ ଉଦିତ ନାରାୟଣଙ୍କ ସହ ତୁଳନା କରାଯାଇଛି, ସେତେବେଳେ ସେ ଏହି ଦୌଡ଼ରେ ପଛରେ ରହିଯାଇଛନ୍ତି। ଏବେ ଆଦିତ୍ୟ ନିଜ ସଂଘର୍ଷ ବିଷୟରେ ମୁହଁ ଖୋଲିଛନ୍ତି।

ଏକ ସାକ୍ଷାତକାରରେ ଆଦିତ୍ୟ କହିଛନ୍ତି ଯେ, ତାଙ୍କୁ ୬ବର୍ଷ ପର୍ଯ୍ୟନ୍ତ କୌଣସି କାମ ମିଳିନଥିଲା। ଏହା ସେତେବେଳେ ହୋଇଥିଲା, ଯେତେବେଳେ ସେ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମରେ ରାମଲୀଲାରେ ହିଟ୍ ଗୀତ ଗାଇଥିଲେ। ଏହାକୁ ନେଇ ସେ କହିଛନ୍ତି, ରାମଲୀଲା ପରେ ମୁଁ ଅନେକ ସଙ୍ଗୀତ ନିର୍ଦ୍ଦେଶକଙ୍କୁ ଭେଟିଥିଲି । ପ୍ରୀତମ, ବିଶାଲ ଶେଖର, ଶଙ୍କର ଏହସାନ ଲୟଙ୍କୁ ଭେଟିବା ସତ୍ତ୍ବେ ମୋତେ କୌଣସି କାମ ମିଳିଲା ନଥିଲା। ମୋତେ ୬ବର୍ଷ ପର୍ଯ୍ୟନ୍ତ କୌଣସି କାମ କରିବାକୁ ଦିଆଯାଇନଥିଲା ।

ସାକ୍ଷାତକାରରେ ଆଦିତ୍ୟ ଏହା ମଧ୍ୟ ମାନିଛନ୍ତି କି, ଷ୍ଟାର କିଡରୁ ସେ କୌଣସି ଲାଭ ପାଇନାହାଁନ୍ତି। ସେମାନେ କୁହନ୍ତି ଯେ, ମୋତେ ୨୫ ବର୍ଷ ପରେ କାମ ମିଳିବା ଆରମ୍ଭ ହୋଇଥିଲା। ଗତ ବର୍ଷ ମୋତେ ଏ ଆର୍ ରହମାନ ଡାକିଥିଲେ। ଏହି ସୁଯୋଗ ମଧ୍ୟ ୨୦ ବର୍ଷ ପରେ ଆସିଥିଲା ​​। ମୁଁ ୧୮ ବର୍ଷ ବୟସରୁ ବିଶାଲ-ଶେଖରଙ୍କୁ ମଧ୍ୟ ଜାଣିଥିଲି, କିନ୍ତୁ ମୋତେ କାମ ଦିଆଯାଇନଥିଲା ।

ଏହି କଥାରେ ବି କୌଣସି ସନ୍ଦେହ ନାହିଁ ଯେ, ଏହି ସମୟରେ ଲୋକମାନେ ଆଦିତ୍ୟଙ୍କୁ ଜଣେ ଗାୟକ ନୁହେଁ ବରଂ ଜଣେ ହୋଷ୍ଟ ଭାବରେ ଜାଣନ୍ତି । ସମସ୍ତେ ତାଙ୍କୁ ହୋଷ୍ଟ ଭାବରେ ହିଁ ପସନ୍ଦ କରନ୍ତି । କିନ୍ତୁ ନିଜର ଏହି ଇମେଜ୍‌କୁ ପରିବର୍ତ୍ତନ କରିବାକୁ ସେ ଲଗାତାର ଗୀତ ଗାଇବାକୁ ଚେଷ୍ଟା କରୁଛନ୍ତି । ସେ ଜଣେ ସଫଳ ପ୍ଲେବ୍ୟାକ୍‌ ସିଙ୍ଗର ହେବାର ସ୍ୱପ୍ନ ଦେଖିଛନ୍ତି । ନିକଟରେ ସେ ଉଦିତ ନାରାୟଣଙ୍କ ସହ Tere Bagair ଗୀତ ରିଲିଜ୍‌ କରିଛନ୍ତି। ଏହି ଗୀତରେ ଦର୍ଶକଙ୍କଠାରୁ ଭଲ ପ୍ରତିକ୍ରିୟା ମିଳିଛି।

   ସମ୍ବନ୍ଧିତ ଖବର


ସୋସିଆଲ ମିଡିଆରେ ନିଆଁ ଲଗାଇଲା କିମ୍ ଶର୍ମାଙ୍କ ବିକିନି ଅବତାର

ଲୁବିଏନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମହେଶ ଭଟ୍ଟ- ୧କୋଟିର ମାନହାନି ମାମଲା ରୁଜୁ କଲେ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ସଞ୍ଜୟ ଦତ୍ତଙ୍କ କଣ୍ଠରେ ଆତ୍ମବିଶ୍ୱାସର ସ୍ୱର ଅତି ଗଭୀର

ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଉଥିବା ସ୍ୱରାଙ୍କର ରହିଛି ଏହି ଗୁଣ

ଲୁଚାଛପାକୁ ସେ ପସନ୍ଦ କରନ୍ତି ନାହିଁ