ବାପା ଉଦିତ ନାରାୟଣଙ୍କ ଜନ୍ମଦିନରେ ଏମିତି ଉପହାର ଦେଲେ ପୁଅ ଆଦିତ୍ୟ, ଯାହା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ

ମୁମ୍ବାଇ ୧।୧୨ : ବଲିଉଡ କଣ୍ଠଶିଳ୍ପୀ ଉଦିତ ନାରାୟଣ ଆଜି ତାଙ୍କର ୬୫ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ପୁଅ ତଥା ବଲିଉଡ କଣ୍ଠଶିଳ୍ପୀ ଆଦିତ୍ୟ ନାରାୟଣ ବାପା ଉଦିତ ନାରାୟଣଙ୍କ ଏକ ସୁନ୍ଦର ଉପହାର ଦେବାକୁ ଯାଉଛନ୍ତି। ଏଥିପାଇଁ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି।

ଆଦିତ୍ୟ ନାରାୟଣ ଆଜି ତାଙ୍କ ବାପା ଉଦିତ ନାରାୟଣଙ୍କ ଜନ୍ମଦିନରେ ପ୍ରେମିକା ଶ୍ବେତା ଅଗ୍ରଓ୍ବାଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ଆଜି ବାପାଙ୍କ ପାଇଁ ପୁଅ ବୋହୂ ଆଣିବାକୁ ଯାଉଛନ୍ତି। ଆଦିତ୍ୟ ଆଜି ପରିବାର ଲୋକ ଏବଂ କିଛି ଘନିଷ୍ଠ ବ୍ୟକ୍ତିଙ୍କ ଉପସ୍ଥିତିରେ ଶ୍ୱେତାଙ୍କ ସହ ସାତ ଫେରା ନେବେ। ଆଦିତ୍ୟ ନାରାୟଣଙ୍କ ବିବାହ ରୀତିନୀତି ଆରମ୍ଭ ହୋଇସାରିଛି।

ଆଦିତ୍ୟ ଦୀର୍ଘ ଦିନ ଧରି ଶ୍ୱେତା ଅଗରୱାଲଙ୍କ ସହ ରିଲେସନ୍‌ସିପ୍‌ରେ ଥିଲେ। ଏହାର ଖୁଲାସା ଆଦିତ୍ୟ ନାରାୟଣ ନିଜେ କରିଥିଲେ। ସୋସିଆଲ ମିଡ଼ିଆରେ ଶ୍ୱେତା ଅଗ୍ରୱାଲଙ୍କ ସହ ଆଦିତ୍ୟ ନାରାୟଣଙ୍କ ଫଟୋ ଭାଇରାଲ ହୋଇସାରିଛି। କିନ୍ତୁ ସେତେବେଳେ ଦୁହେଁ ନିଜ ରିଲେସନ୍‌ସିପ୍‌କୁ ନେଇ ଚୁପ୍‌ ରହିଥିଲେ। ଶେଷରେ ଆଦିତ୍ୟ ନିଜ ରିଲେସନ୍‌ସିପ୍‌କୁ ନେଇ ମୁହଁ ଖୋଲିଥିଲେ ଏବଂ ଶ୍ବେତାଙ୍କୁ ବିବାହ କରିବେ ବୋଲି କହିଥିଲେ।

ଶ୍ୱେତା ଅଗ୍ରୱାଲ ଜଣେ ବଲିଉଡ ଅଭିନେତ୍ରୀ, ଯିଏ ଟିଭି ଜଗତରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ । ଶ୍ୱେତା ଅଗ୍ରୱାଲ ‘ବାବୁଲ କି ଦୁଆଏଁ’, ‘ଶଗୁନ୍’, ‘ଔର ଦେଖୋ ମଗର ପ୍ୟାର ମେ ନଜର ଆ ଚୁକି ହେଁ’ ରେ ଅଭିନୟ କରିସାରିଛନ୍ତି। ସେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଚଳଚ୍ଚିତ୍ର ରାଘବେନ୍ଦ୍ରଙ୍କ ସହ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ ଆଦିତ୍ୟ ନାରାୟଣ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ଏହା ତାଙ୍କର ପ୍ରଥମ ଫିଲ୍ମ ଥିଲା। ଏହି ଚଳଚ୍ଚିତ୍ରଟିକୁ ବିକ୍ରମ ଭଟ୍ଟ ନିର୍ଦ୍ଦେଶନା ଦେଇଥିଲେ।