PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁମୁଡିବନ୍ଧ: ଗାଈକୁ ବଞ୍ଚାଇଲା, ଛେଳି ପଲ ଉପରେ ଚଢିଗଲା ମାଲ୍ ବୋଝେଇ ଟ୍ରକ୍, ଓଲଟିବାରୁ କ୍ୟାବିନ୍‌ରେ ପଶିଗଲେ ଡ୍ରାଇଭର ଓ ହେଲ୍ପର୍
  • ||
  • ନରସିଂହପୁର: ଅଗ୍ନିକାଣ୍ଡରେ ଜଳିଗଲା ପାଞ୍ଚ ପରିବାରର ୫ ବଖରା ଘର, ପୋଡ଼ି ପାଉଁଶ ହୋଇଗଲା ଆସବାବପତ୍ର
  • ||
  • ଭୁବନେଶ୍ୱର: ଓଜେଇଇର ଏମ୍‌ବିବିଏସ୍, ବିଡ଼ିଏସ୍ କାଉନସେଲିଂ ସ୍ଥଗିତ
  • ||
  • ନୂଆଦିଲ୍ଲୀ: ଲୋକସଭାରେ ୩ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ
  • ||
  • କେନ୍ଦୁଝର: କାନଝରୀ ଡ୍ୟାମରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଗତକାଲି ଗାଧୋଇଲା ବେଳେ ବୁଡି ଯାଇଥିଲେ…
  • ||
  • ରାୟଗଡ଼: ନିୟମଗିରି ପାହାଡର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର, ଡିସେମ୍ବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ
  • ||
  • ବ୍ରହ୍ମପୁର: ସପ୍ତାହେ ହେଲା ଶାଶୂ ଘର ଆଗରେ ତପସ୍ୱିନୀ: ସ୍ୱାମୀ ଘରକୁ ଯିବେ କି ନାହିଁ ଆଜି କୋର୍ଟରେ ଶୁଣାଣି
  • ||
  • ଯାଜପୁର: ପଦ୍ମଶ୍ରୀ ନନ୍ଦ ସାରଙ୍କୁ ହତ୍ୟା ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||
  • ଭୁବନେଶ୍ୱର : ୪/୫ରେ ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ଛୁଇଁପାରେ ସମ୍ଭାବ୍ୟ ବାତ୍ୟା, ୩ରୁ ପଡ଼ିବ ପ୍ରଭାବ,
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଏକକାଳୀନ ୩ଟି ସ୍ଥାନରେ ରେଡ୍‌, ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଟଙ୍କା ଜବତ
  • ||
  • ପୁରୀ : ଦାରୁଦିଅଁଙ୍କ ପଇତାଲାଗି ନୀତି, ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ଭୋଗରାଇ : ବାବା ଚନ୍ଦନେଶ୍ଵରଙ୍କ ମନ୍ଦିର ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ଟି ଅସ୍ଥାୟୀ ଦୋକାନ
  • ||
  • ଯାଜପୁର : ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||

ଆଦିତ୍ୟଙ୍କ ଡେଥ୍‌ ମିଷ୍ଟ୍ରିି : ମାମଲାଟା ଏବେ ଓଏଏସ୍‌ ଅଫିସରଙ୍କ ଆଡ଼କୁ ଟର୍ଣ୍ଣ କରିଛି, ବାହାଘରେ ସାଜିଥିଲେ ମଧ୍ୟସ୍ଥି

ଭୁବନେଶ୍ୱର,୫।୮ : ସମାଜସେବୀ ଆଦିତ୍ୟଙ୍କ ଡେଥ୍‌ ମିଷ୍ଟ୍ରିରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତକାରୀ ଟିମ୍‌ ତଦନ୍ତ ଆଗେଇଛି । କଲ୍‌ ଡିଟେଲସ୍‌ ରିପୋର୍ଟ(ସିଡିଆର୍‌) ଓ ବୟାନ ରେକର୍ଡ ତାଳମେଳ ମାପୁଛି । ମାମଲାଟା ଏବେ ଜଣେ ଓଏଏସ୍‌ ଅଫିସରଙ୍କ ଆଡ଼କୁ ଟର୍ଣ୍ଣ କରିଛି । କେନ୍ଦ୍ରାପଡ଼ାରେ ଆଦିତ୍ୟ-ବିଦ୍ୟାଶ୍ରୀଙ୍କ ତରବରିଆ ବିବାହ ପଛରେ ଜଣେ ଓଏଏସ୍‌ ଅଫିସରଙ୍କ ହାତ ଥିବା କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଛି । ଲକ୍‌ଡାଉନ୍‌ ସମୟରେ ମନ୍ଦିରରେ ବିବାହ କରିଥିଲେ ଆଦିତ୍ୟ । ସେଠି ଓଏଏସ୍‌ ଅଧିକାରୀ ଜଣଙ୍କ ଉପସ୍ଥିତ ଥିଲେ । ସେ ବରପକ୍ଷ ଥିଲେ ନା କନ୍ୟାପକ୍ଷର ତାହା ଜାଣିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଛି । ଏନେଇ କ୍ରାଇମ୍‌ବ୍ରାଞ୍ଚ ମୁହଁ ଖୋଲୁ ନଥିଲେ ମଧ୍ୟ ଏପରି କିଛି କଥା ବିଶ୍ୱସ୍ତସୂତ୍ରରୁ ମିଳିଛି । ଆଦିତ୍ୟଙ୍କ ମୃତ୍ୟୁରେ ଅଫିସରଙ୍କ ସଂପୃକ୍ତି ନେଇ ଚର୍ଚ୍ଚା ଜୋର ଧରିଛି । ଖୁବ୍‌ ଶୀଘ୍ର ତାଙ୍କୁ ଜେରା କରାଯିବ ବୋଲି ଜଣାପଡ଼ିଛି ।

ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ କେନ୍ଦ୍ରାପଡ଼ାର ଜଣେ ଓଏଏସ୍‌ ଅଧିକାରୀଙ୍କ ଲିଙ୍କ୍‌ ରହିଥିବା କ୍ରାଇମବ୍ରାଞ୍ଚ ହାତରେ ମଧ୍ୟ କିଛି ଖାସ୍‌ ପ୍ରମାଣ ଲାଗିଛି । ଏହି ବାହାଘର ପଛରେ ସେହି ସରକାରୀ ବାବୁଙ୍କର ସମସ୍ତ ସହଯୋଗ ରହିଥିଲା । କଣ ପାଇଁ ଲକ୍‌ଡାଉନ୍‌ କାଳରେ ତରବରିଆ ବାହାଘର ହାଇଥିଲା ? ବାବୁଙ୍କର କଣ ସମ୍ପର୍କ ଥିଲା ଯେ ସେ ଏଭଳି ରିସ୍କ ନେଇଥିଲେ? ଅନ୍ୟ ସମସ୍ତ ଘଟଣା ଜିଆରପି ଖୋଳତାଡ଼ କରିଥିଲେ ମଧ୍ୟ ଏହି ପ୍ରସଙ୍ଗକୁ ତଦନ୍ତ ପରିସରଭୁକ୍ତ କରିନଥିଲା । ବିଦ୍ୟାଶ୍ରୀଙ୍କ ପରିବାରଙ୍କ ସହମତିରେ କେନ୍ଦ୍ରପଡ଼ାରେ ବିବାହ ହୋଇଥିଲା ବୋଲିି ଆଦିତ୍ୟଙ୍କ ବାପା ନନ୍ଦକିଶାର ଦାଶ କହୁଛନ୍ତି । ତେବେ ପ୍ରଶ୍ନ ଉଠୁଛି, ଯଦି ବିଦ୍ୟାଶ୍ରୀଙ୍କ ପରିବାରରେ ବିବାହକୁ ସ୍ୱୀକୃତି ଥିଲା, ତେବେ ଏହି ବିବାହରେ କାହିଁକି ବିଦ୍ୟାଶ୍ରୀଙ୍କ ପରିବାର ଲୋକ ଯୋଗ ଦେଲେ ନାହିଁ । ସେପଟେ କେନ୍ଦ୍ରାପଡ଼ାର ସେହି ସରକାରୀ ବାବୁ ନିଜେ ଉପସ୍ଥିତ ରହି ବାହାଘର କଲେ । ଯଦି କେନ୍ଦ୍ରାପଡାର ଉକ୍ତ ସରକାରୀ ବାବୁ ବାହାଘର କରାଇଛନ୍ତି, ତେବେ ଆଦିତ୍ୟଙ୍କ ବାପା କାହିଁକି ତାଙ୍କ ନାଁ ନେବାକୁ ପଛଘୁଞ୍ଚା ଦେଉଛନ୍ତି ?

ମୃତ୍ୟୁ ପୂର୍ବରୁ ଆଦିତ୍ୟଙ୍କ ଲିଙ୍କ୍‌ରେ ଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ତଦନ୍ତ ପରିସରକୁ ଟାଣୁଛି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ । ବିଦ୍ୟାଶ୍ରୀଙ୍କ ସହ ପରିବାର ଲୋକ ଓ ପପୁ-ବିକାଶଙ୍କୁ ଜେରା ପରେ ଏବେ ପାଳି ପଡ଼ିଛି ଏହି ପ୍ରଶାସନିକ ଅଧିକାରୀଙ୍କର । ତଦନ୍ତକାରୀ ଟିମ୍‌ କହିଛି, ଆଦିତ୍ୟ ଓ ବିଦ୍ୟାଶ୍ରୀଙ୍କ ସହ ବହୁ ପୂର୍ବରୁ ଏହି ଓଏଏସ୍‌ ଅଧିକାରୀଙ୍କ ସମ୍ପର୍କ ଥିବା ସୂଚନା ମିଳିଛି । ଘଟଣାରେ ଲିଙ୍କ୍‌ ଥିବାରୁ ତାଙ୍କୁ ଡାକି ପଚରାଉଚରା କରିବୁ । ତରବରିଆ ବିବାହ ପଛର ଉଦ୍ଦେଶ୍ୟ ଜାଣିବାକୁ ଚେଷ୍ଟା କରିବୁ । ତାଙ୍କୁ ଜେରା ପରେ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ଟିମ୍‌ କହିଛି । କୋଭିଡ୍‌ କଟକଣା ଭିତରେ କେନ୍ଦ୍ରାପଡ଼ା ପାଟକୁରା ଥାନା ଅଧୀନ ଧାନମଣ୍ଡଳ ଗାଁ ଶିବ ମନ୍ଦିରରେ ଲୁଚାଛପାରେ ବିବାହ ହୋଇଥିଲା । ଓଏଏସ୍‌ ଅଧିକାରୀ ହିଁ ଏହି ବିବାହର ମଧ୍ୟସ୍ଥି ଭୂମିକା ନିର୍ବାହ କରିଥିଲେ । କିନ୍ତୁ ଆଦିତ୍ୟଙ୍କ ମୃତ୍ୟୁ ପରଠୁ ଏହି ଓଏଏସ୍‌ ବାବୁ ସାମ୍ନାକୁ ଆସୁନାହାନ୍ତି । ଯାହାକି ସନ୍ଦେହ ପରିସରକୁ ଆସିଛି । ସେପଟେ ଅଧିକାରୀ ପୂର୍ବରୁ ଥିବା ସରକାରୀ କାର୍ଯ୍ୟାଳୟରେ ବିଦ୍ୟାଶ୍ରୀ ଚାକିରି କରିଥିବା ସୂଚନା ମିଳିଛି । ଉଭୟଙ୍କ ମନୋମାଳିନ୍ୟ ପଛରେ ତାଙ୍କର ହାତ ଥିବା ଟିମ୍‌ ସନ୍ଦେହ କରୁଛି ।

ଆଦିତ୍ୟଙ୍କ ମୋବାଇଲ୍‌ର ସିଡିଆର୍‌ ରିପୋର୍ଟକୁ ତନାଘନା କରୁଛି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ । ସେ କାହା ସହ ଅଧିକ ସମୟ କଥା ହୋଇଥିଲେ? କାହା ସହ ଘନିଷ୍ଠ ସମ୍ପର୍କ ଥିଲା? ତାହାର ପତ୍ତା ଲଗାଉଛି । ହ୍ୱାଟସ୍‌ଆପ୍‌ ଚାଟ୍‌କୁ ମଧ୍ୟ ଉଣ୍ଡାଳୁଛି । ଆଶ୍ରମ ଓ ଫାଉଣ୍ଡେସନର ବ୍ୟାଙ୍କ ଆକାଉଣ୍ଟ ତଥ୍ୟକୁ ବାହାର କରୁଛି । ସେପଟେ ପପୁ-ବିକାଶ ଓ ବିଦ୍ୟାଶ୍ରୀଙ୍କ ବୟାନରେ ତାଳମେଳ ନଥିବାରୁ ସେମାନଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହେବ ବୋଲି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ସୂଚନା ଦେଇଛି । ଆଦିତ୍ୟଙ୍କ ଓକିଲ ନିହାର ରଞ୍ଜନ ଓଝା ଦାବି ଉଠାଇଛନ୍ତି, ବାହାଘର କରାଇଥିବା ଓଏଏସ୍‌ ଓ ଏକଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କୁ ମଧ୍ୟ ତଦନ୍ତ ପରିସରକୁ ଅଣାଯାଉ ।