ସମାଜସେବୀଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ : ହାଇକୋର୍ଟ ଗଲେ ଆଦିତ୍ୟଙ୍କ ପରିବାର, ଦାଖଲ କଲେ ପିଟିସନ୍

ଭୁବନେଶ୍ବର ୨୮।୮ : ଆଦିତ୍ୟ ମୃତ୍ୟୁ ମାମଲାରେ ପୁଣି ନୂଆ ମୋଡ଼ । ଆଜି ହାଇକୋର୍ଟ ଗଲେ ସମାଜସେବୀ ଆଦିତ୍ୟ ଦାଶଙ୍କ ପରିବାର ଲୋକ। ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟ ଗଲେ ଆଦିତ୍ୟଙ୍କ ପରିବାର ଲୋକ।  ହାଇକୋର୍ଟରେ ଆଦିତ୍ୟଙ୍କ ପରିବାର ପକ୍ଷରୁ ପିଟିସନ ଦାଖଲ କରାଯାଇଛି।

ସେପଟେ ଲାଏ-ଡିଟେକ୍ସନ ଟେଷ୍ଟ ପାଇଁ ରସୁଲଗଡ଼ସ୍ଥିତ ଷ୍ଟେଟ୍‌ ଫରେନ୍ସିକ୍‌ ସାଇନ୍ସ ଲାବୋରେଟୋରିରେ ପହଞ୍ଚିସାରିଛନ୍ତି ଆଦିତ୍ୟଙ୍କ ୩ ସହଯୋଗୀ ପପୁ-ବିକାଶ ଓ ଦୀପକ। ସେମାନଙ୍କର ଲାଏ ଡିଟେକ୍ସନ୍ ଟେଷ୍ଟ ଆରମ୍ଭ ହୋଇସାରିଛି। ଆଜି ଆଉ କିଛି ରହସ୍ୟ ଖୋଲିପାରେ ବୋଲି ଆଶା କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ, ଗତକାଲି ବିଦ୍ୟାଶ୍ରୀଙ୍କର ଲାଏ ଡିଟେକ୍ସନ୍ ଟେଷ୍ଟ ହୋଇଥିଲା। ଆଦିତ୍ୟଙ୍କ ସହ ପ୍ରଥମେ କେବେ ଦେଖା ହୋଇଥିଲା? କେମିତି ସମ୍ପର୍କ ନିବିଡ଼ ହେଲା? ପରେ ବିବାହ, ପାରିବରିକ ସମ୍ପର୍କ ଓ ମତାନ୍ତରକୁ ନେଇ ଅନେକ ପ୍ରଶ୍ନ । ଶେଷ ପ୍ରଶ୍ନ ହେଉଛି, ଆଦିତ୍ୟଙ୍କ ମୃତ୍ୟୁ ଖବର କେଉଠୁଁ ପାଇଲ? ଲାଏ ଡିଟେକ୍ସନ ଟେଷ୍ଟରେ ଏମିତି କିଛି ପ୍ରଶ୍ନବାଣର ସାମ୍ନା କରିଥିଲେ ସମାଜସେବୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ। ଦୀର୍ଘ ୫ ଘଣ୍ଟା ଧରି ୩ଜଣିଆ ଟିମ୍‌ ତାଙ୍କର ଏହି ଟେଷ୍ଟ କରାଯାଇଥିଲା । ପ୍ରଥମ ଦେଖାରୁ ଶେଷ ଯାଏଁ ଆଦିତ୍ୟଙ୍କ ସହ ଥିବା ସମ୍ପର୍କର ସତ ଉଣ୍ଡାଳିବାକୁ ଚେଷ୍ଟା କରିଥିଲା । ଯାହାକି, ତଦନ୍ତ ପ୍ରକ୍ରିୟାରେ ବେଶ୍‌ ସହାୟକ ହେବ ବୋଲି କ୍ରାଇମ୍‌ବ୍ରାଞ୍ଚ କହିଛନ୍ତି ।

   ସମ୍ବନ୍ଧିତ ଖବର


ସୁର Vs ସମ୍ବିତ – ଏମିତି ଚେତାବନୀ ଦେଲେ ସୁର କହିଲେ ଆତ୍ମାକୁ ବାଧିଲା.. ୧୫ ଦିନ ସମୟ ଦେଲୁ ନହେଲେ

ତୃତୀୟ ପର୍ଯ୍ୟାୟରେ ଏମସ୍‌ର ଡାକ୍ତର ନେଲେ କୋଭାକ୍ସିନ୍‌ ଟିକା- କହିଲେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ

ସୋଆ ରେ ପୂର୍ବାଂଚଳ ପ୍ରାକ୍ ସାଧାରଣତନ୍ତ୍ର ଦିବସ ଏନ୍‌ଏସ୍‌ଏସ୍ ପ୍ୟାରେଡ କ୍ୟାମ୍ପ ଉଦ୍‌ଯାପିତ

କରୋନାକୁ ପରାସ୍ତ କଲେ ୯୭ ବର୍ଷୀୟ -ସମ୍ କୋଭିଡ୍ ହସ୍ପିଟାଲ୍‌ରେ ସୁସ୍ଥ ହୋଇ ଘରକୁ ଫେରିଲେ

ବିଲୁଆ, ହରିଆ ଏବଂ ବାଦଲକୁ ଗିରଫ କଲେ କମିଶନରେଟ୍‌ ପୋଲିସ- ବନ୍ଧୁକ ଧରି କରୁଥିଲେ ଡକାୟତି ଯୋଜନା, ୩ ସହଯୋଗୀ ଘଟଣାସ୍ଥଳରୁ ଚମ୍ପଟ

‘ଏକ ଫୁଲ୍ ଚାର ମାଲି’! ସରକାରୀ ଗାଡ଼ିରେ ଅସଂଜତ ପ୍ରେମ, ଜଣେ ବଙ୍ଗୀୟ ଯୁବତୀଙ୍କ ସହ ୪ ରୋମିଓ ଥାନାରେ କାଟିଲେ ଅଧାରାତି