PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: କଟକରୁ ଧରାପଡ଼ିଥିବା ନକଲି କରୋନା ଔଷଧ ଝାରସୁଗୁଡ଼ାର ଏକ ମେଡିକାଲ ଷ୍ଟୋରରୁ ଠାବ, ଜବତ କଲେ ଝାରସୁଗୁଡ଼ା ଡ୍ରଗ୍ ଇନ୍ସପେକ୍ଟର
  • ||
  • କୋକସରା: ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ, ପୋଖରୀରୁ ଉଦ୍ଧାର ହେଲା ମୃତଦେହ
  • ||
  • କଳାହାଣ୍ଡି : ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗଡ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ଚଢ଼ାଉ
  • ||
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଏହି ବଲିଉଡ୍ ଗାୟକଙ୍କ ପୁଅ ପାକିସ୍ତାନ ପ୍ରତି ଦେଖାଇଲା ଭଲପାଇବା, ଭାରତରେ ରହୁଥିବା ନିଜ ବାପାଙ୍କୁ କହିଲା ଏତେ ବଡ଼ କଥା…

ମୁମ୍ବାଇ ୪।୯: ବଲିଉଡ୍‌ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଅଦ୍‌ନାନ୍ ସାମି ତିନି ବର୍ଷ ହେଲାଣି ଭାରତରେ ରହୁଛନ୍ତି। କାରଣ ତାଙ୍କୁ ଭାରତର ନାଗରିକତ୍ୱ ମିଳିସାରିଛି ତେଣୁ ସେ ସେଠାରେ ରହୁଛନ୍ତି। ତାଙ୍କ ସହିତ ତାଙ୍କ ପତ୍ନୀ ଓ ଝିଅ ବି ରହୁଛନ୍ତି।

ସେ ଅନେକ ସମୟରେ ପାକିସ୍ତାନ ବିରୋଧୀ ମନ୍ତବ୍ୟ ବି ଦେଇଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ କିଛି ପାକିସ୍ତାନୀ ଅଦ୍‌ନାନ୍‌ଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ ସୋସିଆଲ୍‌ ମିଡିଆରେ ତାଙ୍କୁ ଅନେକ ପ୍ରଶ୍ନ କରିଥିଲେ। କିନ୍ତୁ ସେ କଡ଼ା ଜବାବ ରଖି ସେମାନଙ୍କ ପାଟି ଚୁପ୍ କରି ଦେଇଥିଲେ। ତେବେ ଅଦ୍‌ନାନ୍‌ଙ୍କ ପୁଅ ଅଜାନ୍‌ କହିଛନ୍ତି ଯେ, ପାକିସ୍ତାନ ତାଙ୍କର ଘର ଓ ସେ ସେଠାରେ ରହି କାମ କରିବେ।

ସୂଚନାଯୋଗ୍ୟ, ଅଜାନ୍‌ ହେଉଛନ୍ତି ଅଦ୍‌ନାନ୍‌ ଓ ତାଙ୍କ ପ୍ରଥମ ପତ୍ନୀ ଜେବା ବଖ୍‌ତିଆର୍‌ଙ୍କ ପୁଅ। ବିବିସିକୁ ଦେଇଥିବା ଏକ ସାକ୍ଷାତକାରରେ ଅଜାନ୍ କହିଛନ୍ତି, “ମୁଁ ଏ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ଚୁପ୍ ରହିବାର କାରଣ ହେଉଛି, ସେ ମୋ ବାପା। ମୁଁ ତାଙ୍କୁ ଭଲପାଏ ଓ ସମ୍ମାନ ମଧ୍ୟ କରେ। ସେ ଭାରତକୁ ତାଙ୍କର ଘର କରିଛନ୍ତି। ମୁଁ ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛି। କିନ୍ତୁ ମୁଁ କେଉଁ ଦେଶକୁ ଘର କରିବି, ତାହା ମୋର ଇଚ୍ଛା। ମୁଁ ପାକିସ୍ତାନରେ କାମ କରିବାକୁ ଚାହୁଁଛି।”

ସେ ଆହୁରି କହିଛନ୍ତି, “ଭାରତରେ ମୋର ଅନେକ ଭଲ ବନ୍ଧୁ ଅଛନ୍ତି। ମୋ ଜୀବନର ଅନେକ ସମୟ ମୁଁ ସେଠି ବିତେଇଛି। କିନ୍ତୁ ପାକିସ୍ତାନର ଏଣ୍ଟରଟେନ୍‌ମେଣ୍ଟ୍‌ ଇଣ୍ଡଷ୍ଟ୍ରୀ ମୋତେ ଭାରି ଆପଣାର ଲାଗେ। ମୁଁ ଏହି ଇଣ୍ଡଷ୍ଟ୍ରିକୁ ନେଇ ବହୁତ ଗର୍ବ ଅନୁଭବ କରେ। ମୁଁ ଏହି ସ୍ଥାନକୁ ନିଜର ଭାବେ ଓ ଏହାକୁ ନେଇ ମୋର ଅନେକ କିଛି ଆଶା ରହିଛି।”

ଅଜାନ କହିଛନ୍ତି, “ମୁଁ ମୋ ମାଆଙ୍କ ପାଖରେ ବଡ଼ ହୋଇଛି। ମୁଁ ଓ ମୋ ବାପା ଭଲ ବନ୍ଧୁ ପରି। ସେ ଜଣେ ଏମିତି ମଣିଷ ଯାହାଙ୍କ ପାଖକୁ ମୁଁ ପ୍ରାୟ ସମୟରେ ପରାମର୍ଶ ପାଇଁ ଯାଏ।”

ଅଦ୍‌ନାନ୍‌ଙ୍କ ଭଳି ଅଜାନ୍‌ ମଧ୍ୟ ଜଣେ ସଙ୍ଗୀତ ନିର୍ଦ୍ଦେଶକ। ଖୁବ୍‌ଶୀଘ୍ର ସେ ପାକିସ୍ତାନୀ ଫିଲ୍ମରେ ମଧ୍ୟ ଅଭିନୟ କରିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସାମି ୧୯୯୩ରେ ଜେବା ବଖ୍‌ତିଆର୍‌ଙ୍କୁ ବାହା ହୋଇଥିଲେ। ତେବେ ତିନି ବର୍ଷ ପରେ ସେମାନଙ୍କ ମଧ୍ୟରେ ବିଚ୍ଛେଦ ହୋଇଥିଲା। ଜେବା ଜଣେ ପାକିସ୍ତାନୀ ଅଭିନେତ୍ରୀ। ୨୦୦୧ରେ ସାମି ଦ୍ୱିତୀୟ ବିବାହ କରିଥିଲେ। ତେବେ ତାହା ବି ବିଫଳ ହୋଇଥିଲା। ପରେ ସେ ୨୦୧୦ରେ ରୋୟା ସାମି ଖାନ୍‌ଙ୍କୁ ବାହା ହୋଇଥିଲେ।

https://www.instagram.com/p/B03kpKggAZY/?utm_source=ig_embed
https://www.instagram.com/p/B0UOC4Ng0g4/?utm_source=ig_embed