ରାମ ମନ୍ଦିର ପାଇଁ ରଥଯାତ୍ରା ବାହାର କରିଥିଲେ ବିଜେପିର ପିତାମହ ଆଡଭାନୀ, ଏବେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟକୁ ନେଇ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ,୯।୧୧: ରାମ ମନ୍ଦିର ଆନ୍ଦୋଳନକୁ ରାଷ୍ଟ୍ରବ୍ୟାପୀ ପ୍ରସାର କରିବା ପାଇଁ ବିଜେପିର ବରିଷ୍ଠ ନେତା ତଥା ପିତାମହ ନାମରେ ଜଣାଶୁଣା ଲାଲକୃଷ୍ଣ ଆଡଭାନୀ  ଅଯୋଧ୍ୟ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଆଡଭାନୀ କହିଛନ୍ତି, ସୁପ୍ରିମକୋର୍ଟ ୫ ସଦସ୍ୟ ବିଶିଷ୍ଟ ସମ୍ବିଧାନିକ ପୀଠ ଦେଇଥିବା ଐତିହାସିକ ରାୟକୁ ସମ୍ପୂର୍ଣ୍ଣ ହୃଦୟରୁ ସ୍ବାଗତ କରୁଛି। ମୋ ପାଇଁ ପରିପୂର୍ଣ୍ଣତାର କ୍ଷଣ, କାରଣ ସର୍ବଶକ୍ତିମାନ ଇଶ୍ବର ମୋତେ ଏହି ଜନ ଆନ୍ଦୋଳନରେ ନିଜର ବିନମ୍ର ଯୋଗଦାନ ଦେବାର ସୁଯୋଗ ପ୍ରଦାନ କରିଥିଲେ।। ଏହା ଭାରତର ସ୍ବାଧୀନତା ଆନ୍ଦୋଳନ ପରେ ସବୁଠାରୁ ବଡ ଆନ୍ଦୋଳନ ଥିଲା, ଯାହାର ପରିଣାମ ସ୍ବରୂପ ସ୍ବରୂପ ସୁପ୍ରିମକୋର୍ଟଙ୍କ ଏହି ରାୟ ସମ୍ଭବ ହୋଇପାରିଛି।

ଏହା ସହିତ ଆଡଭାନୀ ଆହୁରି କହିଛନ୍ତି ଯେ, ଏବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାର ରାସ୍ତା ପରିସ୍କାର ହୋଇ ଯାଇଛି। ଏଭଳି ସମୟରେ ଆମେ ସମସ୍ତ ବିବାଦକୁ ଭୁଲି ଓ କଟୁକଥାକୁ ପଛରେ ପକାଇଦେବା ଦରକାର। ଏବେ ସଦଭାବ ଓ ଶାନ୍ତି କାମନା କରିବା ଉଚିତ୍।। ଉଲ୍ଲେଖନୀୟ ଯେ, ଅଯୋଧ୍ୟା ଆନ୍ଦୋଳନ ସମୟରେ ଲାଲକୃଷ୍ଣ ଆଡଭାନୀଙ୍କର ବେଶ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହି ସମୟରେ ଆଡଭାନୀ, ଉମା ଭାରତୀ, ମୂରଲୀ ମନୋହର ଯୋଶୀ ୧୯୯୨ରେ ବିବାଦୀୟ ଢାଞ୍ଚା ବିଧ୍ବଂସ ମାମଲାରେ ଏବେ ମଧ୍ୟ ମକଦ୍ଦମାର ସାମନା କରୁଛନ୍ତି।

   ସମ୍ବନ୍ଧିତ ଖବର


ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି କରୋନା ପଜିଟିଭ୍

ଲାଲ୍‌ କିଲ୍ଲାରୁ ସାଇବର ଓ୍ୱାର ପ୍ରତିହତ ପାଇଁ ପ୍ରଧାନମନ୍ତ୍ରୀଙ୍କର ବଡ ଘୋଷଣା

ଇଏ ସେହି ମହିଳା, ଯିଏ ପୁରା ବିଶ୍ୱ ପାଇଁ ତିଆରି କରନ୍ତି Indian Flag

କରୋନା କାଳରେ ଚାଲିଛି ଅରବପତିଙ୍କ ବିଳାସପୂର୍ଣ୍ଣ ପାର୍ଟି, ଅତିଥିଙ୍କର ପ୍ରତି ୧୫ ମିନିଟରେ ହେଉଛି କୋଭିଡ୍ ଟେଷ୍ଟ

କୋଭିଡ୍‌ ପାଇଁ ରୁଷ୍‌ରେ ପ୍ରଥମ ବ୍ୟାଚ ଟିକା ଉତ୍ପାଦନ ଆରମ୍ଭ

ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ନଥିଲା ଡେଥ୍ ଟାଇମ୍, ପ୍ରଶ୍ନ ଉଠାଇଲେ ଓକିଲ