PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର: ଗୋଷ୍ଠୀ ସଂକ୍ରମଣ ମୁହାଁ ଓଡ଼ିଶା, ସାମାନ୍ୟ ଲକ୍ଷଣ ଥିଲେ ଟେଷ୍ଟ କରନ୍ତୁ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଚଣ୍ଡିଖୋଲ: ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍
  • ||
  • ଢେଙ୍କାନାଳ :ଢେଙ୍କାନାଳ ସିଭିଲ କୋର୍ଟକୁ ସିଲ , ୧୦ରୁ ଅଧିକ କର୍ମଚାରୀ ସଂକ୍ରମିତ ଚିହ୍ନଟ ପରେ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କଲା ପୌରପ୍ରଶାସନ
  • ||
  • ଭୁବନେଶ୍ଵର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍, ଦଶମ ଓ ଦ୍ଵାଦଶ ପରୀକ୍ଷା ପାଇଁ ପ୍ରସ୍ତୁତ ରୁହ : ଗଣଶିକ୍ଷା ମନ୍ତ୍ରୀ
  • ||
  • ବୌଦ୍ଧ: ବାଇକ୍‌କୁ ଧକ୍କା ଦେଲା ଅଜଣା ଗାଡି, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ପାଟଣା: ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ଭିତରେ ଗଣ୍ଡଗୋଳ, ବଡ଼ ଭାଇ ମୁଣ୍ଡରେ ପଥର ଛେଚିଦେଲେ ସାନ ଭାଇର ପରିବାର
  • ||
  • ଭୁବନେଶ୍ଵର: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଗାନ୍ଧୀ ମାର୍ଗରେ ହେଉଛି ଫୁଲଡ୍ରେସ୍ ରିହର୍ସଲ, ସୁରକ୍ଷା ବ୍ୟବସ୍ଥା ପାଇଁ ଟ୍ରାଫିକ୍ କଟକଣା
  • ||
  • ଭୁବନେଶ୍ଵର: ରାଜ୍ୟରେ ତଳକୁ ଖସିଲା ସଂକ୍ରମଣ ଗ୍ରାଫ୍ : ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୭୨୯୧ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ଖଲ୍ଲିକୋଟ: ପରିବା ବୋଝେଇ ଅଟୋକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ୍, ଜଣେ ମୃତ ୨ ଗୁରୁତର
  • ||
  • ପୁରୀ: ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କୋଭିଡ୍ ପଜିଟିଭ୍‌, ହସ୍ପିଟାଲରେ ଭର୍ତ୍ତି
  • ||
  • ଭୁବନେଶ୍ୱର : ମାସେ ଚିକିତ୍ସା ପରେ ଜଙ୍ଗଲକୁ ଫେରିଲା ୧୨ ଫୁଟର ଅହିରାଜ, ଢ଼େଲାମାଡ଼ରେ ଭାଙ୍ଗିଥିଲା ପିଞ୍ଜରା ହାଡ଼
  • ||
  • ଭୁବନେଶ୍ଵର : ଆଉ ଦୁଇ ଦିନ ଭିଜିବ ଓଡ଼ିଶା, ଉପକୂଳ ସମେତ ୭ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ମାଫିଆ ଗିରଫ
  • ||

ବାଂଲାଦେଶ ବିମାନ ଅପହରଣ ଉଦ୍ୟମ, ସମସ୍ତ ଯାତ୍ରୀ ସୁରକ୍ଷିତ

source; https://hindi.timesnownews.com

ଢାକା,୨୪।୨: ବାଂଲାଦେଶର ରାଜଧାନୀ ଢାକାରୁ ଦୁବାଇ ଅଭିମୁଖେ ଯାଉଥିବା ଏକ ବିମାନକୁ ଆଜି ଅପହରଣ ଉଦ୍ୟମ କରାଯାଇଛି। ଯାହାଫଳରେ ବିମାନଟିକୁ ଢାକା ସ୍ଥିତ ଚିଟାଗଙ୍ଗ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଅପହରଣ କରିବା ସମୟରେ ଜ​‌ଣେ ବ୍ୟକ୍ତି ବନ୍ଦୁକ ନେଇ ବିମାନ ଭିତର କକପିଟକୁ ପ୍ରବେଶ କରିବାକୁ ଚେ​‌ଷ୍ଟା ମଧ୍ୟ କରିଥିଲା। ତେବେ ସମସ୍ତ ଯାତ୍ରୀଙ୍କୁ ବିମାନ ମଧ୍ୟରୁ ସୁରକ୍ଷିତ ଭାବରେ ବାହାର କରାଯାଇଛି।  

ଖବର ଅନୁସାରେ ବାଂଲାଦେଶ ଏୟାରଲାଇନ୍ସର ବିମାନକୁ ଚିଟାଗଙ୍ଗର ଶାହା ଅମାନତ ଅନ୍ତଃର୍ଜାତୀୟ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଇ ଦିଆଯାଇଥିଲା। ପ୍ରତ୍ୟକ୍ଷଦର୍ଶୀ ଓ ବିମାନ  ବନ୍ଦର ଅଧିକାରୀଙ୍କ କହିବା ଅନୁସାରେ ଏହି ବିମାନ ଦୁବାଇରୁ ଚିଟାଗଙ୍ଗ ବାଟ ଦେଇ ଢାକା ଯାଉଥିଲା। ବିମାନ ଉଡାଣ ଆରମ୍ଭ କରିବାର ଅଧଘଣ୍ଟା ପରେ ଜଣେ ବନ୍ଧୁକଧାରୀ କକପିଟ୍   ଭିତରକୁ ପଶିଥିଲା। ପାଇଳଟ୍ ଜଣକ ଅପହରଣକାରୀକୁ ରୋକିବାକୁ ଚେଷ୍ଟା କରିବାକୁ ସେ ତାଙ୍କୁ ଗୁଳିମାରିଥିଲା। ଏହାପରେ ବିମାନକୁ ସନ୍ଧ୍ୟା ପ୍ରାୟ ୫ଟା ୪୦ ମିନିଟରେ ଚିଟଗଙ୍ଗ ବିମାନବନ୍ଦରରେ ଓହ୍ଲାଇଥିଲା।  ସ୍ଥାନୀୟ ଗଣମାଧ୍ୟମର ଖବର ଅନୁସାରେ ସମସ୍ତ ଯାତ୍ରୀ ବିମାନରୁ ବାହାରି ଯାଇଥିବା ବେଳେ ଏବେ ବି ବିମାନ ଭିତରେ ବନ୍ଧୁକଧାରୀ ଏବଂ ଦୁଇଜଣ ପାଇଲଟ୍ ରହିଛନ୍ତି। ଅପହରଣକାରୀ ଜଣକ ବିମାନ ଭିତରେ ଥାଇ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବ ବୋଲି କହିଛି। ପୋଲିସ ଓ ରାପିଡ୍ ଆକ୍ସନ ବାଟାଲିୟନ ରନଓ୍ବେର ଚାରିପଟୁ ଘେରାଉ କରିଦେଇଛନ୍ତି।

ସମ୍ବନ୍ଧିତ ଖବର