ଆଇସୋଲେସନକୁ ଗଲେ ଆଫଗାନ୍‌ ରାଷ୍ଟ୍ରପତି, ଆକ୍ରାନ୍ତଙ୍କ ସଂସ୍ପର୍ଶ ଆସଥିବା ସନ୍ଦେହ

କାବୁଲ ୨୨/୪: ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଘନି କରୋନା ଦ୍ୱାରା ସଂକ୍ରମିତ ହୋଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । କାବୁଲ ସ୍ଥିତ ରାଷ୍ଟ୍ରପତି ଭବନରେ ନିୟୋଜିତ ୨୦ ଜଣ କର୍ମଚାରୀ କରୋନା ପଜିଟିଭ୍‌ ବାହାରିବା ପରେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି । ଏହାପରେ ଘନି ନିଜକୁ ଆଇସୋଲେସନରେ ରଖିଛନ୍ତି । ସେ ଏପର୍ଯ୍ୟନ୍ତ ନିଜର କରୋନା ଟେଷ୍ଟ କରାଇଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇପାରି ନାହିଁ । ତେବେ ଘନିଙ୍କ ବୟସ ୭୦ ବର୍ଷରୁ ଉର୍ଷର ହୋଇଥିବା ଏବଂ ସେ ପୂର୍ବରୁ କ୍ୟାନ୍‌ସରରେ ଆକ୍ରାନ୍ତ ହୋଇସାରିଥିବାରୁ ଏବେ ହାଇରିସ୍କ କାଟେଗୋରିରେ ଅଛନ୍ତି ।

ଅର୍ଥାତ୍‌ ଯଦି ସେ କରୋନା ଦ୍ୱାରା ଆକ୍ରାନ୍ତ ହୁଅନ୍ତି, ତା’ହେଲେ ତାଙ୍କ ଜୀବନ ପ୍ରତି ବଡ଼ ସଂକଟ ଦେଖାଦେବ । ହେଲେ ଆଫଗାନ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଦ୍ୱାରା ଏହି ରିପୋର୍ଟ ଉପରେ କୌଣସି ପ୍ରକାର ସ୍ପଷ୍ଟୀକରଣ ଦିଆଯାଇ ନାହିଁ । ଆଫଗାନିସ୍ତାନରେ ଏ ପର୍ଯ୍ୟନ୍ତ ୯୯୩ ଜଣ ବ୍ୟକ୍ତି କରୋନା ପଜିଟିଭ୍‌ ବାହାରିଛନ୍ତି ।କିନ୍ତୁ ଗତ ଦୁଇ ମାସ ଭିତରେ କେବଳ ଇରାନରୁ ଦୁଇ ଲକ୍ଷ ଆଫଗାନ ନାଗରିକ ସ୍ୱଦେଶ ଫେରିଛନ୍ତି । ଇରାନ କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ଦେଶ ଭାବେ ବିବେଚିତ ହେଉଛି । ସେଠାରେ ଏବେ ସୁଦ୍ଧା କରୋନା ଯୋଗୁ ୮୨,୦୦୦ ଲୋକ ସଂକ୍ରମିତ ହୋଇସାରିଥିଲାବଳେ ୫,୦୦୦ ଲୋକ ପ୍ରାଣ ହରାଇସାରିଲେଣି । ତେଣୁ ଇରାନରୁ ସ୍ୱଦେଶ ଫେରିଥିବା ଆଫଗାନ ନାଗରିକମାନେ ବି କରୋନା ଦ୍ୱାରା ସଂକ୍ରମିତ ବୋଲି ଅନୁମାନ କରାଯାଉଛି ।

   ସମ୍ବନ୍ଧିତ ଖବର


ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

RBI ଗଭର୍ଣ୍ଣରଙ୍କୁ କରୋନା