ତାଲିବାନ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଅଫଗାନିସ୍ତାନ ଉପରାଷ୍ଟ୍ରପତି

କାବୁଲ,୩୧।୩: ଆତଙ୍କବାଦୀଙ୍କ ଆକ୍ରମଣରୁ ଆଫଗାନୀସ୍ତାନର ଉପରାଷ୍ଟ୍ରପତି ଅବଦୁଲ ରସିଦ୍ ଦୋସ୍ତମ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କୁ ହତ୍ୟା କରିବା ପାଇଁ ପୁର୍ନବାର ଉଦ୍ୟମ କରାଯାଇଛି । ଏହି ଆକ୍ରମଣରୁ ଅବଦୁଲ ଅଳ୍ପକେ ବର୍ତ୍ତିଯାଇଛନ୍ତି । ତେବେ ଏଥିରେ ତାଙ୍କର ଜଣେ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ହୋଇଛି। ଆକ୍ରମଣରେ ଅନ୍ୟ ଦୁଇଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ତାଲିବାନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ।

ଶନିବାର ଏକ ରାଲିରେ ଯୋଗ ଦେବା ସମୟରେ ଏହି ଆକ୍ରମଣ ହୋଇଥିଲା। ଆକ୍ରମଣକାରୀମାନେ ଆଫଗାନୀସ୍ତାନ ଉପରାଷ୍ଟ୍ରପତିଙ୍କର କାରକେଡ ଉପରେ ଆକ୍ରମଣ କରିଥିଲେ । ଆକ୍ରମଣ ସମ୍ପର୍କରେ ତାଲିବାନର ମୁଖପାତ୍ର ଟ୍ବିଟ୍ କରି ନିଜ ସଂଗଠନକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଏଥିରେ ଦୋସ୍ତମଙ୍କ ୪ ଜଣ ଅଙ୍ଗରକ୍ଷୀଙ୍କର ମୃତ୍ୟୁ ହୋଇଛି। ଦୋସ୍ତମ ଜଣେ ଶକ୍ତିଶାଳୀ ନେବା। ସେ କ୍ରୁତା ପାଇଁ କୁଖାତ୍ୟା ଓ ୪୦ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ସଂଘର୍ଷରେ ନିଜର ରାୟ ବାରମ୍ବାର ବଦଳାଉଥିବା ନେଇ ମଧ୍ୟ ଜଣାଯାଆନ୍ତି। ଉଲ୍ଲେଖନୀୟ ଯେ, ପୂର୍ବରୁ ଦୋସ୍ତମଙ୍କୁ ହତ୍ୟାକରିବା ପାଇଁ ଆଉ ଏକ ଆକ୍ରମଣ କରାଯାଇଥିଲା। ଆତ୍ମଘାତୀ ବୋମା ବିସ୍ଫୋରଣ କରି ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ଇସଲାମିକ ଷ୍ଟେଟ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ କରିଥିଲା ।