ଅଲକାଏଦାର ଆତଙ୍କୀ ଆସିମ୍ ଉମର ସଫା, ଭାରତ ପାଇଁ ଥିଲା ବଡ ବିପଦ

କାବୁଲ୍ ୮/୧୦: ଆଫଗାନିସ୍ଥାନରେ ସୁରକ୍ଷାବଳଙ୍କୁ ବଡ ସଫଳତା ମିଳିଛି । ଆଫଗାନିସ୍ଥାନ ଓ ଆମେରିକା ସେନା ଏକ ଜଏଣ୍ଟ ଅପରେସନରେ ଆସିମ ଉମର ନାମକ ଏକ କୁଖ୍ୟାତ ଆତଙ୍କବାଦୀକୁ ସଫା କରିଛନ୍ତି । ନ୍ୟୁଜ୍ ଏଜେନ୍ସି ଏଏଫପି ଅନୁସାରେ ଆସିମ ଉମର ପାକିସ୍ତାନୀ ନାଗରିକ ଥିଲା ।

ଆଫଗାନ ନ୍ୟାସନାଲ୍ ଡାଇରେକ୍ଟରଙ୍କ ତରଫରୁ କୁହାଯାଇଛି ଯେ ଆମେରିକା ଓ ଆଫଗାନିସ୍ଥାନର ସେନାର ଜଏଣ୍ଟ ଅପରେସନରେ ଆସିମ ଉମରକୁ ୨୨-୨୩ ସେପ୍ଟେମ୍ବରରେ ସଫା କରାଯାଇଥିଲା । କିନ୍ତୁ ଏନେଇ ମଙ୍ଗଳବାର ୮ ଅକ୍ଟୋବରରେ ସୂଚନା ମିଳିଲା । ୨୦୧୪ରେ ଆସିମ ଉମରକୁ ଭାରତୀୟ ଉପମହାଦ୍ୱୀପ ପାଇଁ ଅଲକାଏଦାର ଚିଫ୍ ବନାଯାଇଥିଲା । ଉମର ଭାରତୀୟ ଉପମହାଦ୍ୱୀପରେ ଆତଙ୍କୀ ଗତିବିଧି ଚଳାଇଥିଲା । ତେଣୁ ଏଭଳି ପରିସ୍ଥିତିରେ ସେ ଭାରତ ପାଇଁ ଏକ ବଡ ବିପଦ ସାଜିଥିଲା ।

ସୂଚନା ଅନୁସାରେ ତାର  ଅନେକ ଆତଙ୍କୀ ସାଥୀ ମଧ୍ୟ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ପାକିସ୍ତାନୀ ଥିଲେ । ସୁରକ୍ଷାବଳ ସେମାନଙ୍କୁ ଆଫଗାନିସ୍ଥାନର ଦକ୍ଷିଣ ହେଲମଣ୍ଡ ପ୍ରାନ୍ତରେ ଏକ ଅପରେସନରେ ସଫା କରିଛନ୍ତି ।


   ସମ୍ବନ୍ଧିତ ଖବର


ପୁଣି କମିଲା ସୁନା ଦର

ସୋନୁ ପରେ ଏବେ ଅମିତାଭ ବଚ୍ଚନ ପ୍ରବାସୀ ଶ୍ରମିକଙ୍କୁ କରିବେ ସାହାଯ୍ୟ, ଆରମ୍ଭ କଲେ ବସ୍ ସେବା

‘ଯଦି କରୋନା ହୋଇଯାଏ ତେବେ…’, ଦିଲ୍ଲୀବାସୀଙ୍କୁ ସିଏମ୍ କେଜ୍ରିୱାଲ୍ କହିଲେ ଏହି ଗୁରୁତ୍ୱପୂର୍ଣ୍ଣ କଥା

ଏମିତି ନିର୍ଦ୍ଧାରିତ ହୋଇଥାଏ ସୁନା ଦାମ୍

ଲକଡାଉନରେ RBIର କାର୍ଯ୍ୟାନୁଷ୍ଠାନ, ୩ଟି ବ୍ୟାଙ୍କ ଉପରେ ୬.୫ କୋଟି ଟଙ୍କାର ଜୋରିମାନା

ଅଭିନେତା ସୋନୁ ସୁଦ୍‌‌ଙ୍କ ମହାନତା ; ୧୫୦ରୁ ଉର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ବିମାନରେ ଘରକୁ ପଠାଇଲେ –