PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ବସ୍ ଭିତରୁ ୧୩ ଯାତ୍ରୀଙ୍କୁ ଅପହରଣ କଲେ ତାଲିବାନ ଆତଙ୍କବାଦୀ

କାବୁଲ,୧୨।୩: ଅଫଗାନିସ୍ତାନର ବାଗଲାନ ଅଞ୍ଚଳରେ ସଶସ୍ତ୍ର ଆତଙ୍କବାଦୀମାନେ ମଙ୍ଗଳବାର ଏକ ଯାତ୍ରୀ ବସକୁ ରୋକି ସେଥିରେ ଥିବା ୧୩ ଜଣ ଯାତ୍ରୀଙ୍କୁ ଅପହରଣ କରିନେଇଛନ୍ତି। ଆତଙ୍କବାଦୀମାନେ   ଲୋକଙ୍କୁ ଅପହରଣ କରି ଏକ ଅଜଣା ସ୍ଥାନକୁ ନେଇଯାଇଛନ୍ତି। ଅପହରଣ ହୋଇଥିବା ଲୋକ କିପରି ସୁରକ୍ଷିତ ଫେରିବେ ସେ ନେଇ ଚେଷ୍ଟା ଚାଲିଛି ବୋଲି ଅଫଗାନୀ ଅଧିକାରୀ  ସୂଚନା ଦେଇଛନ୍ତି।

 ସେନା ମୁଖପାତ୍ର ସାମ୍ବାଦିକଙ୍କୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସଶସ୍ତ୍ର ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ବାଗଲାନ-ଏ-ମରକାଜି ଜିଲ୍ଲାର ଜାର-ଏ-ଖୁସ୍କ ଅଞ୍ଚଳରେ ଏକ ଯାତ୍ରୀବାହୀ ବସକୁ ରୋକି ଦେଇଥିଲେ। ଏହାପରେ ଆତଙ୍କବାଦୀମାନେ ପ୍ରଥମ ବସର ତଲାସୀ ନେଇଥିଲେ। ପୁଣିଥରେ ବସ୍ ଭିତରେ ଥିବା ୧୩ ଜଣ ଲୋକଙ୍କୁ ଅପହରଣ କରି ନିଜ ସାଙ୍ଗରେ ନେଇଯାଇଥିଲେ।

ଯାତ୍ରୀମାନେ ଉତ୍ତର ବଦସ୍ତଖାରୁ କାବୁଲ ଯାଉଥିବା ବେଳେ ଏହି ଘଟଣା ଘଟିଛି। ଏହି ଅପହରଣ ଘଟଣାରେ ତାଲିବାନର ହାତ ରହିଛି ବୋଲି କୁହାଯାଉଛି। କାରଣ ଏବେ ବାଗଲାନ ଓ ପଡୋଶୀ କୁନ୍ଦୁଜର କିଛି ଭାଗରେ ତାଲିବାନୀ ଆତଙ୍କବାଦୀମାନେ ସକ୍ରିୟ ରହିଛନ୍ତି। ତେବେ ଏହି ଘଟଣା ପାଇଁ ଏପର୍ଯ୍ୟନ୍ତ ତାଲିବାନ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ।

ସମ୍ବନ୍ଧିତ ଖବର