୩୨ ବର୍ଷ ପରେ ଅରୁଣାଚଳ ପ୍ରଦେଶର ଏହି ୩ ରାଜ୍ୟରୁ ଆଶିଂକ ହଟିଲା ଆଫସ୍ପା

ନୂଆଦିଲ୍ଲୀ,୨।୪:ସୁରକ୍ଷା ବଳକୁ ଅତିରିକ୍ତ ଶକ୍ତି ପ୍ରଦାନ କରୁଥିବା ବିବାଦୀୟ ସଶସ୍ତ୍ର ବଳ ସ୍ୱତନ୍ତ୍ର କ୍ଷମତା ଆଇନ (ଆଫସ୍ପା)କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଆଶିଂକ ଭାବେ ହଟାଇ ଦିଆଯାଇଛି। ଦୀର୍ଘ ୩୨ ବର୍ଷ ପରେ ଅରୁଣାଚଳପ୍ରଦେଶର ୩ ଜିଲାରୁ ଏହାକୁ ଆଶିଂକ ଭାବରେ ହଟାଇ ଦିଆଯାଇଛି। ତେବେ ଏହି ଆଇନ ମ୍ୟାମାଁ ଅଞ୍ଚଳରେ ଲାଗୁ ରହିବ। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ଆଜି ଏହି ସୂଚନା ଦେଇଛନ୍ତି।

ଉଲ୍ଳେଖନୀୟ ଯେ, ୧୯୮୭ ଫେବୃଆରୀ ୨୦ରେ ଅରୁଣାଚଳପ୍ରଦେଶରେ ବିବାଦୀୟ ଆଫସ୍ପା ଲାଗୁ ହୋଇଥିଲା। ଏହି ଆଇନ ଆସାମ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ମଣିପୁରରେ ଏହା ପୂର୍ବରୁ ଲାଗୁ ହୋଇଥିଲା। ଅରୁଣାଚଳପ୍ରଦେଶ ପରେ ମେଘାଳୟ, ମିଜୋରମ, ନାଗାଲାଣ୍ଡ ଅସ୍ତିତ୍ୱକୁ ଆସିଥିଲା ଓ ଏହି ରାଜ୍ୟଗୁଡ଼ିକରେ ବି ଏହି ଆଇନ ଲାଗୁ ହୋଇଥିଲା। ପରେ ବିଚାରପତି ପି.ଜୀବନ ରେଡ୍ଡୀ କମିଟି କେତେକ ରାଜ୍ୟରୁ ଆଫସ୍ପା ହଟାଇବାକୁ ସୁପାରିଶ କରିଥିଲେ। ଏହି ଅନୁସାରେ ଅରୁଣାଚଳର ୯ ଜିଲା ମଧ୍ୟରୁ ୩ଟି ଜିଲାରୁ ଏହି ଆଇନକୁ ଆଶିଂକ ଭାବେ ହଟାଇ ଦିଆଯାଇଛି।

ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଅଧିସୂଚନାରେ କୁହାଯାଇଛି ଯେ ଅଶାନ୍ତ ଅଞ୍ଚଳ ଘୋଷିତ ଅରୁଣାଚଳ ପ୍ରଦେଶର ୪ ଥାନା ଅଞ୍ଚଳରୁ ରବିବାରଠାରୁ ଆଫସ୍ପା ହଟାଇ ଦିଆଯାଇଛି। ଯେଉଁ ଥାନାରେ ଏହି ଆଇନକୁ ହଟାଇ ଦିଆଯାଇଛି ସେଥିରେ ପଶ୍ଚିମ କାମେଙ୍ଗ ଜିଲାରେ ବୋଲେମୁ, ଭାଲୁକପୋଙ୍ଗ ଥାନା, ପୂର୍ବ କାମେଙ୍ଗ ଜିଲାର ସେଇଜୋସା ଥାନା ଏବଂ ପାପୁମପାରୋ ଜିଲାର ବାଲିଜାନ ଥାନା ଅନ୍ତର୍ଭୁକ୍ତ। ତେବେ ତିରାପ, ଚୋଙ୍ଗଲାଙ୍ଗ, ଲୋଙ୍ଗାଡିଙ୍ଗ, ନାମସାଇ ଜିଲାରେ ଏହି ଆଇନ ବଳବତ୍ତର ରହିଛି। ଉଲ୍ଳେଖନୀୟ ଯେ, ଆଫସ୍ପା ଆଇନ ଅନୁସାରେ ସୁରକ୍ଷାବଳ କୌଣସି ବି ଲୋକକୁ ଗିରଫ କରିପାରିବେ ଓ କୌଣସି ବି ଘର ଓ କାର୍ଯ୍ୟାଳୟ ପରିସରରେ ତଲାସୀ କରିପାରିବେ

   ସମ୍ବନ୍ଧିତ ଖବର


‘ଆରେ ତୁମେ କ’ଣ କରୁଛ..ପୁରା କେଶ କାଟିଦେବ କି..ଆରେ ୟାର…’ ଇଣ୍ଟରନେଟ୍‌ରେ ଧମାଲ କରୁଛି ଏହି କୁନିର ଝିଅର ହେୟାର କଟିଂ ଭିଡ଼ିଓ

କୁକୁରର ହେବ ଡିଏନ୍‌ଏ ଟେଷ୍ଟ: ଶାଦାବ୍‌ଙ୍କ ‘କୋକୋ’ ନା କାର୍ତ୍ତିକଙ୍କ ‘ଟାଇଗର’…

ଆଶ୍ଚର୍ଯ୍ୟ ଲାଗିଲେ ବି ସତ: ଅନ୍ତିମ ସଂସ୍କାରର ସପ୍ତାହେ ପରେ ଘରକୁ ଫେରିଲେ ‘ଶିବ’

ସମସ୍ତଙ୍କୁ ଜୀବନ ସାଥି ବାଛିବାର ଅଧିକାର ରହିଛି , ସରକାର ହସ୍ତକ୍ଷେପ କରିପାରିବେ ନାହିଁ – ଆହ୍ଲାବାଦ ହାଇକୋର୍ଟ

ଚାଲବାଜ ଚୀନ୍ ରଚୁଛି ଚକ୍ରବ୍ୟୁହ,ସାଟେଲାଇଟ୍ ଚିତ୍ରରୁ ଧରାପଡ଼ିଲା ଷଡଯନ୍ତ୍ର: ଡୋକଲାମରେ ଅସ୍ତ୍ର ଭଣ୍ଡାର ନିର୍ମାଣ କରୁଛି ଡ୍ରାଗନ୍

ଅବସର ନେଲେ ରେସ୍‌ଲିଂ ଦୁନିଆ‌ର ମହାରଥୀ ଅଣ୍ଡରଟେକର୍‌, କହିଲେ- ମୋର ସମୟ ଆସିସାରିଛି…