ଦୀର୍ଘ ୨୦ ବର୍ଷ ପରେ ଚିଲିକା ମଙ୍ଗଳାଯୋଡ଼ିରେ ଦେଖିବାକୁ ମିଳିଲା ବିରଳ ‘ଅଷ୍ଟ୍ରେଲିଆନ୍‌ ଷ୍ଟିଲ୍ଟ’ ପକ୍ଷୀ

ଭୁବନେଶ୍ୱର ୩/୧: ଚିଲିକା ମଙ୍ଗଳାଯୋଡ଼ିକୁ ପ୍ରଥମ ଥର ପାଇଁ ଆସିଛି ଅଷ୍ଟ୍ରେଲିଆନ୍‌ ଷ୍ଟିଲ୍ଟ ପକ୍ଷୀ । ମଙ୍ଗଳାଯୋଡ଼ିରେ ବାର୍ଡ ଗାଇଡ୍‌ ମଧୁ ବେହେରା ଏହି ବିରଳ ପକ୍ଷୀକୁ ଠାବ କରିବା ସହ ନିଜ କ୍ୟାମେରାରେ ତା’ର ଫଟୋ ଉଠାଇଛନ୍ତି । ଦୀର୍ଘ ୨୦ ବର୍ଷ ପରେ ଚିଲିକାକୁ ଏହି ପକ୍ଷୀ ଆସିଛି ।

ଓଡ଼ିଶାର ଖ୍ୟାତନାମା ପକ୍ଷୀ ବିଶାରଦ ୟୁ.ଏନ୍‌ ଦେବ ଏହି ଅଷ୍ଟ୍ରେଲିଆନ୍‌ ଷ୍ଟିଲ୍ଟ ପକ୍ଷୀ ୧୯୮୭ ମସିହାରେ ଚିଲିକାର ନଳବଣ ଠାରେ ଦେଖି ତା’ର ଫଟୋ ଉଠାଇଥିଲେ । ନିଜର ‘ଏ ଫିଲ୍ଡ ଗାଇଡ୍‌ ଟୁ ବାର୍ଡସ୍‌ ଅଫ୍‌ ଚିଲିକା’ ବହିରେ ଏହି ପକ୍ଷୀ ବିଷୟରେ ବର୍ଣ୍ଣନା କରିଥିଲେ । ଶ୍ରୀ ଦେବ କୁହନ୍ତି, ମୁଁ ୧୯୮୭ ମସିହାରେ ପ୍ରଥମ କରି ଅଷ୍ଟ୍ରେଲିଆନ୍‌ ଷ୍ଟିଲ୍ଟକୁ ଦେଖିଥିଲି । ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ଏହି ପକ୍ଷୀ ଚିଲିକାକୁ ଆସୁଥିଲେ । ହେଲେ ଚିଲିକାର ମୁହାଣ ଖୋଳା ହୋଇ ଯେବେଠାରୁ ସମୁଦ୍ର ପାଣି ମିଶିଲା ଓ ଚିଲିକା ପାଣି ଅଧିକ ଲୁଣିଆ ହୋଇଗଲା ଆଉ ଏହି ପକ୍ଷୀ ଚିଲିକାକୁ ଆସିଲେ ନାହିଁ। ଦୀର୍ଘ ୨୦ ବର୍ଷ ପରେ ମଧୁ ବେହେରାଙ୍କ ଦ୍ୱାରା ଏହି ଚଢ଼େଇକୁ ଆଉ ଥରେ ଦେଖିବା ନିଶ୍ଚୟ ଖୁସିର କଥା ।
ବିଏନ୍‌ଏଚ୍‌ଏସ୍‌ ତରଫରୁ ୨୦୦୯ ମସିହାରେ ପ୍ରକାଶିତ ‘ବାର୍ଡ ଆଟଲାସ ଅଫ୍‌ ଚିଲିକା’ ବହିରେ ମଧ୍ୟ ଏହି ପକ୍ଷୀ ବିଷୟରେ ବର୍ଣ୍ଣନା ନାହିଁଁ । ଭାରତୀୟ ପକ୍ଷୀଙ୍କ ଉପରେ ଲିଖିତ ଅନ୍ୟତମ ବହି ‘ବାର୍ଡସ ଅଫ୍‌ ଇଣ୍ଡିଆନ୍‌ ସବ୍‌କଣ୍ଟିନେଣ୍ଟ‘ରେ ମଧ୍ୟ ଅଷ୍ଟ୍ରେଲିଆନ ଷ୍ଟିଲଟ ବିଷୟରେ ଉଲ୍ଲେଖ ନାହିଁ ।

ଓଡ଼ିଶାର ଅନ୍ୟତମ ପକ୍ଷୀ ବିଶାରଦ ତଥା ସେଞ୍ଚୁରିଆନ୍‌ ୟୁନିଭରସିଟିର ଆସୋସିଏଟ୍‌ ପ୍ରଫେସର ଡା.ଶିବ ପ୍ରସାଦ ପରିଡ଼ା, ଯିଏକି ବିଗତ ୧୦ ବର୍ଷ ଧରି ଚିଲିକା ପକ୍ଷୀଗଣନାରେ ସାମିଲ ରହି ଆସୁଛନ୍ତି, ସେ ମଧ୍ୟ ଅଷ୍ଟ୍ରେଲିଆନ୍‌ ଷ୍ଟିଲ୍ଟ ମଙ୍ଗଳାଯୋଡ଼ିରେ ଦେଖାଦେବା ଏକ ନୂଆ ରେକର୍ଡ ବୋଲି ପ୍ରକାଶ କରିଛନ୍ତି । ଏହିପକ୍ଷୀର ବୈଜ୍ଞାନିକ ନାଁ ‘ହିମାଣ୍ଟୋପସ ଲିଉକୋସେଫାଲ୍ସ’୍‌ । ଏହି ପକ୍ଷୀ ଇଣ୍ଡୋନେସିଆ ଠାରୁ ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡ ପର୍ଯ୍ୟନ୍ତ ଦେଖାଯାଆନ୍ତି ।

   ସମ୍ବନ୍ଧିତ ଖବର


ଦେଖନ୍ତୁ ଭୟାନକ ଦୃଶ୍ୟ – ପ୍ରକୃତିର ବିଭିଷୀକା , ସମୁଦ୍ରରେ ଭାସିଗଲା ଘର ସହ ବିଶାଳ ଭୂଖଣ୍ଡ

ରଖେ ହରି ମାରେ କିଏ -ଅଜଗର ଗିଳୁଥିବା ହରିଣକୁ ବଞ୍ଚାଇଲେ ,ଦେଖନ୍ତୁ କିପରି

ଭଦ୍ରକ: ୩ ଗାଁ ୪୮ ଘଣ୍ଟା ସଟଡାଉନ୍

ଟ୍ରକ୍‌ ସହ ବାଇକ ମୁହାଁମୁହିଁ ଧକ୍କା : ଚାଲିଗଲା ୨ଜଣଙ୍କ ଜୀବନ, ଡ୍ରାଇଭର ଅଟକ

ପଙ୍ଗପାଳ ପରି ଝିଣ୍ଟିକା ଦେଖି ଚିନ୍ତାରେ ବରଗଡ଼ ଚାଷୀ : ବିଭିନ୍ନ ଗଛର ପତ୍ର ସଫା କରିସାରିଲେଣି

ଦୁନିଆର ଏକ ଅଦ୍ଭୁତ ଜୀବ : କିଛି ନ ଖାଇ ବଞ୍ଚିପାରେ ୧୦୦ ବର୍ଷ