ଖୋଲିବ ୟାସିନ ମଲିକଙ୍କ ୩୦ ବର୍ଷର ପୁରୁଣା ମାମଲା

ନୂଆଦିଲ୍ଳୀ ୮/୯: କାଶ୍ମୀରରେ ପ୍ରାୟ ୩୦ ବର୍ଷ ତଳେ ୪ ଜଣ ବାୟୁସେନା ଅଧିକାରୀଙ୍କୁ ଗୁଳିକରି ହତ୍ୟା କରାଯିବା ମାମଲା ଏବେ ଖୋଲିବାକୁ ଯାଉଛି । ଏହି ମାମଲାରେ ବିଚ୍ଛିନ୍ନତାବାଦୀ ନେତା ତଥା ପୂର୍ବତନ ଆତଙ୍କବାଦୀ ୟାସିନ ମଲିକ ଅଭିଯୁକ୍ତ ଅଛନ୍ତି । ଜମ୍ମୁର ଟାଡା କୋର୍ଟରେ ଏହି ମାମଲା ବିଚାରାଧୀନ ରହିଛି । ୧୯୯୦ ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଜାନୁଆରୀ ୨୫ ତାରିଖ ସକାଳେ ବାୟୁସେନାର ଏକ ଟିମ୍‌ ଉପରେ ଚଳନ୍ତା କାରରୁ ଆତଙ୍କବାଦୀମାନେ ଗୁଳି ମାଡ଼ କରିଥିଲେ ।

ଏଥିରେ ସ୍କ୍ୱାଡ୍ରନ ଲିଡର ରବି ଖାନ୍ନାଙ୍କ ସମେତ ୪ ଜଣ ପ୍ରାଣ ହରାଇଥିଲେ ଏବଂ ଆଉ କିଛି ବାୟୁ ସୈନିକ ଆହତ ହୋଇଥିଲେ । ସିବିଆଇ ତଦନ୍ତରୁ ଏହି ଘଟଣାରେ ୟାସିନ ମଲିକଙ୍କ ସମ୍ପୃକ୍ତି ରହିଥିବା ଜଣାପଡିଥିଲା । ତେଣୁ ତାଙ୍କୁ ଗିରଫ କରାଯାଇଥିଲା । ଏହା ପରେ ସେ ଜାମିନରେ ଯାଇଥିଲେ । ସିବିଆଇ ମଧ୍ୟ ଚାର୍ଜସିଟ୍‌ ଦାଖଲ କରିଥିଲା । ହେଲେ ସେବେଠାରୁ ଏହି ମାମଲା ଆଉ ଆଗକୁ ଯାଇପାରି ନଥିଲା । ପରେ ଅଭିଯୁକ୍ତ ଜଣକ ଜମ୍ମୁରୁ ଶ୍ରୀନଗରକୁ ଏହି ମାମଲା ଉଠାଇ ନେଇଥିଲେ ଏବଂ ୨୦୦୭ରେ ଏହା ଉପରେ ରହିତାଦେଶ ଲାଗୁ କରାଯାଇଥିଲା । ହେଲେ ଚଳିତବର୍ଷ ଏପ୍ରିଲ ୨୬ରେ ଜମ୍ମୁ-କାଶ୍ମୀର ହାଇକୋର୍ଟ ରହିତାଦେଶ ଉଠାଇଦେବା ସହ ବିଚାର ପାଇଁ ପଥ ପରିସ୍କାର କରିଦେଇଥିଲେ ।

ଏଥିସହିତ ମାମଲା ଶ୍ରୀନଗରକୁ ସ୍ଥାନାନ୍ତର ହୋଇପାରିବ ନାହିଁ ବୋଲି ହାଇକୋର୍ଟ କହିଥିଲେ । ତେଣୁ ଆସନ୍ତା ୧୧ ତାରିଖରେ ୟାସିନ ମଲିକ ଏହି ମାମଲାରେ କୋର୍ଟରେ ହଜାର ହେବେ । କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ସୂଚନାଯୋଗ୍ୟ ଯେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଗିରଫ ହୋଇ ୟାସିନ ମଲିକ ଏବେ ଜେଲ୍‌ରେ ଅଛନ୍ତି ।

   ସମ୍ବନ୍ଧିତ ଖବର


ED ସ୍କାନରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ

ଇମ୍ରାନ୍‌ଙ୍କୁ ଝଟକା : ପୂର୍ବଭଳି ଗ୍ରେ ଲିଷ୍ଟରେ ପାକିସ୍ତାନ, FATF କହିଲା…

୬ ବର୍ଷ ବୟସରେ ଇନ୍ସପେକ୍ଟର ! ସମ୍ଭାଳିଲେ ଏହି ଦାୟିତ୍ୱ

ଭାରତକୁ କ’ଣ ପାଇଁ ଆସିଥିଲା ଗିରଫ ହୋଇଥିବା ଚୀନ୍‌ ସୈନିକ? ତା ପାଖରୁ ସେନାକୁ ମିଳିଥିଲା ସ୍ଲିପିଙ୍ଗ୍‌ ବ୍ୟାଗ୍‌ ଓ ଷ୍ଟୋରେଜ ଡିଭାଇସ୍

୯ ମାସ ହେଲା ଗାଏବ କିମ୍‌ ଜୋଙ୍ଗ ଉନ୍‌ଙ୍କ ପତ୍ନୀ : ଏମିତି ଚାଲିଛି ଗୁଜବ !

ଆଗାମୀ ୨୦ ବର୍ଷ ଯାଏ ରହିବ କରୋନା, ଏଭଳି ଯୁକ୍ତି ରଖିଲା ସିରମ୍‌ ଇନଷ୍ଟିଚ୍ୟୁଟ୍‌