ରାତିରେ କାହିଁକି ହୁଏନି ପୋଷ୍ଟମର୍ଟମ,କାରଣ ଜାଣିଲେ ହୋଇଯିବେ ଚକିତ

ନୂଆଦିଲ୍ଲୀ,୨୭।୮: ମଣିଷ ତା’ର ଜୀବନ ଭିତରେ ମନ ଭିତରେ ଅନେକ କିଛି ପ୍ରଶ୍ନ ରଖିଥାଏ। ଏହି ସବୁ ପ୍ରଶ୍ନର ଉତ୍ତର କିଛି ପାଏ ତ ଆଉ କିଛି ମିଳିନଥାଏ। ଏଭଳି ଭାବରେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ରହିଥାଏ ଯେ, କୌଣସି ଘଟଣାରେ ରାତିରେ ଯଦି କାହାର ମୃତ୍ୟୁ ହୋଇଯାଏ ତେବେ ଡାକ୍ତର ଦିନରେ  କାହିଁକି ପୋଷ୍ଟମର୍ଟମ କରିଥାନ୍ତି, ରାତିରେ କାହିଁକି ନୁହେଁ। ମୃତ ବ୍ୟକ୍ତି ଯେତେ ବଡ ଲୋକ ହୋଇଥିଲେ ମଧ୍ୟ ଏହି ନିୟମ ବଦଳେ ନାହିଁ। ତେବେ ଏହାର କାରଣ କ‘ଣ ଆପଣମାନେ ଜାଣନ୍ତି କି?

ଯଦି ଜାଣନ୍ତି ନାହିଁ ତେବେ ଜାଣିନିଅନ୍ତୁ। ତେବେ ସବୁଠାରୁ ପ୍ରଥମେ ଜାଣିବା ଦରକାର ପୋଷ୍ଟମର୍ଟମ କାହିଁକି କରାଯାଏ। ପୋଷ୍ଟମର୍ଟମ ଏକ ପ୍ରକାର ଅପରେସନ ଭଳି ହୋଇଥାଏ। ଯାହାଦ୍ବାରା ମୃତଦେହର ପରୀକ୍ଷଣ କରାଯାଇଥାଏ। ଏଥରୁ ଜଣାପଡିଥାଏ କେଉଁ କାରଣ ପାଇଁ ମୃତ୍ୟୁ ହୋଇଛି ଓ ପରିସ୍ଥିତି କିଭଳି ହୋଇଥିବ। ପୋଷ୍ଟମର୍ଟମ ପାଇଁ ମୃତକଙ୍କ ପରିବାର ଲୋକଙ୍କ ଠାରୁ ଅନୁମତି ନେବାକୁ ପଡିଥାଏ।

ଯଦିଓ କିଛି ମାମଲାରେ ପୋଲିସ ଅଧିକାରୀ ମଧ୍ୟ ପୋଷ୍ଟମର୍ଟମର ଅନୁମତି ଦେଇଥାନ୍ତି। ଡାକ୍ତରଙ୍କ କହିବା ଅନୁସାରେ ମୃତ୍ୟୁର ୧୦ ଘଣ୍ଟା ଭିତରେ ପୋଷ୍ଟମର୍ଟମ କରାଯାଇଥାଏ। କାରଣ ଅଧିକ ସମୟ ହେବାପରେ ମୃତଦେହରେ ପ୍ରାକୃତିକ ପରିବର୍ତ୍ତନ ହୋଇଥାଏ, ଯେପରିକି ମୃତ ଦେହ ଫୁଲିବାରେ ଲାଗିଥାଏ।

ରାତିରେ ଟ୍ୟୁବଲାଇଟ୍‌ କିମ୍ବା ଏଲଇଡିର କୃତ୍ରିମ ଲାଇଟରେ କାରଣରୁ ବାଇଗେଣୀ ଦେଖାଯାଇଥାଏ ଓ ଫରେନସିକ୍ ସାଇନ୍ସରେ ବାଇଗେଣୀ ରଙ୍ଗର ଆଘାତରେ କୌଣସି ଉଲ୍ଲେଖ କରାଯାଇ ନାହିଁ। ଏହାପଛରେ କୌଣସି ଧାର୍ମିକ କାରଣ ମଧ୍ୟ ରହିଛି, କାରଣ ବହୁ ଧର୍ମରେ ରାତିରେ ଅନ୍ତିମ ସଂସ୍କାର କରାଯାଇନଥାଏ।

   ସମ୍ବନ୍ଧିତ ଖବର


ସରକାରୀ ହସ୍ପିଟାଲରେ ଟ୍ରୁନାଟରେ ପରୀକ୍ଷା ବନ୍ଦ

ବିଜୁଳି ଦରବୃଦ୍ଧି, ଘେରିଲେ ବିରୋଧୀ

ପିଆଜ କେଜି ୬୦- ୧୦୦ ଛୁଇଁବ

ଏଥର ସନ୍ଧ୍ୟାରେ ସଅଳ ବଜାର ବନ୍ଦ !

ସମ୍‌ ଡାକ୍ତରଙ୍କ ସଫଳ ଚିକିତ୍ସା -ଜଟିଳ ହୃଦରୋଗରୁ ସୁସ୍ଥ ହେଲେ ବୃଦ୍ଧ

ଦେଶରେ ଗ୍ୟାସ ଭିତ୍ତିଭୂମିକୁ ବିକଶିତ ପାଇଁ ଆମେରିକୀୟ କମ୍ପାନୀଙ୍କୁ ନିମନ୍ତ୍ରଣ