ବ୍ରିଟିସ୍ ମୁସଲିମ୍ ସାଂସଦଙ୍କ ବିବାଦୀୟ ଟ୍ବିଟ: ବାଜପେୟୀ,ସୁଷମା ଓ ଜେଟଲୀଙ୍କ ପରେ ମୋଦିଙ୍କ ପାଳି

ଲଣ୍ଡନ, ୨୭।୮: ବ୍ରିଟିସ୍ ସଂସଦର ଉଚ୍ଚ ସଦନ ହାଉସ ଅଫ୍ ଲର୍ଡରେ ଆଜୀବନ ସଦସ୍ୟ ନିଯୁକ୍ତ କରାଯିବା ପୂର୍ବରୁ ମୁସଲିମ୍ ସାଂସଦ ଲର୍ଡ ନଜିର ଅହମ୍ମଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୃତ୍ୟୁ କାମନା କରି ଟ୍ବିଟ୍ କରିବା ପରେ ଏବେ ସୋସିଆଲ ମିଡିଆରେ ତାଙ୍କୁ କରାଯାଇଛି କଡା ସମାଲୋଚନା। ଲର୍ଡ ନଜିର ଟ୍ବିଟ୍ କରିଛନ୍ତି, ଭାରତର ପୂର୍ବତନ  ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ, ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁ ଲାଲ ଗୌର, ଗୋଆର ପୂର୍ବତନ ସିଏମ୍ ମନୋହର ପାରିକରଙ୍କ ଭଳି ନେତାଙ୍କର ୧ ବର୍ଷ ଭିତରେ ପରଲୋକ ହୋଇଛି। ଆଗାମୀ ନମ୍ବର ନରେନ୍ଦ୍ର ମୋଦିଙ୍କର ରହିଛି।’

ନଜିର ଅହମ୍ମଦଙ୍କ ଏହି ଆପତ୍ତିଜନକ ଟ୍ବିଟ ପରେ ଟ୍ବିଟରରେ ଲୋକମାନେ କଡା ପ୍ରତିକ୍ରିୟା ଦେଖିଥିଲେ। କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଟ୍ବିଟ୍ କରି କହିଛନ୍ତି, ଏଭଳି ବ୍ରିଟିସ୍ ବୁଦ୍ଧିଜୀବି ବର୍ଗଙ୍କ ଭିତରେ ମୁଁ ବୁଝି ପାରୁନି ଯେ ଏହି ମାଟିରେ କିଭଳି ଲୋକ ଆସିଯାଇଛନ୍ତି। କ’ଣ ଆପଣ ଲୋକଙ୍କୁ ମ୍ୟାନେଜ କରି ହାଉସ ଅଫ୍ ଲର୍ଡର ସଦସ୍ୟ ହୋଇଯାଇଛନ୍ତି।’

ଉଲ୍ଲେଖନୀୟ ଯେ, ବ୍ରିଟେନ୍ ହାଉସ ଅଫ୍ ଲର୍ଡରେ ଉଚ୍ଚଶିକ୍ଷିତ ଓ ବୁଦ୍ଧିଜୀବି ବର୍ଗର ଲୋକଙ୍କୁ ସଦସ୍ୟ କରାଯାଏ। କେନ୍ଦ୍ର ମନ୍ତ୍ରୀ ରିଜିଜୁ ଏଭଳି କହି ଅହମ୍ମଦଙ୍କ ଜ୍ଞାନ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏ ହେଉଛନ୍ତି ସେହି ଲର୍ଡ ନଜିର ଅହମ୍ମଦ, ଯାହାଙ୍କ ଉପରେ ୧୯୭୦ ମସିହାରେ   ୧୩ ବର୍ଷର ଏକ ଝିଅ ଏବଂ ଏକ ପୁଅ ସହିତ ଦୁଷ୍କର୍ମ ଚେଷ୍ଟା କରିବା ଓ ଯୌନ ନିର୍ଯ୍ୟାତନା ଦେବାର ଅଭିଯୋଗ ରହିଥିଲା। ଏହି ମାମଲାର ତଦନ୍ତ ୨୦୧୬ରେ ଆରମ୍ଭ ହୋଇଥିଲା। ଉଲ୍ଲେଖନୀୟ ଯେ,ନଜିର ହେଉଛନ୍ତି ପାକିସ୍ତାନର ମୂଳ ବାସିନ୍ଦା।

   ସମ୍ବନ୍ଧିତ ଖବର


ଚୀନ୍‌ରେ ପ୍ରଜନନ କ୍ଷମତା ହରାଇବେ ପୁରୁଷ – ବ୍ୟାପୁଛି ଆଉ ଏକ ମାରାତ୍ମକ ରୋଗ

ଆଉ ୪ଟି ଉପଗ୍ରହ ପଠାଇବ ଭାରତ

ଭାରତର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏନଆଇସି ଏବେ ସାଇବର ଆକ୍ରମଣର ଶିକାର

୫ ରାଜ୍ୟରୁ ୬୦% ସକ୍ରିୟ ରୋଗୀ କରୋନା କାୟା

ରୁଷ ଟିକାକୁ ନେଇ ଅନିଶ୍ଚିତତା- ପ୍ରତି ୭ଜଣରୁ ଜଣଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା

ପ୍ରଶାସନର ବଡ ନିଷ୍ପତ୍ତି : ଏଣିକି ବିନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ କରିବାକୁ ପଡ଼ିବ କରୋନା ପରୀକ୍ଷା