PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହୀରାକୁଦରେ ପର୍ଯ୍ୟଟନର ବିକାଶ ପାଇଁ ୧୩୦ କୋଟି ବ୍ୟୟ ହେବ
  • ||
  • ଗଞ୍ଜାମ ପୁରୁଷୋତ୍ତମପୁର- ପ୍ରେମିକାକୁ ଜୀଅନ୍ତା ଜାଳିଦେବା ଘଟଣାରେ ଅଭିଯୁକ୍ତ ଯୁବକ ଗିରଫ
  • ||
  • ଭୁବନେଶ୍ଵର : ଅଗଷ୍ଟ ପ୍ରଥମ ସପ୍ତାହରୁ +୨ ନାମଲେଖା ପ୍ରକ୍ରିୟା, ଜୁଲାଇ ଶେଷ ସୁଦ୍ଧା ବିସ୍ତୃତ ତଥ୍ୟ ଅପଡେଟ୍‌ ପାଇଁ ଜୁନିୟର୍‌ କଲେଜଗୁଡ଼ିକୁ ନିର୍ଦ୍ଦେଶ
  • ||
  • ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ଟି ଗେଟ୍, ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ ଘରେ ଟିକା ଦେବା ମାମଲା : ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଓ କୌଣସି ପରିଚୟ ପତ୍ର ନଥିବା ଲୋକଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ହାଇକୋର୍ଟଙ୍କ ନିର୍ଦେଶ
  • ||
  • ବଲାଙ୍ଗିର : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ୟୁଜିସି ମାନ୍ୟତା ନମିଳିବା ପ୍ରସଙ୍ଗ, ଭିସିଙ୍କୁ ଭେଟି ଆଲୋଚନା କଲା ଛାତ୍ର କଂଗ୍ରେସ
  • ||
  • ରାଜ୍ୟରେ ଅଗଷ୍ଟରୁ ଅକ୍ଟୋବର ଭିତରେ ଆସିବ ତୃତୀୟ ଲହରୀ : ବିଜୟ ମହାପାତ୍ର
  • ||
  • ନୀଳଗିରି : ନୀଳଗିରି ନିକଟ ଆମ୍ବଡିହା ଛକରେ ଦୁର୍ଘଟଣା, ମେଡ଼ିକାଲକୁ ବିଲେଇ କାମୁଡ଼ା ଇଞ୍ଜେକ୍ସନ୍ ନେବାକୁ ଆସୁଥିବା ବେଳେ ବାଇକ୍ ଦୁର୍ଘଟଣାରେ ମହିଳା ମୃତ, ମୃତ ମହିଳା ହେଲେ ଖନ୍ତାପଡା ଥାନା ବରୁଣସିଂ ଗ୍ରାମର ଭିକା ଦାସଙ୍କ ସ୍ତ୍ରୀ ତୁଳସୀ
  • ||
  • କଟକ : ଚୌଦ୍ଵାର କଲେଜ ପଛପଟ ସାହିରେ ଲୁଟ୍, ଘରେ କେହି ନଥିବାର ସୁଯୋଗ ନେଇ ଲୁଟି ନେଲେ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା
  • ||
  • ରାଇରଙ୍ଗପୁର : ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ନୁରୁବାଦଡା ଗ୍ରାମରେ ଟ୍ରାକ୍ଟର ଧକ୍କାରେ ବାଇକ ଆରୋହୀ ମୃତ
  • ||
  • ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାର ଚାଲିଛି ଅଡିଟ୍, ଶେଷ ହେବାକୁ ଆଉ ୧୦ ରୁ ୧୫ ଦିନ ସମୟ ଲାଗିବ : ଡିଏମଇଟି
  • ||
  • କେସିଙ୍ଗା : କେସିଙ୍ଗା ପରିଦର୍ଶନ ସହ ବିଭିନ୍ନ ପ୍ରକଳ୍ପ କାମର ସମୀକ୍ଷା କଲେ ପିଡି ଡିଆରଡିଏ
  • ||
  • ନୂଆଦିଲ୍ଲୀ : କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ
  • ||
  • ଭୁବନେଶ୍ଵର : ଦିଲ୍ଲୀରୁ ଚୋରି ଭୁବନେଶ୍ଵରରେ ଗିରଫ, କୋଟିଏ ଟଙ୍କାର ଅଳଙ୍କାର ଚୋରି କରି ଚମ୍ପଟ ମାରିଥିଲା ଚୂନଲଗା ଚାକରାଣୀ, ସାଲିହାସାହିରୁ ଧରିଲା ପୋଲିସ
  • ||
  • ଜଗତସିଂହପୁର : ରାତି ଅଧରେ ଧାରଣାରତ ମହିଳାଙ୍କ ଉପରେ ଆକ୍ରମଣ, ମାଡ଼ ମାରି ଗାଳିଗୁଲଜ କଲେ ୫ରୁ ଉର୍ଦ୍ଧ୍ଵ ଦୁର୍ବୃତ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୭୦୩କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୭୦୩ ଜଣ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଅଣାୟତ୍ତ ଡେଙ୍ଗୁ, ଜୀବନ ସହ ଖେଳୁଛି ବିଏମ୍‌ସି, ମାଡ଼ିଚାଲିଛି ଏଡିସ୍‌ ମଶା ବଂଶ
  • ||

‘ନୋଟବୁକ୍’ ପାଇଁ ଗୀତ ଗାଇବେ ସଲମାନ

ମୁମ୍ବାଇ,୧୯।୨:ନିକଟରେ ଶୁଣିବାକୁ ମିଳିଥିଲା ଯେ ପୁଲଓ୍ବାମ ଆକ୍ରମଣ ଘଟଣା ପରେ ବଲିଉଡ ଷ୍ଟାର ସଲମାନ ଖାନ୍ ନିଜର ଆଗାମୀ ଫିଲ୍ମ ’ନୋଟବୁକ୍’ରୁ ପାକିସ୍ତାନୀ ଗାୟକ ଆତିଫ୍ ଅସଲମଙ୍କୁ ବାହାର କରିଦେଇଥିଲେ। କାରଣ ଏହି ଫିଲ୍ମର ନିର୍ମାତା ହେଉଛନ୍ତି ନିଜେ ସଲମାନ ଖାନ୍।  ଏବେ ଜଣାପଡିଛି ଆତିଫଙ୍କୁ ବାହାର କରିବା ପରେ ଭାଇଜାନ୍  ନିଜେ ଏହି ଫିଲ୍ମ ପାଇଁ ଗୀତ ଗାଇବେ। ନିଜର ପ୍ରଡକ୍ସନ ହାଉସର ଏହି ଫିଲ୍ମରେ ସଲମାନ ଜହିର ଇକବାଲ ଓ ନୂତନଙ୍କ ନାତୁଣୀ ପ୍ରନୂତନଙ୍କୁ ଲଞ୍ଚ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ମଧ୍ୟ ସଲମାନ ବହୁ ଫିଲ୍ମ ପାଇଁ ଗୀତ ଗାଇ ସାରିଛନ୍ତି। ଏକ ରିପୋର୍ଟ ଅନୁସାରେ ସଲମାନ ନିଜର ପ୍ରଡକ୍ସନ ହାଉସର ଫିଲ୍ମରୁ ଆତିଫ୍ ଅସଲମଙ୍କ ଗୀତ ହଟାଇବା କଥା କହିଛନ୍ତି। ଏହା ପୂର୍ବରୁ ଟି-ସିରିଜ୍ ମଧ୍ୟ ଆତିଫଙ୍କ ଗୀତ ୟୁଟ୍ୟୁବରୁ ଅନଲିଷ୍ଟ କରିଦେଇଛନ୍ତି। ପୁଲଓ୍ବାମା ଆକ୍ରମଣ ପରେ ପାକିସ୍ତାନ କଳାକାରଙ୍କୁ ବଲିଉଡର ରୋଷର ପାତ୍ର ହେବାକୁ ପଡିଛି। ପାକିସ୍ତାନର କଳାକାରକୁ ବ୍ୟାନ କରାଯାଉଛି।  

source: https://www.livehindustan.com

ପୁଲଓ୍ବାମା ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପାଇଁ ସଲମାନ ଖୁବ୍ ଭାବପ୍ରବଣ ହୋଇଯାଇଥିଲେ। ସଲମାନ ଖାନ୍ ଏହି ଆକ୍ରମଣକୁ ନିନ୍ଦା କରି ଲେଖିଥିଲେ ଯେ ଦେଶ ପ୍ରେମ ପାଇଁ ନିଜର ଜୀବନ ଦେଉଥିବା ସିଆରପିଏଫ୍ ଯବାନଙ୍କ ପ୍ରାଣବଳୀ ଖବରକୁ ନେଇ ମୋ ହୃଦୟ କାନ୍ଦି ଉଠୁଛି।  ସେ ଆମର ପରିବାର ଲୋକଙ୍କ ସୁରକ୍ଷା ପାଇଁ ନିଜର ଜୀବନର ବଳିଦାନ ଦେଇଛନ୍ତି। କେବଳ ସେତିକି ନୁହେଁ ସଲମାନ ନିଜର ଏନଜିଓ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ୍ ପକ୍ଷରୁ ଶହୀଦଙ୍କ ପରିବାରକୁ ସାହାର୍ଯ୍ୟ କରିଛନ୍ତି।