ମୋଦିଙ୍କୁ ପ୍ରଶଂସା କରି ଅଡୁଆରେ ଥରୁର୍‌: କାରଣ ଦର୍ଶାଅ ନୋଟିସ ଜାରି କଲା କଂଗ୍ରେସ

ଥିରୁବନନ୍ତପୁରମ ୨୭/୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲାଖୋଲି ଭାବେ ପ୍ରଶଂସା କରିବା ପରେ ବରିଷ୍ଠ କଂଗ୍ରେସ ନେତା ତଥା ଥିରୁବନନ୍ତପୁରମ୍‌ ସାଂସଦ ଶଶି ଥରୁରଙ୍କର ଅଡ଼ୁଆ ବଢ଼ିଯାଇଛି । ଏନେଇ କେରଳ କଂଗ୍ରେସ କମିଟି ପକ୍ଷରୁ ଥରୁରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । କେବଳ ଏତିକି ନୁହେଁ ରାଜ୍ୟ କଂଗ୍ରେସ ଏହି ବିଷୟରେ ଅଖିଳ ଭାରତ କଂଗ୍ରେସ କମିଟି ନିକଟରେ ଅଭିଯୋଗ କରିବ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

କେରଳ ପ୍ରଦେଶ କଂଗ୍ରେସ କମିଟି ସଭାପତି ମୁଲାପ୍ପଲ୍ଲୀ ରାମଚନ୍ଦ୍ରନ ଏବଂ ରାଜ୍ୟ ବିରୋଧୀ ଦଳ ନେତା ଚେନ୍ନତଲ୍ଲା ଏହାକୁ ପ୍ରସଙ୍ଗ କରି ଥରୁର୍‌ଙ୍କୁ ବିରୋଧରେ ସ୍ୱର ଉଠାଇଛନ୍ତି । ଏନେଇ ଥରୁର୍‌ ନିଜ ଜବାବ ରଖି ସାରିବା ପରେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଲ୍ଲାପଲ୍ଲୀ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘କୌଣସି ବି ସ୍ଥିତିରେ କଂଗ୍ରେସ ସଂଘ ପରିବାରର ଆଦର୍ଶକୁ ଗ୍ରହଣ କରିବ ନାହିଁ । କଂଗ୍ରେସର କୌଣସି ବି ନେତା ମୋଦିଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପକୁ ଗ୍ରହଣ କରିବା ଉଚିତ ନୁହେଁ’ ।

ଉଲ୍ଲେଖଯୋଗ୍ୟ ଯେ, ମୋଦିଙ୍କୁ ଖଳନାୟକ ଭାବେ ଉପସ୍ଥାପନ କରା ନ ଯାଉ ବୋଲି କଂଗ୍ରେସ ନେତା ଜୟରାମ ରମେଶ ଦେଇଥିବା ବୟାନକୁ ଶଶି ଥରୁର୍‌ ସମର୍ଥନ ଜଣାଇ ଟୁଇଟ କରିଥିଲେ । ସେ ଲେଖିଥିଲେ ଯେ, ମୋଦି ଯେତେବେଳେ ଭଲ କାମ କରୁଛନ୍ତି ତାଙ୍କର ପ୍ରଶଂସା କରାଯିବା ଆବଶ୍ୟକ । ଯାହାଫଳରେ କି ସେ ଯେବେ ଭୁଲ କରିବେ ତେବେ ଆମେ ତାଙ୍କୁ ବିରୋଧ କରିବା ବେଳେ ଲୋକମାନଙ୍କର ଆମ ପ୍ରତି ବିଶ୍ୱାସନୀୟତା ବଢ଼ିବ ।

   ସମ୍ବନ୍ଧିତ ଖବର


ଆର୍ମେନିଆ-ଆଜେରବାଇଜାନ ମଧ୍ୟରେ ଯୁଦ୍ଧ, ୧୬ ମୃତ ଓ ଶତାଧିକ ଆହତ

ଚୀନ୍‌ ସୀମାରେ ଭାରତର ଟ୍ୟାଙ୍କ୍‌- ବରଫ ଭିତରୁ କରିପାରିବ ଆକ୍ରମଣ

ଚୀନ୍‌ର ଡର- ଭାରତ କରିପାରେ ଆକ୍ରମଣ

ଦେଶରେ ତେଜିଲା କୃଷକଙ୍କ ଆନ୍ଦୋଳନ, ଦିଲ୍ଲୀରେ କଂଗ୍ରେସ କର୍ମୀ ଟ୍ରାକ୍ଟରରେ ଲଗାଇଲେ ନିଆଁ

ବାଇକ୍ କିମ୍ବା କାର୍‌ରେ ଷ୍ଟଣ୍ଟ୍‌ କଲେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ : ପୋଲିସ୍ କମିଶନରଙ୍କ ନିର୍ଦ୍ଦେଶ

ରେମୋଙ୍କ ସହ କାମ କରିବେ ଉର୍ବଶୀ