RT-PCRରେ ନେଗେଟିଭ୍ ଆସିବା ପରେ ମଧ୍ୟ ହୋଇପାରେ କରୋନା ପଜିଟିଭ୍ ! ଗୁଜରାଟରେ ସାମନାକୁ ଆସିଲା ଏମିତି ଅନେକ କେସ୍

ଗୁଜରାଟ – କରୋନା ସଂକ୍ରମଣ ମାମଲା ଲଗାତାର ବଢ଼ିବାରେ ଲାଗିଛି। ଏହି ଭିତରେ ଗୁଜରାଟରେ କିଛି କିଛି ଆଶ୍ଚର୍ଯ୍ୟ କଲାଭଳି ମାମଲା ଲଗାତାର ସାମନାକୁ ଆସୁଛି। ରାପିଡ୍ ଆଣ୍ଟିଜେନ୍ ପରୀକ୍ଷଣ(ଆର୍ଏଟି) ଓ ପୁଣି ଆରଟି-ପିସିଆରରେ ନେଗେଟିଭ୍ ରିପୋର୍ଟ ଆସିବା ପରେ ମଧ୍ୟ କରୋନା ପଜିଟିଭ୍ ହେବାର ସମ୍ଭାବନା ରହିଛି। ଆପଣଙ୍କୁ କହି ରଖୁଛୁ କି ଟେଷ୍ଟର ଏହି ଉପାୟକୁ ବହୁତ ଭଲ ବୋଲି କୁହାଯାଉଛି ।
ସମଗ୍ର ଗୁଜରାଟରେ ଏମିତି ଘଟଣା ସାମନାକୁ ଆସିଛି। ଯେଉଁଥିରେ ରୋଗୀଙ୍କର ଆର୍ଟି-ପିସିଆର୍ ଟେଷ୍ଟରେ ନେଗେଟିଭ୍ ରିପୋର୍ଟ ଆସୁଛି । କିନ୍ତୁ ଉଚ୍ଚ-ରିଜଲୁସନ ସିଟି (ଏଚ୍ଆରସିଟି)ରେ ଫୁସ୍ଫୁସ୍ ରେ ସଂକ୍ରମଣ ଥିବା ଜଣାପଡ଼ିଛି ।
ସମସ୍ୟା ଏତେ ଜଟିଳ ହୋଇ ଯାଇଛି ଯେ, ବଡୋଦରା ନଗର ନିଗମ (ଭିଏମ୍ସି) ଏକ ଅଧିସୂଚନା ଜାରି କରି କହିଛି , ଏହା ଜରୁରୀ ନୁହେଁ କି କରୋନାର ବର୍ତ୍ତମାନର ଷ୍ଟ୍ରେନ୍ ଆରଟି-ପିସିଆର ଟେଷ୍ଟରେ ପଜିଟିଭ୍ ଆସିବ । ଏପିଡେମିକ୍ ଡିଜ୍ଜ୍ ଆକ୍ଟ ଅନୁସାରେ ଜାରି ବିଏମ୍ସିର ନିର୍ଦ୍ଦେଶରେ କୁହାଯାଇଛି କି ଏମିତି ମାମଲାରେ ଯେଉଁଠି ଆରଟି-ପିସିଆର ନେଗେଟିଭ୍ ଅଛି , ହେଲେ ଏଚ୍ଆରସିଟି ଓ ପ୍ରୟୋଗଶାଳା ଯାଞ୍ଚରେ ଭାଇରାଲ ହେବାର ସ୍ପଷ୍ଟ ହୋଇଥାଏ ,ତ ଏହାକୁ କରୋନାର ରୂପ ଭାବେ ମାନିବା ଉଚିତ୍ ।
ଟାଇମ୍ସ ଅଫ୍ ଇଣ୍ଡିଆ ମୁତାବିକ୍ ବଡୋଦରାର ଘରୋଇ ହସ୍ପିଟାଲ ଗୁଡ଼ିକର ଏକ ସଙ୍ଗଠନ SETUର ଅଧ୍ୟକ୍ଷ ଡା. କୃତେଶ ଶାହ କହିଛନ୍ତି , ମୁଁ ଏମିତି ଅନେକ ରୋଗୀଙ୍କୁ ଦେଖିଛି , ଯିଏ ଆରଟି-ପିସିଆରରେ ନେଗେଟିଭ୍ ଆସିଛନ୍ତି । ହେଲେ ତାଙ୍କର ରେଡିଓଲଜିକଲ ପରୀକ୍ଷଣରୁ ଜଣାପଡ଼ିଛି କି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତା ଅଛି । ସିଟି ସ୍କାନ୍ରେ ଜଣେ ରୋଗୀଙ୍କର ସ୍କୋର ୨୫ରୁ ୧୦ଜଣଙ୍କର ଅଛି । ଏହାର ଅର୍ଥ ତାଙ୍କର ଫୁସ୍ଫୁସ୍ ପ୍ରଥମରୁ ହିଁ ଏଥିର ପ୍ରଭାବିତ ହୋଇ ସାରିଛି ।
ରାଜକୋଟରେ ବି ଏମିତି ମାମଲା ଦେଖିବାକୁ ମିଳିଛି । ଡା, ଜୟେଶ ଡୋବରିଆ କହିଛନ୍ତି , ଏମିତି ଅନେକ ମାମଲା ଅଛି , ଯେଉଁଥିରେ ରୋଗୀ କରୋନା ନେଗେଟିଭ୍ , ହେଲେ ସିଟି ସ୍କାନ୍ରୁ ନିମୋନିଆ ଥିବା ଜଣାପଡ଼େ । ଏହା ସାମ୍ପଲିଂ ପ୍ରକ୍ରିୟା ଓ ଆରଟି-ପିସିଆର୍ ଟେଷ୍ଟର ଲିମିଟେସନ କାରଣରୁ ହୋଇପାରେ ବୋଲି କୁହାଯାଉଛି । ଯାହାର ସଠିକତା ପାଖାପାଖି ୭୦ ପ୍ରତିଶତ ହୋଇଥାଏ ।