ପ୍ରମୁଖ ଖବର
  • ଦିଲ୍ଲୀ ଏନସିଆରର ୫୦ରୁ ଉର୍ଦ୍ଧ୍ଵ ସ୍କୁଲରେ ଖଞ୍ଜା ହୋଇଛି ବମ୍ ! ଧମକପୂର୍ଣ୍ଣ ଇମେଲ୍ ଆସିବା ପରେ ଚାରିଆଡ଼େ ଚାଞ୍ଚଲ୍ୟ
  • ||
  • ଶ୍ରମିକ ଦିବସ; ଦୁର୍ଦ୍ଦିନରେ ଘରୋଇ ସହାୟିକା, ସରକାରୀ ସହାୟତାରୁ ହେଉଛନ୍ତି ବଞ୍ଚିତ
  • ||
  • ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତଙ୍କ ନାଁରେ ୮ କୋଟିର ଅସ୍ଥାବର ସମ୍ପତ୍ତି; ସ୍ତ୍ରୀଙ୍କ ନାଁରେ ୧୬ କୋଟିର ସମ୍ପତ୍ତି, ୧୫୦ ଗ୍ରାମ ସୁନା
  • ||
  • ବିଳମ୍ୱ ହେବ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶନ, ଧିମେଇଛି ଡିଜିଟାଲ ସାର୍ଟିଫିକେଟ୍ ପ୍ରସ୍ତୁତି କାମ
  • ||
  • ବଡ଼ବିଲ : କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ସାଲେପୁର : ଟ୍ରାକ୍ଟର ତଳେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ସମେତ ୪ ଆହତ
  • ||
  • ଅଗ୍ନିକୁଣ୍ଡ ପାଲଟିଲା ସାରା ରାଜ୍ୟ, ୬ରୁ ଆଶ୍ୱସ୍ତି... ୭ରେ ବର୍ଷା
  • ||
  • ୧୧୪ ଡିଗ୍ରୀ ଫାରେନହାଇଟ୍‌ରେ କଲବଲ, ଅଂଶୁଘାତର ଶିକାର ହୋଇ ୩୦ଜଣ ହସ୍ପିଟାଲ ଗଲେ
  • ||

ନୀତୀଶ କୁମାରଙ୍କ ବଡ ପଦକ୍ଷେପ, ମଦ ପରେ ଏବେ ବିହାରରେ ପାନମସଲା ନିଷିଧ

ପାଟନା,୩୦।୮: ବିହାରରେ ନିତିଶ କୁମାରଙ୍କ ସରକାର ମଦ ପରେ ଏବେ ଗୁଟଖା, ପାନ ମସଲା ଉପରେ ବଡ ଧରଣର ନିଷ୍ପତ୍ତି ନେଇଛନ୍ତି। ବିହାର ସରକାର ରାଜ୍ୟରେ  ଯେଉଁ ପାନ୍‌ ମସଲାରେ ଅଧିକ ପରିମାଣର ମାଗ୍ନେସିୟମ କାରବୋନେଟ୍‌ ରହିଛି, ସେଗୁଡ଼ିକର ବିକ୍ରି, ନିର୍ମାଣ ଓ ବିତରଣ ଉପରେ ବିହାର ସରକାର ରୋକ ଲଗାଇଛନ୍ତି। ଏହା ପୂର୍ବରୁ ବିହାରର ଫୁଡ୍‌ ଓ ସେଫ୍ଟି ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏକାଧିକ ବ୍ରାଣ୍ଡର ପାନ ମସଲା ପ୍ୟାକେଟ ଜବତ କରିଥିଲା। ପରୀକ୍ଷା ବେଳେ ଏଥିରେ ମାଗ୍ନେସିୟମ କାରବୋନେଟ୍‌ ରହିଥିବା ଜାଣିବାକୁ ପାଇଥିଲା। ଏବେ ସେହି କାରଣ ପାଇଁ ଏହାକୁ ରାଜ୍ୟରେ ନିଷିଧ କରାଯାଇଛି।

wp:gallery {"ids":[39977]} /wp:gallery

ବିହାର ସରକାର ପରୀକ୍ଷା କରିଥିବା ପାନ ମସଲାର କମ୍ପାନୀ ଗୁଡ଼ିକ ମଧ୍ୟରେ ରଜନୀଗନ୍ଧା ପାନ ମସଲା, ରାଜ ନିୱାସ, ସୁପ୍ରିମ ପାନ ପରାଗ, ପାନ ପରାଗ, ବାହାର ପାନ ମସଲା, ବାହୁବଳୀ ପାନ ମସଲା, ରାଜଶ୍ରୀ ପାନ ମସଲା, ରୌନକ ପାନ ମସଲା, ସିଗନେଚର ପାନ ମସଲା, କମଲା ଓ ମଧୁ ପାନ ମସଲା ରହିଛି। ଏବେ ଏହି କମ୍ପାନୀର ଗୁଡିକର ପାନ ମସଲା ଉପରେ ରାଜ୍ୟରେ ରୋକ ଲଗାଇ ଦିଆଯାଇଛି।

wp:gallery {"ids":[39978]} /wp:gallery

ଉଲ୍ଲେଖନୀୟ ଯେ, ବିହାର ବିଭିନ୍ନ ଜିଲାରୁ ଚଳିତ ବର୍ଷ ଜୁନରୁ ଅଗଷ୍ଟ ମଧ୍ୟରେ ୨୦ଟି ନାମୀଦାମୀ ପାନ ମସଲା କମ୍ପାନୀର ନମୁନା ଜବତ କରାଯାଇଥିଲା। ତେବେ ଯାଞ୍ଚ ବେଳେ ଜଣାପଡିଥିଲା ଯେ,  ପାନ ମସଲାରେ ମାଗ୍ନେସିୟମ କାର୍ବୋନେଟ ମାତ୍ରା ଅଧିକ ରହିଛି। କାର୍ବୋନେଟର ବାରମ୍ବାର ସେବନ ଦ୍ୱାରା ହୃଦ୍‍ଘାତ ଏବଂ ଆକ୍ୟୁଟ ହାଇପର ମାଗ୍ନେସିୟା ଭଳି ରୋଗ ହୋଇଥାଏ। ତେଣୁ  ନିତିଶ କୁମାରଙ୍କ ସରକାର ଗୁଟଖା ଓ ପାନ ମସଲା ଉତ୍ପାଦନ, ବିକ୍ରି ଏବଂ ବିତରଣ ଉପରେ ପ୍ରତିବନ୍ଧକ  ଲଗାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.