PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସ : ବକ୍ସିଂ ପ୍ରି-କ୍ୱାର୍ଟରରେ ହାରିଲେ ମେରିକମ୍
  • ||
  • କନ୍ଧମାଳ ଗସ୍ତରେ ପଞାୟତିରାଜ, ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଜଗାକୁ ଭେଟିଲେ, ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କଲେ ।
  • ||
  • ମାଲକାନଗିରି ଜିଲ୍ଲା ଖଇରପୁଟ ରାସ୍ତାରେ ବଲେରୋ ଗାଡ଼ି ସହ ୭କ୍ୱିଣ୍ଟାଲ ଗଞ୍ଜେଇ ଜବତ- ଜଣେଗିରଫ
  • ||
  • ନାକଟିଦେଉଳ: ବରଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ, IAS ଅଶୋକ ମୀନା ହେଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ
  • ||
  • ନୀଳଗିରି: ଆଇନଜୀବୀଙ୍କୁ ମାଡ଼ ପ୍ରତିବାଦରେ ନୀଳଗିରି କୋର୍ଟ ବନ୍ଦ କଲେ ଓକିଲ ସଙ୍ଘ
  • ||
  • କଟକ: ଆସନ୍ତାକାଲି ଅଫ୍‌ଲାଇନ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଟୋକିଓ ଟକ୍କର: ପଦକ ପାଇବା ଦିଗରେ ଆଉ ପାଦେ ବଢିଲେ ସିନ୍ଧୁ, କ୍ୱାର୍ଟର ଫାଇନାଲରେ ପହଁଚିଲେ
  • ||
  • ବକ୍ସିଂ କ୍ବାର୍ଟରରେ ପହଞ୍ଚିଲେ ଭାରତର ସତୀଶ କୁମାର
  • ||
  • ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ୍ ଉଦ୍ଧାର ହେଲା ଅଜଣା ଯୁବକଙ୍କ ମୃତଦେହ, ଜବତ କଲା ପୁଲିସ
  • ||
  • ଭୁବନେଶ୍ୱର: ଥାମୁନି କରୋନ ମୃତ୍ୟୁ,ରାଜ୍ୟରୁ ଆଉ ୬୫ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର: ଓଡ଼ିଶାରେ କମୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୬୧୫ଜଣ କୋଭିଡ୍ ପଜିଟିଭ
  • ||
  • କେନ୍ଦୁଝର: ଘାତକ ସାଜିଲା ଫ୍ରି-ଫାୟାର୍ ଗେମ୍, ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଆଜି ୨ ଜିଲ୍ଲାରେ ହେବନି ଟିକାଦାନ
  • ||
  • ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ବନ୍ଦ ହେଲା ୨ଟି ସୁଇଜ ଗେଟ୍, ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||

କଟାମୁଣ୍ଡକୁ ଯୋଡିବା ସହ ମସ୍ତିଷ୍କକୁ ବିକଶିତ କରିପାରନ୍ତି ଏହି ୮ଟି ପ୍ରଜାତିର କୃମି

ଓ୍ବାଶିଂଟନ,୭।୩: ବୈଜ୍ଞାନିକମାନେ ଏଭଳି ୪ଟି ପ୍ରଜାତିର ସାମୁଦ୍ରିକ ଫିତା କୃମିକୁ ଚିହ୍ନଟ କରିଛନ୍ତି, ଯେଉଁମାନେ କି ନିଜର କଟିଯାଇଥିବା ମୁଣ୍ଡକୁ ପୁଣିଥରେ ଯୋଡି ପାରନ୍ତି। ଏପରିକି ସେମାନେ କଟି ଯାଇଥିବା ନିଜ ମୁଣ୍ଡକୁ ଯୋଡିବା ସହ ନିଜର ମସ୍ତିଷ୍କକୁ ବିକଶିତ କରିପାରିତାନ୍ତି। ଏହା ପୂର୍ବରୁ ଏଭଳି ୪ଟି ପ୍ରଜାତିର କୃମିକୁ ଚିହ୍ନଟ କରାଯାଇ ସାରିଛି। କିନ୍ତୁ ଏବେ ଯେଉଁ କୃମିକୁ ଚିହ୍ନଟ କରାଯାଇଛି ତାହା ଟିକେ ଖାସ୍, କାରଣ ଏମାନଙ୍କ ପୂର୍ବଜଙ୍କ ନିକଟରେ ଏଭଳି କ୍ଷମତା ନଥିଲା। ଏମାନେ ସମୟ ସହିତ ନିଜକୁ ବିକଶିତ କରିପାରିଛନ୍ତି।

 ଝିଟିପିଟି ବା ଗୋଧି ଜାତୀୟ ପ୍ରାଣୀ, ବୁଢିଆଣୀ ଓ କିଛି ସାମୁଦ୍ରିକ ମାଛ ନିଜର ଅଙ୍ଗକୁ ପୁଣିଥରେ ଯୋଡିବାର କ୍ଷମତା ରଖିଥାନ୍ତି। ତେବେ ଫିତା କୃମିର ମଧ୍ୟ ଏଭଳି ଏକ ପ୍ରଜାତି ରହିଛି, ଯାହାକି ନିଜ ଟିସୁର ଛୋଟ ଛୋଟ ଟୁକୁଡାକୁ ପୁଣିଥରେ ନୂଆ ଭାବରେ ତିଆରି କରିବାରେ।  କୁହାଯାଏ ଯେ ଅଙ୍ଗକୁ ପୁନଃ ଗଠନ କରିବା ବିଶେଷ କୌଶଳ ସେମାନଙ୍କ ପୂର୍ବଜଙ୍କ ମଧ୍ୟରେ ରହିଥାଏ। କିନ୍ତୁ ଏଭଳି କିଛି ଜୀବ ରହିଛନ୍ତି ସେମାନେ ପୀଢି ପରେ ପୀଢି ଏହି ବିଶେଷତ୍ବକୁ ବଜାୟ ରଖିଥାନ୍ତି, ତେବେ କିଛି ଜୀବଙ୍କର ସମୟ ସହିତ ଏହା ଶେଷ ହୋଇଯାଇଥାଏ। ନୂତନ ଅଧ୍ୟୟନରେ ବୈଜ୍ଞାନିକମାନେ ମସ୍ତିଷ୍କ ସହିତ ସମ୍ପୂର୍ଣ୍ଣ ମୁଣ୍ଡକୁ ପୁଣିଥରେ  ଯୋଡିବାର କ୍ଷମତା ଭିନ୍ନ-ଭିନ୍ନ ୪ଟି ପ୍ରଜାତିରେ ଦେଖିବାକୁ ପାଇଛନ୍ତି।

ଆମେରିକାର ୟୁନିଭର୍ସିଟି ଅଫ୍ ମାରିଲାଣ୍ଡର ଆସୋସିଏଟ୍ ପ୍ରଫେସର ଏଲେକ୍ଲୋଞ୍ଜଡା ବେଲି କହିଛନ୍ତି ଏଥରୁ ଜଣାପଡୁଛି ଆମେ ଯେତେବେଳେ ଜୀବଙ୍କର ତୁଳନା କରିଥାଉ  ଏହା ମାନିବା ଠିକ୍ ନୁହେଁ ଯେ ସେମାନେ ତାଙ୍କର ଅଙ୍ଗକୁ ଯୋଡିବାର କ୍ଷମତା ତାଙ୍କ ପୂର୍ବଜଙ୍କ ଠାରୁ ପାଇଛନ୍ତି। ପ୍ରତ୍ୟେଜ ଜୀବ ଭିତରେ ଏଭଳି କ୍ଷମତା ରହିଛି। ଏପରିକି ମଣିଷ ଶରୀରରେ  ଯଦି କିଛି କ୍ଷତ ଥାଏ  ତେବେ କିଛି ଦିନ ପରେ  ସେହି ସ୍ଥାନରେ ତ୍ବଚା ପୁନଃର୍ବାର କ୍ଷତସ୍ଥାନକୁ ପୂରଣ କରିଥାଏ। ବିକାଶ କ୍ରମରେ ବହୁତ ପଛରେ ରହିଯାଇଥିବା କିଛି ସୁକ୍ଷ୍ମଜୀବ ଏଭଳି ରହିଛନ୍ତି, ଯେଉଁମାନେ ନିଜ ଖଣ୍ଡବିଖଣ୍ଡିତ ଶରୀରକୁ ଯୋଡିବା ସହ ଏହାକୁ ବିକଶିତ ମଧ୍ୟ କରିନେଇଥାନ୍ତି।  ଯେଉଁ ଜୀବ ବିକାଶ କ୍ରମରେ ଆଗକୁ ବଢିବାରେ ଲାଗିଲେ ଓ ଯେଉଁମାନଙ୍କର ଗଠନ ଜଟିଳ ହୋଇଚାଲିଲା, ଅଙ୍ଗର ପୁନଃ ଗଠନ କରିବାର ତାଙ୍କର କ୍ଷମତା କମ୍ ହେବାରେ ଲାଗିଲା ବୋଲି ବୈଜ୍ଞାନିକ ଜଣକ ମତପ୍ରକାଶ

ସମ୍ବନ୍ଧିତ ଖବର