ଦିଲ୍ଲୀ ପରେ ଏବେ ପଶ୍ଚିମବଙ୍ଗ ଯିବାକୁ ନେଗେଟିଭ RT-PCR ଟେଷ୍ଟ ଜରୁରୀ, ଏହି ସବୁ ରାଜ୍ୟ ଉପରେ ରହିଛି ଖାସ୍ ନଜର

https://www.timesnowhindi.com/
ନୂଆଦିଲ୍ଲୀ,୨୫।୨: ଦିଲ୍ଲୀ ସରକାରଙ୍କ ପରେ ଏବେ ପଶ୍ଚିମବଙ୍ଗ RT-PCR ଟେଷ୍ଟ ବାଧ୍ୟାମୂଳକ ସରକାର କରୋନା ମହାମାରୀ ନେଇ ସତର୍କତା ଅବଲମ୍ବନ କରିଛନ୍ତି। ମହାରାଷ୍ଟ୍ର, କର୍ଣ୍ଣାଟକ ଓ ତେଲେଙ୍ଗାନାରୁ ଆସୁଥିବା ଯାତ୍ରୀଙ୍କ ପାଇଁ RT-PCR ଟେଷ୍ଟ ବାଧ୍ୟାତାମୂଳକ କରିଦେଇଛି। ଏହି ରାଜ୍ୟରେ କରୋନାର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାର ଏକ ନୋଟିଫିକେସନ୍ ଜାରି କରି କହିଛନ୍ତି, ଏହି ନିୟମ ଆସନ୍ତା ୨୭ ତାରିଖ ମଧ୍ୟାହ୍ନରୁ ଲାଗୁ କରାଯିବ।
ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ ଓ ତେଲେଙ୍ଗାନାରେ କରୋନା ମାମଲା ବଢିବା କାରଣରୁ ୨୭ ତାରିଖରୁ ଏହି ଟେଷ୍ଟ କରାଯିବ। ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ବୁଧବାର ୫.୭୪ ଲକ୍ଷ ଥିଲା, ଯାହାପରେ ରାଜ୍ୟରେ କରୋନା ଭାଇରସର ୨୦୨୦ ଟି ତାଜା ମାମଲା ରେକର୍ଡ କରାଯାଇଛି। ରାଜ୍ୟରେ ମୃତକଙ୍କ ସଂଖ୍ୟା, ୧୦,୨୫୬ ରହିଛି, କାରଣ ବୁଧବାର ଆଉ ୩ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି।