ଅଯୋଧ୍ୟା ରାୟ ପରେ ୪ ବିଚାରପତିଙ୍କୁ ସିଜେଆଇ ଦେଲେ ପଞ୍ଚତାରକା ହୋଟେଲରେ ରାତ୍ରୀଭୋଜନ, ଜାଣନ୍ତୁ କେଉଁଠି?

ନୂଆଦିଲ୍ଲୀ,୯।୧୧: ଅଯୋଧ୍ୟା ବିବାଦ ଉପରେ ଆଜି ସୁପ୍ରିମକୋର୍ଟ ଐତିହାସିକ   ରାୟ ଶୁଣାଇଛନ୍ତି। ଯାହାଫଳରେ ଅଯୋଧ୍ୟରେ ରାମ ମନ୍ଦିର ନିର୍ମାଣ ନେଇ ଦୀର୍ଘ ୭୦ ବର୍ଷ ଧରି ଲାଗି ରହିଥିବା ବିବାଦରେ ପୂର୍ଣ୍ଣଛେଦ ପଡିଛି। ଏହା ଉପରେ ଦୀର୍ଘ ୪୦ ଦିନ ଧରି ଲଗାତାର ଭାବରେ ସୁପ୍ରିମକୋର୍ଟରେ   ଶୁଣାଣି ଜାରି ରହିଥିଲା। ଏହାର ଅନ୍ତିମ ରାୟ ପ୍ରକାଶ ପରେ   ଖୁସି ମନାଇବା ପାଇଁ ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଅଯୋଧ୍ୟା ରାୟ ପାଇଁ ଗଠିତ ଖଣ୍ଡପୀଠରେ ତାଙ୍କ ସହ ଥିବା ଆଉ ୪ ଜଣ ବିଚାରପତିଙ୍କୁ ଏକ ପଞ୍ଚତାରକା ହୋଟେଲରେ ଦେଇଛନ୍ତି ରାତ୍ରିଭୋଜନକ। ଆସନ୍ତା ୧୭ ତାରିଖରେ ଗୋଗୋଇ ଅବସର ଗ୍ରହଣ କରିବାକୁ ଥିବା ବେଳେ ଏହା ଥିଲା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ମାମଲା ଥିଲା।

ଅଯୋଧ୍ୟା ମାମଲାର  ଗୁରୁତ୍ବପୂର୍ଣ୍ଣ ଶୁଣାଣି ଚାଲିଥିବା କାରଣରୁ  ଏତେ ଦିନ ଧରି ବ୍ୟସ୍ତ ରହିବା ପରେ ଆଜି ସେ   ପରବର୍ତ୍ତୀ ମୁଖ୍ୟ ବିଚାରପତି ଏସ୍‌ ଏ ବୋବ୍‌ଡେ, ଜଷ୍ଟିସ୍ ଅଶୋକ ଭୂଷଣ, ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ୍‌ ଏସ୍‌ଏ ନଜିରଙ୍କ  ସହ ରାତ୍ରୀ ଭୋଜନ କରିଛନ୍ତି।ଶନିବାର ରାଜଧାନୀ  ଦିଲ୍ଲୀର ତାଜ୍‌ ମାନସିଂ ହୋଟେଲ୍‌ରେ ଗୋଗୋଇ ତାଙ୍କ ସହ ଖଣ୍ଡପୀଠରେ ଥିବା ଅନ୍ୟ ୪ ବିଚାରପତିଙ୍କୁ ରାତ୍ରୀ ଭୋଜନ ଦେଇଥିବାର ଜଣାପଡିଛି।

   ସମ୍ବନ୍ଧିତ ଖବର


ପଛକୁ ହଟିଲା ଚୀନ୍‌ ସେନା … ଭାରତର ବିଚକ୍ଷଣ ରଣନୀତିରେ ଡ଼ରିଗଲା

ଡାର୍କ ନେଟ୍‌ରେ ଏକ ଲକ୍ଷରୁ ଅଧିକ ଭାରତୀୟଙ୍କୁ ପରିଚୟ ଓ ତଥ୍ୟ ଲିକ୍‌

ଏତେ ଶସ୍ତା ହେଲା ସୁନା ! ବିବାହ ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର

ଏସେନ୍ସିଆଲ କମୋଡିଟି ଆକ୍ଟରେ ବଡ ପରିବର୍ତ୍ତନ, ମିଳିବ ଏହି ଫାଇଦା

କରୋନାରେ ସେକ୍ସକୁ ନେଇ ନୂଆ ନିୟମ ! ନିଜ ଘରେ ବାହାର ବ୍ୟକ୍ତିଙ୍କ ସହ ରଖିପାରିବନି ଶାରୀରିକ ସଂପର୍କ

କରୋନାକୁ ହରାଇଲା ଅଢ଼େଇ ମାସର ଶିଶୁ !