PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ବିବାହ କରିବାକୁ ପ୍ରେମିକା ମନା କରିବାରୁ ୪ ମହଲା ବିଲ୍ଡିଂରୁ ତଳକୁ ଡେଇଁଲା ଯୁବକ,ଏହାପରେ କ’ଣ ହେଲା ଦେଖନ୍ତୁ ଭିଡିଓ

ଅହମ୍ମଦାବାଦ,୧୦।୯: ଗୁଜରାଟର ପାଲନପୁରରେ ଏକ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି। ନିଜ ପ୍ରେମିକା ଠାରୁ ପ୍ରେମ ପ୍ରତ୍ୟାଖନା ପରେ ଜଣେ  ୨୧ ବର୍ଷୀୟ ଯୁବକ ଆତ୍ମହତ୍ୟା କରିବା ପାଇଁ ୪ର୍ଥ ମହଲାରୁ ତଳକୁ ଡେଇଁ ପଡିଥିଲେ। ତାଙ୍କୁ ବିଲ୍ଡିଂର ଛାତ ଉପରେ ଦେଖି ସ୍ଥାନୀୟ ଲୋକେ ଓ ପୋଲିସକର୍ମୀଙ୍କ ଭିଡ ଏକାଠି ହୋଇଯାଇଥିଲା। ଯୁବକ ଜଣଙ୍କୁ ସମସ୍ତେ ତଳକୁ ଆସିବାକୁ କହୁଥିଲେ, କିନ୍ତୁ ଯୁବକ ଜଣକ କାହା କଥା ନମାନି ତଳକୁ ଡେଇଁ ପଡିଥିଲେ। ତାକୁ ବଞ୍ଚାଇବା ପାଇଁ ପୋଲିସ, ଫାୟର ବ୍ରିଗେଡର କର୍ମଚାରୀ ବିଲ୍ଡିଂ ତଳେ ଏକ ବଡ ଜାଲ ନେଇ ଠିଆ ହୋଇଥିଲେ। ସେ ଯେତେବେଳେ ଜାଲରେ ପଡିଥିଲେ, ତାଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା।

ତାଙ୍କ ସହିତ ତାଙ୍କ ପ୍ରେମିକା ନିର୍ବନ୍ଧ ଭାଙ୍ଗିଦେଇଥିବା କାରଣରୁ ତାଙ୍କର ହୃଦୟ ଭାଙ୍ଗି ଯାଇଥିଲା। ତେଣୁ ସେ ୪ର୍ଥ ମହଲା ବିଲ୍ଡିଂରେ ଚଢି ତଳକୁ ଡେଇଁ ପଡିଥିଲେ। ପୋଲିସର ସୂଚନା ଅନୁସାରେ ଏହି ଘଟଣା ସହର ଠାରୁ ୧୦ କିଲୋମିଟର ଦୂର ଭାସଣାରେ ଘଟିଛି। ରାହୁଲ ନାମକ ଏହି ଯୁବକ ଜଣକର ନିର୍ବନ୍ଧ ବାଲ୍ମିକୀରେ ରହୁଥିବା ଜଣେ ଯୁବତୀଙ୍କ ସହ ହୋଇସାରିଛି। କିନ୍ତୁ ଝିଅଟି ତାଙ୍କୁ ବିବାହ କରିବାକୁ ମନା କରିବାକୁ ସେ ଆତ୍ମହତ୍ୟା କରିବା ଯୋଜନାରେ ସହରର ଡକ୍ଟର୍ସ ହାଉସ ଅଞ୍ଚଳରେ ଥିବା ଏକ ୪ ମହଲା ବିଲ୍ଡିଂ ଉପରେ ଚଢିଯାଇଥିଲା। ଲୋକମାନେ ବୁଝାଇବା ପରେ ମଧ୍ୟ ସେ ନମାନି ତଳକୁ ଡେଇଁ ପଡିଥିଲା। ତେବେ ଲୋକମାନେ ତଳେ ଜାଲ ଧରି ଠିଆ ହୋଇଥିଲେ ଏବଂ ଯୁବକ ଜଣକ ସିଧାସଳଖ ଆସି ଏହା ଉପରେ ପଡିଥିଲେ।

ଯୁବକ ଜଣକ ସୁରକ୍ଷିତ ଭାବରେ ବଞ୍ଚି ଯାଇଥିବା ବେଳେ ପୋଲିସ ତାଙ୍କୁ ପଚରାଉଚରା କରିଥିଲା। ତେବେ ଯୁବକ ଜଣକ ପୋଲିସ ଆଗରେ କହିଥିଲା, ତା’ର ପ୍ରେମିକା ତାକୁ ବିବାହ କରିବାକୁ ମନା କରିବା ପରେ ସେ ହତାଶ ହୋଇଥିଲା। ଏହି ଘଟଣା ପରେ ପୋଲିସ ଏବଂ ସ୍ଥାନୀୟ ଲୋକେ ତାକୁ ବୁଝାସୁଝା କରି ଯୁବକଙ୍କ ବାପା-ମା’ଙ୍କୁ ହସ୍ତାନ୍ତର କରିଥିଲେ। ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି। ଭିଡିଓରେ ମଧ୍ୟ ଆପଣ ଏହାର ପୂରା ଘଟଣାକ୍ରମ ଦେଖନ୍ତୁ।

ସମ୍ବନ୍ଧିତ ଖବର