ଫୋନି ମୁକାବିଲା ପାଇଁ; ୫ ଜିଲ୍ଲାରେ ଲାଗିଛନ୍ତି ୫୪୪ ଟିମ୍‌

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ବାତ୍ୟା ଫୋନି ମୁକାବିଲା ପାଇଁ ୫ଟି ଜିଲ୍ଲାରେ ଅଗ୍ନିଶମ, ଓଡ୍ରାଫ୍‌, ଏନ୍‌ଡିଆରଏଫ୍‌, ଓଏଫ୍‌ଡିସିର ୫୪୪ ଟିମ୍‌ ଓ ୟୁନିଟ କାର୍ଯ୍ୟ କରୁଛି । ସ୍ଥିତି ସୁଧାରିବା ପାଇଁ ସେମାନେ ପୂରା ଦମ୍‌ରେ କାମ କରୁଛନ୍ତି । ୫ଟି ଜିଲ୍ଲାରେ ପ୍ରାୟ ୧୫୮୪ ଅଗ୍ନିଶମ କର୍ମଚାରୀ ନିୟୋଜିତ ଅଛନ୍ତି । ଉକ୍ତ କର୍ମଚାରୀମାନେ ଉପୁଡି ଥିବା ଗଛ କାଟି ଲୋକମାନଙ୍କ ଯାତାୟାତ ବ୍ୟବସ୍ଥା ସହ ବାତ୍ୟାରେ ଭାଙ୍ଗି ଯାଇଥିବା ବିଦ୍ୟୁତ ଖୁଣ୍ଟିକୁ ରାସ୍ତାରୁ ହଟାଇ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ନିମନ୍ତେ ସେସୁ କର୍ମଚାରୀଙ୍କୁ ସହାୟତା କରୁଛନ୍ତି ।

୫ଟି ଜିଲ୍ଲାରେ ୨୦ ୟୁନିଟ୍‌ ଓଡ୍ରାଫ୍‌, ୫୦ ୟୁନିଟ୍‌ ଏନ୍‌ଡିଆରଏଫ୍‌, ୨୬୪ ଅଗ୍ନିଶମ ଟିମ୍‌ ଓ ୨୧୦ ଓଏଫ୍‌ଡିସି ଟିମ୍‌ କାର୍ଯ୍ୟ କରୁଛନ୍ତି । ବାତ୍ୟାରେ ଅଧିକ କ୍ଷୟକ୍ଷତି ହୋଇଛି ପୁରୀ ଜିଲ୍ଲାରେ । ଏହି ଜିଲ୍ଲାକୁ ଅଧିକ ଫୋକସ୍‌ ଦିଆଯାଇଛି । ପୁରୀ ଜିଲ୍ଲା ପାଇଁ ୯ ୟୁନିଟ୍‌ ଓଡ୍ରାଫ୍‌ କାମ କରୁଛନ୍ତି । ପ୍ରତି ୟୁନିଟ୍‌ରେ ପ୍ରାୟ ୩୦ରୁ ୪୦ଜଣ କର୍ମଚାରୀ ଅଛନ୍ତି । ୨୦ ୟୁନିଟ୍‌ ଏନ୍‌ଡିଆରଏଫ୍‌ ନିୟୋଜତି ଅଛନ୍ତି । ଏନ୍‌ଡିଆରଏଫ୍‌ରେ ଅଛନ୍ତି ୪୭ ଜଣ । ସେହିଭଳି ୫୮ଟି ଅଗ୍ନିଶମ ଟିମ୍‌ ଓ ୯୦ଟି ଓଏଫ୍‌ଡିସି ଟିମ୍‌ କାମ କରୁଛନ୍ତି । ଅଗ୍ନିଶମ ଓ ଓଏଫ୍‌ଡିସିର ପ୍ରତି ଟିମ୍‌ରେ ୫ଜଣ ଅଛନ୍ତି । ଏସବୁ କର୍ମଚାରୀ ଗଛ କାଟି ସଫା କରିବା ସହ ବିଦ୍ୟୁତ୍‌ ସଂଯୋଗରେ ସହଯୋଗ ଓ ଲୋକମାନଙ୍କୁ ପିଇବା ପାଣି ଯୋଗାଇ ଦେଉଛନ୍ତି । ତେବେ ଜଗତସିଂହପୁର ଜିଲ୍ଳାରେ କୌଣସି ଓଡ୍ରାଫ୍‌ ୟୁନିଟ୍‌ କି ଓଏଫ୍‌ଡିସି ଟିମ୍‌ କାର୍ଯ୍ୟ କରୁନାହାନ୍ତି । ସେଠାରେ କେବଳ ୨ ୟୁନିଟ୍‌ ଏନ୍‌ଡିଆରଫ୍‌ ଓ ୫ଟି ଅଗ୍ନିଶମ ଟିମ୍‌ ନିୟୋଜିତ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ଭୁବନେଶ୍ୱର ଓ ତାର ଉପକଣ୍ଠ ଅଞ୍ଚଳ । ଖୋର୍ଦ୍ଧାରେ ୧ ୟୁନିଟ୍‌ ଓଡ୍ରାଫ୍‌, ୩ ୟୁନିଟ୍‌ ଏନ୍‌ଡିଆରଏଫ୍‌, ଅଗ୍ନିଶମର ୩୨ଟି ଟିମ୍‌ କାମ କରୁଥିବା ବେଳେ ଓଏଫ୍‌ଡିସି କୌଣସି ଟିମ୍‌ କାମ କରୁନି । ଭୁବନେଶ୍ୱରରେ ୭ୟୁନିଟ୍‌ ଓଡ୍ରାଫ୍‌, ୨୦ୟୁନିଟ୍‌ ଏନ୍‌ଡିଆରଏଫ୍‌, ଅଗ୍ନିଶମର ୨୦ଟି ଟିମ୍‌ ଓ ଓଏଫ୍‌ଡିସି ୧୨୦ ଟିମ୍‌ କାମ କରୁଛନ୍ତି । କଟକରେ ୩ ୟୁନିଟ୍‌ ଓଡ୍ରାଫ୍‌, ୪ ୟୁନିଟ୍‌ ଏନ୍‌ଡିଆରଏଫ୍‌, ଅଗ୍ନିଶମର ୭୭ଟି ଟିମ୍‌ କାମ କରୁଥିବା ବେଳେ ଓଏଫ୍‌ଡିସି କୌଣସି ଟିମ୍‌ କାମ କରୁନାହିଁ । ବାଲେଶ୍ୱରରେ କେବଳ ୧୧ ୟୁନିଟ୍‌ ଏନ୍‌ଡିଆରଏଫ୍‌ ଓ ଅଗ୍ନିଶମର ୨ଟି ଟିମ୍‌ କାମ କରୁଛନ୍ତି ।

   ସମ୍ବନ୍ଧିତ ଖବର


ମାଲକାନଗିରି ଛତିଶଗଡ଼ ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଜଣେ ଯବାନ ସହିଦ,୧୦ ଗୁରୁତର

୧୦ ଦିନରେ ସରିଲା ଶୀତ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ

ହକି ବିଶ୍ୱକପ୍‌-୨୦୨୩ ପ୍ରସ୍ତୁତି ପର୍ବ ଆରମ୍ଭ: ୭ରେ ରାଉରକେଲା ଆସିବେ ଉଚ୍ଚସ୍ତରୀୟ କମିଟି

୩ଟି ପୁଅର ମା’କୁ ପ୍ରେମରେ ଫସାଇ ଶାରୀରିକ ଶୋଷଣ କଲେ ପ୍ରତାରକ ପ୍ରେମିକ, ପତ୍ନୀର ମାନ୍ୟତା ଦେଲେ କିନ୍ତୁ ଘରକୁ ନ ନେଇ ହତ୍ୟାଧମକ ଦେଇ ବନ୍ଧା ହେଲେ ଡିଇଓ

କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୪ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୪କୁ ବୃଦ୍ଧି

ଓଡ଼ିଶାରେ ‌୫ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୫୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ଟପିଲା