ଟେଲିକମ୍‌ କ୍ଷତି ୮ଶହ କୋଟି ଛୁଇଁବ; ପୁରୀର ୮୦୦ ଟାୱାରରୁ ୯୧% ଧ୍ୱସ୍ତବିଧ୍ୱସ୍ତ, ଭୁବନେଶ୍ୱରର ୩୫%, କଟକର ୩୮% କ୍ଷତିଗ୍ରସ୍ତ

ଭୁବନେଶ୍ୱର,୧୦ା୫(ବ୍ୟୁରୋ): ଫୋନି ତାଣ୍ଡବ ପରେ ଉପକୂଳ ଓଡ଼ିଶାର ଟେଲିଯୋଗାଯୋଗ ଓ ଇଣ୍ଟରନେଟ୍‌ ସେବା ଏକପ୍ରକାର ବନ୍ଦ ହୋଇଯାଇଛି । ଉଜୁଡ଼ିଯାଇଛି ଟେଲିକମ୍‌ ଭିତ୍ତିଭୂମି । ଟେଲିକମ୍‌ କମ୍ପାନିଙ୍କ ବାତ୍ୟାଜନିତ ଭିତ୍ତିଭୂମି କ୍ଷୟକ୍ଷତି ପ୍ରାୟ ୮୦୦ କୋଟି ଟଙ୍କା ଛୁଇଁବ ବୋଲି ଆକଳନ କରାଯାଉଛି ।
ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ମୁତାବକ, ଏବେ ଟେଲିକମ୍‌ ଭିତ୍ତିଭୂମି କ୍ଷତିର ଆକଳନ କରାଯାଉଛି । ଏହି ଖରାଦିନିଆ ପୁରୀ, ଭୁବନେଶ୍ୱର ଓ କଟକରେ ଟେଲିକମ୍‌ କମ୍ପାନିଗୁଡ଼ିକର ବ୍ୟାପକ କ୍ଷତି ଘଟାଇଛି । ଉଭୟ ଲ୍ୟାଣ୍ଡଲାଇନ୍‌ ଓ ମୋବାଇଲ୍‌ ସେବା ସ୍ଥାଣୁ ପାଲଟିଯାଇଛି ।

ବାତ୍ୟା ସ୍ଥଳଭାଗ ଛୁଇଁଥିବା ପୁରୀରେ ମୋଟ୍‌ ୮୦୦ ଟେଲିକମ୍‌ ଟାୱାର ବା ବିଟିଏସ୍‌ ଥିଲା । ସେଥିମଧ୍ୟରୁ ପ୍ରାୟ ୯୧% ଧ୍ୱସ୍ତବିଧ୍ୱସ୍ତ ହୋଇଛି । ଭୁବନେଶ୍ୱରର ୩୫% ଓ କଟକର ୩୮% ଟାୱାର ପ୍ରଭାବିତ ହୋଇଛି । ଭୁବନେଶ୍ୱରରେ ୧,୮୦୦ ଟେଲିକମ୍‌ ଟାୱାର ଥିବା ବେଳେ କଟକ ଜିଲ୍ଲାରେ ଏହି ସଂଖ୍ୟା ୧,୨୦୦ ।
ଯଦିଓ ଟେଲିକମ୍‌ ସେବା ଠପ୍‌ ହୋଇଯାଇଛି, ସେଲ୍‌ ଅନ୍‌ ହ୍ୱିଲ୍‌ସ (କାଓ) ଜରିଆରେ ଲୋକମାନଙ୍କୁ ମୋବାଇଲ୍‌ ସେବା ଯୋଗାଇବାକୁ ଟେଲି ଅପରେଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସେବା ନିମନ୍ତେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଜେନେରେଟର ମଧ୍ୟ ଯୋଗାଇ ଦିଆଯାଉଛି । ଏପରିକି ଟେଲିକମ୍‌ କମ୍ପାନିଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ବିଜୁଳି ଯୋଗାଇବାକୁ ସରକାର ପ୍ରଚେଷ୍ଟା ଚଳାଇଥିବା ଅଧିକାରୀ ଜଣକ କହିଛନ୍ତି ।

   ସମ୍ବନ୍ଧିତ ଖବର


କଟକ IIFL ଶାଖାରୁ ଲୁଟ୍ ଘଟଣା : ଜଣେ ମହିଳାଙ୍କ ସମେତ ୪ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା

୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଏମସି ଅଧିକାରୀ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର