କରୋନା ଯୋଗୁଁ ପ୍ରାଣ ହରାଇଲେ ଥାନା ପ୍ରଭାରୀ, ଏବେ ଝିଅ ହେବେ ସବ୍-ଇନ୍ସପେକ୍ଟର

ଭୋପାଳ ୧୦/୫: ମଧ୍ୟପ୍ରଦେଶ ସରକାର କରୋନା ଯୋଗୁଁ ପ୍ରାଣ ହରାଇଥିବା ଉଜ୍ଜୈନର ନୀଲଙ୍ଗା ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଯଶୱନ୍ତ ପାଲଙ୍କ ଝିଅ ଫାଲଗୁନି ପାଲଙ୍କୁ ନିଯୁକ୍ତ କରିଛନ୍ତି । ୟଶୱନ୍ତ ପାଲଙ୍କର ୨୧ ଏପ୍ରିଲରେ କରୋନା ଯୋଗୁଁ ମୃତ୍ୟୁ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୁଃଖ ପ୍ରକାଶ କରିବାବେଳେ ଘୋଷଣା କରିଛନ୍ତି ଯେ ତାଙ୍କ ପରିବାରକୁ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା, ପେନ୍ସନ୍ ଓ ଝିଅ ଫାଲ୍ଗୁନିଙ୍କୁ ସବ୍-ଇନ୍ସପେକ୍ଟର ଭାବରେ ନିଯୁକ୍ତି ଦେବା ନେଇ ଘୋଷଣା କରିଛନ୍ତି ।  ଏବଂ ସ୍ୱର୍ଗତ ଯଶବନ୍ତ ପାଲଙ୍କୁ କର୍ମବୀର ପଦକରେ ସମ୍ମାନିତ କରାଯିବ । 

ଶନିବାର ଗୃହ ଓ ଲୋକ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ନରୋତ୍ତମ ମିଶ୍ର ଉଜ୍ଜୈନର ଫାଲ୍ଗୁନି ପାଲଙ୍କ ସହିତ ଭିଡିଓ କଲିଂରେ ଆଲୋଚନା କରିଥିଲେ ଏବଂ ତାଙ୍କୁ ଅନୁକମ୍ପା ନିଯୁକ୍ତିରେ ସବ୍ ଇନ୍ସପେକ୍ଟର ହେବା ନେଇ ଶୁଭକାମନା ଦେଇଥିଲେ । ଏହି ସମୟରେ ନରୋତ୍ତମ ମିଶ୍ର ଫାଲ୍ଗୁନି ପାଲଙ୍କୁ କହିଥିଲେ କି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନିର୍ଦ୍ଦାଶାନୁସାରେ ଗୃହ ବିଭାଗ ଦ୍ୱାରା ତାଙ୍କୁ ସବ ଇନ୍ସପେକ୍ଟର ପଦରେ ନିଯୁକ୍ତି ଦିଆଯାଇଛି । ଆଗାମୀ ସପ୍ତାହରେ ସେ ଡ୍ୟୁଟିରେ ଉପସ୍ଥିତ ହୋଇ ନିଜ ପରିବାରତ ଦାୟିତ୍ୱ ସହିତ, ସମାଜର ସେବା ଆରମ୍ଭ କରିପାରିବେ ।

କହିରଖୁଛୁ ଉଜ୍ଜୈନର ନୀଲଗଙ୍ଗା ଥାନା ପ୍ରଭାରୀ ଯଶବନ୍ଦ ପାଲଙ୍କ ଥାନା ଅଞ୍ଚଳର ଅମ୍ବର କଲୋନୀର କରୋନା ପଜିଟିଭ୍ ସନ୍ତୋଷ ବର୍ମାଙ୍କ ୨୭ ମାର୍ଚ୍ଚରେ ମୃତ୍ୟୁ ହୋଇଯାଇଥିଲା । ଏହା ପରେ ସେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା । ଏବଂ ଏଠାରେ ସୁରକ୍ଷା ବ୍ୟବସ୍ଥା ଯଶୋବନ୍ତ ପାଲ ନିଜେ ତଦାରଖ କରୁଥିଲେ । ଏଠାରେ ଡ୍ୟୁଟି ସମୟରେ ତାଙ୍କୁ ଜ୍ୱର ଆସିଲା ଏବଂ ତାଙ୍କ କରୋନା ଟେଷ୍ଟ କରାଗଲା । ୬ ଏପ୍ରିଲରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଲା । ଏହାପରେ ତାଙ୍କୁ ଇନ୍ଦୋରର ଅରବିନ୍ଦୋ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଗଲା କିନ୍ତୁ  । ତେବେ ୨୧ ଏପ୍ରିଲରେ ତାଙ୍କ ମୃତ୍ୟୁ ହୋଇଥିଲା ।

   ସମ୍ବନ୍ଧିତ ଖବର


ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ

କାମାନ୍ଧ ଯୁବକଙ୍କ ଅଜବ ଯୌନ ଲାଳସା; ମହିଳାଙ୍କ ଅନ୍ତବସ୍ତ୍ର ଚୋରାଇବା ପାଇଁ ଭାଙ୍ଗୁଥିଲେ କଠିନ ଲକଡାଉନ କଟକଣା, ଘରୁ ମିଳିଲା ୧୦୦ ବ୍ରା ଓ ୪୧ ହଳ ପ୍ୟାଣ୍ଟି…

7th pay commission: କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିପାବଳୀ ଉପହାର ଦେବେ ସରକାର, ଜାଣନ୍ତୁ କ’ଣ ନୂଆ ନିଷ୍ପତ୍ତି…

IPL ୨୦୨୦: ପ୍ରଥମ ଖେଳାଳି ଭାବେ ଇତିହାସ ରଚିଲେ ଶିଖର ଧାଓ୍ବନ, ନିଜ ନାମରେ କଲେ ଏହି ଖାସ୍‌ ରେକର୍ଡ

ଟିଆରପି ସ୍କାମର ତଦନ୍ତ କରିବ CBI, ଯୋଗୀ ସରକାରଙ୍କ ସୁପାରିସ ପରେ ତଦନ୍ତ ଆରମ୍ଭ …

ପୂର୍ବରୁ କରୋନା ବିଷୟରେ ଦେଇଥିଲେ ଭବିଷ୍ୟବାଣୀ, କହିଲେ ଆଉ ଏତେ ଦିନ ରହିବ