ଗୋଆ ପରେ ମଣିପୁର ହେଲା କରୋନା ଭାଇରସ୍ ମୁକ୍ତ

ନୂଆଦିଲ୍ଲୀ ୨୧/୪: ଦେଶର ଦ୍ୱିତୀୟ ରାଜ୍ୟ ଭାବେ ମଣିପୁର ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇପାରିଛି । ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ ସିଂହ ସୋମବାର ଏହି ଘୋଷଣା କରିଛନ୍ତି । ପ୍ରଥମ ରାଜ୍ୟ ଭାବେ ଗୋଆ ରବିବାର କରୋନା ମୁକ୍ତ ଘୋଷିତ ହୋଇଥିଲା । ଉଭୟ ରାଜ୍ୟରେ ଚିହ୍ନଟ ହୋଇଥିବା ସମସ୍ତ କରୋନା ଆକ୍ରାନ୍ତ ସୁସ୍ଥ ହେବା ସହ କୌଣସି ନୂଆ ମାମଲା ଆସି ନ ଥିବା କାରଣରୁ ଉଭୟକୁ କରୋନା ମୁକ୍ତ ରାଜ୍ୟ ବୋଲି ଘୋଷଣା କରାଯାଇଛି । ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ୍‌ ସିଂହ ଟୁଇଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।

ସେ ଟୁଇଟ କରି କହିଛନ୍ତି, ମଣିପୁର ଏବେ ସମ୍ପୂର୍ଣ୍ଣ କରୋନାମୁକ୍ତ ହୋଇଯାଇଛି । ସେଥିପାଇଁ ମୁଁ ବହୁତ ଖୁସି ଅନୁଭବ କରୁଛି । ଏଠାରେ ୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଉଭୟ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି । କୌଣସି ନୂଆ ମାମଲା ସାମ୍ନାକୁ ଆସିନାହିଁ । ରାଜ୍ୟରେ ଜନତା ଏବଂ ସ୍ୱାସ୍ଥ୍ୟକର୍ମୀ ପରସ୍ପରକୁ ସହଯୋଗ କରିବା ଫଳରେ ଏହା ସମ୍ଭବ ହୋଇପାରଛି ।

ସୂଚନା ମୁତାବକ, ଗତ ମାର୍ଚ୍ଚ ୨୪ରେ ମଣିପୁରରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ପରେ ଏପ୍ରିଲ ୨ରେ ଅନ୍ୟ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ପ୍ରଥମ ରୋଗୀ ଏପ୍ରିଲ ୧୨ରୁ ସୁସ୍ଥ ହୋଇଥିବା ବେଳେ ଦ୍ୱିତୀୟ ରୋଗୀ ଜଣକ ସୋମବାର ସୁସ୍ଥ ହୋଇଥିବା ଜଣାପଡିଛି । ପୂର୍ବରୁ ଗୋଆ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଥିବା ଘୋଷଣା ହୋଇଥିଲା । ଗୋଆରେ ଏପ୍ରିଲ ୩ ପରଠାରୁ କୌଣସି ନୂଆ ମାମଲା ଆସି ନ ଥିବା ବେଳେ ଏଠାରେ ପୂର୍ବରୁ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀ ରବିବାର ସୁଦ୍ଧା ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

   ସମ୍ବନ୍ଧିତ ଖବର


ଅନୁଗୁଳରେ ନିରାଡ଼ମ୍ବରରେ ଚାଲିଛି ମାଆଙ୍କର ମହାସପ୍ତମୀ ପୂଜା, କୋଭିଡ କଟକଣା ଭିତରେ 7 ଜଣଙ୍କୁ ନେଇ ହେଉଛି ପୂଜାବିଧି …

ସପିଂ ମଲରେ ଭୀଷଣ ଅଗ୍ନିକାଣ୍ଡ, ପାଖ ବିଲ୍ଡିଂରୁ ୩୫୦୦ ଲୋକଙ୍କୁ ସୁରକ୍ଷିତ ବାହାର କରାଗଲା

ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କରୋନା

ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ