PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମସଜିଦ୍‌ ବିବାଦ। ୩୦ରେ ଦୁଇ ପକ୍ଷଙ୍କୁ ମିଳିପାରେ ସର୍ଭେ ଭିଡିଓ। ଜ୍ଞାନବ୍ୟାପୀ ସର୍ଭେ ଭିଡିଓକୁ ନେଇ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ। ଆସନ୍ତା ୩୦ରୋ ଦୁଇ ପକ୍ଷଙ୍କୁ ମିଳିପାରେ ଭିଡିଓ।
  • ||
  • କଟକ : ଅନୁଭବ ଓ ବର୍ଷାଙ୍କୁ ହାଇକୋର୍ଟଙ୍କ କଡ଼ା ତାଗିଦ୍, ସୋସିଆଲ ମିଡିଆରେ ପରସ୍ପରକୁ ଆକ୍ଷେପ ନ କରିବାକୁ ନିର୍ଦ୍ଦେଶ
  • ||
  • ସୋର: ରାସ୍ତାରେ ହଟହଟା ହେଲେ ଖଇରା ବିଦ୍ୟୁତ୍ ବିଭାଗ ଏସଡିଓ, ଅସ୍ଥାୟୀ ମିଟର ରିଡର କର୍ମଚାରୀଙ୍କ ବହିଷ୍କାର ଆଶଙ୍କାରେ ଆକ୍ରୋଶର ଶିକାର…
  • ||
  • ଭୁବନେଶ୍ବର: ଟିଚିଂ ହସ୍ପିଟାଲ ଭାବେ ଘୋଷଣା ହେଲା କ୍ୟାପିଟାଲ ହସ୍ପିଟାଲ, ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ୍, ୨୮୫ କୋଟି ଅନୁମୋଦନ…
  • ||
  • ଭୁବନେଶ୍ୱର: ପେଟ୍ରୋଲିୟମ ଡିଲର୍ସ ଆସୋସିଏସନର ପକ୍ଷରୁ ଦୁଇ ଦିନିଆ ଧର୍ମଘଟ, ସନ୍ଧ୍ୟା ୬ରୁ ସକାଳ ୬ ବନ୍ଦ ରହିବ ସମସ୍ତ ପେଟ୍ରୋଲ ଟାଙ୍କି
  • ||
  • ଭୁବନେଶ୍ଵର: ରାଜ୍ୟରେ ତଳକୁ ଖସିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୦୯ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର: ‘କୋକୋ’ ଆପ୍‌ରେ ଋଣ ଠକେଇ ମାମଲା : ଦିଲ୍ଲୀରୁ ଧରାପଡି଼ଲା ମୁଖ୍ୟ କାର୍ପଟଦାର ରାମ, ୧୦୫୮ ଭର୍ଚୁଆଲ୍‌ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍
  • ||
  • ଚିଲିକା : ଯାତ୍ରୀବାହୀ ଡଙ୍ଗାର ଭାଙ୍ଗିଲା ମେସିନ୍ ସ୍ଲାବ, ଚିଲିକା ମଝିରେ ଅଟକିଲେ ୪୦ରୁ ଅଧିକ ଯାତ୍ରୀ
  • ||
  • କଟକ: ଅନୁଭବ-ବର୍ଷା ବିବାହ ବିବାଦ: “ବର୍ଷା ନିଜେ ଚଲାଉଛନ୍ତି ଫ୍ୟାନ୍‌ କ୍ଲବ୍‌ ପେଜ୍‌’
  • ||
  • ଭୁବନେଶ୍ୱର: ଆସିବ ସ୍ୱଚ୍ଛତା, ଲୋକଙ୍କୁ ମିଳିବ ସୁବିଧା: ଆଜିଠୁ ଅନ୍‌ଲାଇନ୍‌ରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବ ବିଏମ୍‌ସି
  • ||
  • ସୁନ୍ଦରଗଡ : ଓସିଏଲ୍‌ ଆଇରନ କାରଖାନାରୁ ଲୁହା ଚୋରି କରୁଥିଲା ଚୋର, ଛାତରୁ ପଡି ଚାଲିଗଲା ଜୀବନ
  • ||
  • ଭୁବନେଶ୍ୱର: ଟ୍ରାଫିକ୍‌ ଯନ୍ତ୍ରଣାରୁ ମିିଳିବ ମୁକ୍ତି: ଜୟଦେବ ବିହାରରୁ ନନ୍ଦନକାନନ ମଧ୍ୟରେ ନିର୍ମାଣ ହେବ ସବୁଠାରୁ ଦୀର୍ଘତମ ଫ୍ଲାଏଓଭର
  • ||

ଚାଷ ଜମିରେ ଫସଲ କାଟିବା ପରେ ଏବେ ଟ୍ରାକ୍ଟର ଚଳାଇଲେ ହେମା ମାଳିନୀ

ମଥୁରା,୫।୪: ଆଗରୁ ଆମେ ସମସ୍ତେ ହେମା ମାଳିନୀଙ୍କୁ ‘ଶୋଲେ’ ଫିଲ୍ମରେ ଟାଙ୍ଗା(ଘୋଡା ଗାଡି) ଚଲାଉଥିବା ବସନ୍ତୀ ଭୂମିକାରେ ତାଙ୍କୁ ଦେଖିଥିଲୁ, କିନ୍ତୁ ଏବେ ସେ  ଟ୍ରାକ୍ଟର ଚଲାଉଛନ୍ତି। ସମସ୍ତେ ଭାବୁଥିବେ ହେମା ମାଳିନୀ ବା କାହିଁକି ଟ୍ରାକ୍ଟର ଚଲାଇବେ। ତେବେ ଏସବୁ କେବଳ ଆଗକୁ ଆସୁଥିବା ନିର୍ବାଚନ ପାଇଁ ଦେଖିବାକୁ ମିଳିଛି। କାରଣ ଏହି ନିର୍ବାଚନୀ ଋତୁରେ  ବିଭିନ୍ନ ଦଳର ପ୍ରାର୍ଥୀଙ୍କର ଦେଖିବାକୁ ମିଳୁଛି ନିର୍ବାଚନୀ ଷ୍ଟଣ୍ଟ। ପୂର୍ବରୁ ମଥୁରାରୁ ସାଂସଦ ଓ ବିଜେପି ପ୍ରାର୍ଥୀ ହେମା ମାଳିନୀ କୃଷକଙ୍କୁ ଆକର୍ଷିତ କରିବାକୁ ଗୋବର୍ଦ୍ଧନରେ ଗହମ ଚାଷୀଙ୍କ ସହ ମିଶି ଫସଲ କାଟିଥିଲେ। ଏବେ ପୁଣିଥରେ  ଆଜି  ଆଳୁ କ୍ଷେତରେ ପହଁଞ୍ଚି ଚାଷ କରିବା ସହ ତାଙ୍କୁ ଟ୍ରାକ୍ଟର ଚଳାଉଥିବାର ଦେଖିବାକୁ ମିଳିଛି।

ଟାଣ ଖରାରେ ଲୋକଙ୍କ ଭିତରକୁ ଯାଇ ହେମା ମାଳିନୀ ଟ୍ରାକ୍ଟର ଚଳାଇବାର ଦେଖି ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଲୋକମାନେ କହିଥିଲେ ତାଙ୍କୁ ଏଭଳି ଜଣେ ସାଂସଦ ଦରକାର ଯିଏ ତାଙ୍କର ସବୁ ସମସ୍ୟାକୁ ବୁଝିପାରିବେ। ଚାଷ ଜମିରେ ଟ୍ରାକ୍ଟର ଚଳାଇବା ପରେ ହେମା ଆଳୁ ଗଛ ମଧ୍ୟ ଲଗାଇଥିଲେ। ଏହା ସହ ଚାଷୀଙ୍କୁ ପ୍ରତିଶୃତି ଦେଇଥିଲେ ୨୦୧୯ ଲୋକସଭା ନିର୍ବାଚନ ଜିତିଲେ ଆଳୁ ଚାଷୀଙ୍କୁ ଭଲ ମୂଲ୍ୟ ଦେବେ।