‘ହାଉସଫୁଲ୍ ୪’ର ‘ବାଲା’ ପରେ ସାମ୍ନାକୁ ଆସିଲା ଆୟୁଷ୍ମାନ ଖୁରାନାଙ୍କ ମଜାଦାର ଭିଡିଓ

ମୁମ୍ବାଇ ୮/୧୦: ବଲିଉଡର ଖିଲାଡୀ ଅକ୍ଷୟ କୁମାର କିଛି ଦିନ ହେବ ନିଜ ଆଗାମୀ ଫିଲ୍ମ ‘ହାଉସଫୁଲ୍ ୪’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଗତକାଲି ସନ୍ଧ୍ୟାରେ ଏହି ଫିଲ୍ମରେ ତାଙ୍କର ଏକ ଗୀତ ରିଲିଜ ହୋଇଛି । ଏହାର ଟାଇଟଲ୍ ହେଉଛି ‘ବାଲା ବାଲା ବାଲା…’ । କିନ୍ତୁ ଏହି ଗୀତର ଫାଇଦା ଉଠାଇଛନ୍ତି ବଲିଉଡର ‘ଡ୍ରିମଗର୍ଲ’ ଆୟୁଷ୍ମାନ୍ ଖୁରାନା ।

ଆଶ୍ଚର୍ଯ୍ଯ ହୋଇଗଲେ ନା ?  ଏହି ଗୀତ ରିଲିଜ କରିବା ପୂର୍ବରୁ ଅକ୍ଷୟ କୁମାର ଜାଣିନଥିଲେ ଯେ ଆଗକୁ ଏହି ଟାଇଟଲରେ ଆୟୁଷ୍ମାନ ଖୁରାନା ଏକ ଫିଲ୍ମ ନେଇଆସୁଛନ୍ତି । ଅର୍ଥାତ୍ ସେ ଅଜାଣତରେ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମର ପ୍ରମୋଶନମଧ୍ୟ କରିଦେଲେ । ଏବେ ଏହି ଗୀତରେ ଆୟୁଷ୍ମାନ ଖୁରାନାଙ୍କ ଏକ ଜବରଦସ୍ତ ଭିଡିଓ ସାମ୍ନାକୁ ଆସିଛି ।

ଇନଷ୍ଟାଗ୍ରାମରେ ଏହି ମଜାଦାର ଭିଡିଓ ସେୟାର କରି ଆୟୁଷ୍ମାନ କ୍ୟାପ୍ସନରେ ଲେଖିଛନ୍ତି ଯେ ‘ବାଲାକୁ ଡାକିଲ ଆଉ ବାଲା ଆସିଗଲା’ । ଏହା ସହି ସେ ଅକ୍ଷୟଙ୍କୁ ଶୁଭକାମନା ଜଣାଇବା ସହ ଲେଖିଛନ୍ତି ଯେ ସେ ମଧ୍ଯ ଖୁବ୍ ଶୀଘ୍ର ଆସିବେ ।

କହିରଖୁଛୁ ହାଉସଫୁଲ୍ ୪ରେ ଅକ୍ଷୟ କୁମାରଙ୍କ ସହ ରିତେଶ ଦେଶମୁଖ, ବବି ଦେୱଲ, ପୂଜା ହେଗଡେ, କିର୍ତ୍ତି ଖରବନ୍ଦା ଓ କୀର୍ତ୍ତି ସାନନ୍ ମଧ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି ୨୬ ଅକ୍ଟୋବରରେ ନଜର ଆସିବ ।

   ସମ୍ବନ୍ଧିତ ଖବର


ଏମିତି ଥିଲେ ଅଭିନେତା ଇରଫାନ ଖାନ୍‌ ! ଯାହା ଏଯାଏ କେହି ବି ଜାଣିନଥିଲେ …ଜଣେ ବନ୍ଧୁ କଲେ ଖୁଲାସା

ଅଭିନେତା ସୋନୁ ସୁଦ୍‌‌ଙ୍କ ମହାନତା ; ୧୫୦ରୁ ଉର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ବିମାନରେ ଘରକୁ ପଠାଇଲେ –

‘ବାହୁବଳୀ’ ଲୁକ୍‌ରେ ୱାର୍ଣ୍ଣର

ଶ୍ରଦ୍ଧାଙ୍କୁ ଚିହ୍ନିପାରିଲେନି ପ୍ରଶଂସକ, ଇନ୍‌ଷ୍ଟାଗ୍ରାମ୍‌ରେ ସେଲ୍ଫି ପୋଷ୍ଟ କରି ଲେଖିଲେ‌ ‘କେତେ ମଜା ଲାଗିଲା’

ସଲମାନ୍‌ଙ୍କ କ୍ୱାରେଣ୍ଟାଇନ୍‌ ଜୀବନକୁ ନେଇ ପ୍ରସ୍ତୁତ ହେବ ‘ହାଉସ୍‌ ଅଫ୍‌ ଭାଇଜାନ୍‌’

ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଲେ ଏହି ଫେମସ ଆକ୍ଟର, ବାଧ୍ୟ ହୋଇ ବିକିଦେଲେ କାର୍