ପ୍ରମୁଖ ଖବର
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||
  • ଆଗକୁ ଆହୁରି ବଢ଼ିବ ତାତି, ଆଜି ୪୦ ଡିଗ୍ରୀ ଛୁଇଁବ ପାରଦ ! ଦିନ, ରାତି ତାପମାତ୍ରା ୨ ଡିଗ୍ରୀ ବଢ଼ିପାରେ
  • ||

କରୋନାରେ ଖରାପ ହେଲା ଫୁସ୍‌ଫୁସ୍, ସନ୍ଥାରା ପ୍ରଥାରେ ପ୍ରାଣତ୍ୟାଗ କଲେ ୬୪ ବର୍ଷୀୟ ମହିଳା !

ଇନ୍ଦୋର, ୦୯/ ୧୦: ମହାମାରୀ କରୋନା ଭାଇରସ୍‌ ସଂକ୍ରମଣରେ ବହୁ ଲୋକଙ୍କ ନିକଟରେ ଫୁସ୍‌ଫୁସ୍‌ ଓ ଶ୍ବାସ ସମ୍ବନ୍ଧୀୟ ସମସ୍ୟା ଦେଖିବାକୁ ମିଳୁଛି। ଏହିପରି ଭାବେ ଫୁସ୍‌ଫୁସ୍‌ ଓ ଶ୍ବାସ ସମ୍ବନ୍ଧୀୟ ସମସ୍ୟାରେ ଜୁଝି ହେଉଥିବା ୬୪ ବର୍ଷୀୟ ମହିଳା ରେଣୁ ଜୈନ ହଠାତ୍‌ ଚିକିତ୍ସା ବନ୍ଦ କରିଦେଲେ। ଏହାପରେ ମହିଳା ଜଣକ ଜୈନ ଧର୍ମର ଏକ ପ୍ରାଚୀନ ପ୍ରଥାକୁ ପାଥେୟ କରି ଅନ୍ନ-ଜଳ ତ୍ୟାଗକରି ପରଲୋକ ପ୍ରାପ୍ତି ହେଲେ। ଧାର୍ମିକ ପ୍ରଥା ଅନୁସାରେ ପ୍ରାଣତ୍ୟାଗ କରିଥିବା ମହିଳା ଜଣଙ୍କର ଦେହାନ୍ତ ଖବର ପରିବାର ବର୍ଗ ଶୁକ୍ରବାର ଦିନ ସୂଚନା ଦିଆଯାିଛି। ୨ ଦିନ ତଳେ ମହିଳା ଜଣଙ୍କର ମୃତ୍ୟୁ ହୋଇଛି। ପରିବାର ପକ୍ଷରୁ କୁହାଯାଇଛି ଯେ, କରୋନା ଚିକିତ୍ସା ପରେ ସେ କରୋନା ମୁକ୍ତ ହୋଇଥିଲେ ହେଲେ ତାଙ୍କ ଫୁସ୍‌ଫୁସ୍‌ ଖରାପ ହୋଇଯାଇଥିଲା।

ଦିବଙ୍ଗତ ମହିଳାଙ୍କ ନିକଟ ସମ୍ପର୍କୀୟ ଜିତେନ୍ଦ୍ର ଜୈନ କହିଛନ୍ତି ଯେ, ଫୁସ୍‌ଫୁସ୍‌ ଖରାପ କାରଣରୁ ଏକ ମେଡିକାଲରେ ଭର୍ତ୍ତି ହୋଇଥିବା ୬୪ ବର୍ଷୀୟ ରେଣୁ ଜୈନ ତାଙ୍କ ପରିବାରକୁ କହିଥିଲେ କି ପୁଷ୍ପଗିରି ଜୈନ ତିର୍ଥ ସ୍ଥାନକୁ ନେବାକୁ । ପରିବାର ବର୍ଗ ତାଙ୍କ ଅନ୍ତିମ ଇଚ୍ଛାକୁ ସମ୍ମାନ ଜଣାଇ ତାଙ୍କ କଥା ରଖିଥିଲେ। ଧାର୍ମିକ ଭାବନା ରଖିଥିବା ମହିଳା ଜଣକ ପଡ଼ୋଶୀ ଜିଲ୍ଲା ଦେବାସରେ ଥିବା ପୁଷ୍ପଗିରି ଜୈନ ତୀର୍ଥରେ ସମାଧି ମରଣ ପ୍ରଥାକୁ ମାନି ଅନ୍ନ-ଜଳ ଛାଡ଼ି ବୁଧବାର ଦିନ ପ୍ରାଣତ୍ୟାଗ କରିଥିଲେ। ଜିତେନ୍ଦ୍ର ଆହୁରି କହିଛନ୍ତି ଯେ, କିଛି ବର୍ଷ ପୂର୍ବେ ମହିଳା ଜଣଙ୍କର ହାର୍ଟ ଅପରେସନ୍‌ ହୋଇଥିଲା। ସଂଯୋଗ ବଶତଃ ମହିଳା ଜଣଙ୍କ ୬୪ ତମ ଜନ୍ମଦିବସ ବୁଧବାର ହିଁ ଥିଲା ଏବଂ ସେହିଦିନ ହିଁ ତାଙ୍କର ପରଲୋକ ହୋଇଥିଲା।

ସନ୍ଥରା ପ୍ରଥା କଣ ?
ଜୈନ ସମୁଦାୟର କିଛି ବ୍ୟକ୍ତି ନିଜର ଅନ୍ତିମ ସମୟର ଆଭାସ ପାଇ ଅନ୍ନ-ଜଳ ତ୍ୟାଗକରି ପରଲୋକ ପ୍ରାପ୍ତି ହୋଇଥାନ୍ତି। ଏହାକୁ ଜୈନ ସମୁଦାୟର ଧାର୍ମିକ ଶବ୍ଦାବଳୀରେ ସମାଧି ମରଣ ବା ସନ୍ଥାରା କୁହାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.