PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଭାରତରେ ଓମିକ୍ରୋନ ବିସ୍ଫୋରଣ; ମହାରାଷ୍ଟ୍ରରେ ୭ ପରେ ଏବେ ଏହି ରାଜ୍ୟରେ ଚିହ୍ନଟ ହେଲେ ୯ ପଜିଟିଭ୍

pic-zee

ଜୟପୁର: ଭାରତରେ ଓମିକ୍ରୋନ ବିସ୍ଫୋରଣ। ଗୋଟିଏ ପରେ ଗୋଟିଏ ରାଜ୍ୟରେ ବଢ଼ି ଚାଲିଛି ଏହି ସଂକ୍ରମଣ ସଂଖ୍ୟା। ମହାରାଷ୍ଟ୍ରରେ ୭ ଜଣ ଓମିକ୍ରୋନ ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜସ୍ଥାନ ଜୟପୁରରେ ୯ ଜଣ ଓମିକ୍ରୋନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୪ ଜଣ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ବେଳେ ଅନ୍ୟ ୫ ଜଣ ସେମାନଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି ବୋଲି ସୂଚନା ମିଳିଛି। ସମସ୍ତ ୯ ଜଣ ସଂକ୍ରମିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ ଏମାନଙ୍କୁ ମିଶାଇ ଦେଶରେ ମୋଟ ଓମିକ୍ରୋନ ପଜିଟିଭ ସଂଖ୍ୟା ୨୧ ହୋଇଛି।

ରାଜସ୍ଥାନରେ ଗୋଟିଏ ପରିବାର ୪ ଜଣ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ। ସେମାନଙ୍କ ସହିତ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କର ଜେନୋମ ସିକ୍ୟୁଏନ୍ସ ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୯ ଜଣଙ୍କ ରିପୋର୍ଟ ଓମିକ୍ରୋନ ପଜିଟିଭ୍ ଆସିଛି। ତେବେ ଆରମ୍ଭରୁ ହିଁ ଦକ୍ଷିଣ ଆଫ୍ରିକାରୁ ଫେରିିଥିବା ପରିବାରକୁ ଆର୍‌ୟୁଏଚ୍‌ଏସ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୫ ଜଣଙ୍କୁ ବି ଆର୍‌ୟୁଏଚ୍‌ଏସ୍‌ରେ ଭର୍ତ୍ତି କରାଯାଇଛି ବୋଲି ସ୍ୱାସ୍ଥ୍ୟ ସଚିବ ବୈଭବ ଗାଲରିୟା ସୂଚନା ଦେଇଛନ୍ତି।

ସବୁଠାରୁ ବଡ଼ କଥା ହେଲା ଏମାନଙ୍କ ସଂସ୍ପର୍ଶରେ ୩୪ ଜଣ ଆସିଥିଲେ। ଏମାନଙ୍କର ସମସ୍ତଙ୍କର ସାମ୍ପଲ ଟେଷ୍ଟ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୯ ଜଣ ଓମିକ୍ରୋନ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୫ ଜଣଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା।

ଏହା ପୂର୍ବରୁ ମହାରାଷ୍ଟ୍ରରେ ୭ ଜଣ ଓମିକ୍ରୋନ ପଜିଟିଭ ଚିହ୍ନଟ ହୋଇଥିଲେ। ରାଜ୍ୟର ପିମ୍ପ୍ରି-ଚିଞ୍ଚୱାଡ଼ାରେ ୬ ଜଣ ଚିହ୍ନଟ ହୋଇଥିବା ବେଳେ ପୁଣେରେ ଜଣେ ଓମିକ୍ରୋନ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପୂର୍ବରୁ ଡୋମ୍ବିବଲିରେ ମଧ୍ୟ ଜଣେ ୩୩ ବର୍ଷୀୟ ଯୁବକ ଓମିକ୍ରୋନ୍ ପଜିଟିଭ୍ ହୋଇଥିଲେ। ଏହାକୁ ମିଶାଇ ମହାରାଷ୍ଟ୍ରରେ ମୋଟ ଓମିକ୍ରୋନ୍ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଥିବା ବେଳେ ଦେଶରେ ଏହି ସଂଖ୍ୟା ୨୧ରେ ପହଞ୍ଚିଛି।

ଭାରତରେ ଓମିକ୍ରୋନ ଚିହ୍ନଟ-

କର୍ଣ୍ଣାଟକରେ-୨
ଗୁଜରାଟ-୧
ମହାରାଷ୍ଟ୍ର-୮
ନୂଆଦିଲ୍ଲୀ-୧
ରାଜସ୍ଥାନ-୯

 

ସମ୍ବନ୍ଧିତ ଖବର