ନବୀନଙ୍କ ପରେ ସିଇଓଙ୍କୁ ଭେଟିଲେ ଧର୍ମେନ୍ଦ୍ର: କହିଲେ, କାଳିଆ ଯୋଜନା ଆଗକୁ କାଳ ହେବ

ଭୁବନେଶ୍ୱର ୯/୪: ସିଇଓଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସିଇଓଙ୍କୁ ଭେଟିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ମତଦାନ ନେଇ ଆଶଙ୍କା ରହିଛି । ତେଣୁ ସେ ବାରମ୍ବାର ସିଇଓଙ୍କୁ ଭେଟୁଛନ୍ତି ।

ସେ ଏହାମଧ୍ଯ କହିଥିଲେ ଯେ ପିଏମ୍ କିଷାନ ପାଇଁ କେନ୍ଦ୍ର ସରକାର ବଜେଟ୍ କରିଛନ୍ତି । କାଳିଆ ଯୋଜନା ପାଇଁ ବଜେଟ୍ ହୋଇନି କି ଟଙ୍କା ମଧ୍ଯ ନାହିଁ । ଏହା କେବଳ ଗୋଟିଏ ପ୍ରଚାର ସର୍ବସ୍ୱ ଯୋଜନା ବୋଲି ସେ କହିଛନ୍ତି । ଏପରିକି କାଳିଆ ଯୋଜନା ଆଗକୁ କାଳ ହେବ ବୋଲି ସେ କହିଛନ୍ତି । ଚାଷୀ ବିଜେପିକୁ ଜବାବ ଦେବେ ବୋଲି ମୁଖ୍ଯମନ୍ତ୍ରୀଙ୍କ ପ୍ରତିକ୍ରିୟାର ଉତ୍ତର ରଖି ଧର୍ମେନ୍ଦ୍ର କହିଛନ୍ତି ଯେ ତାହା ୧୧, ୧୮ ଓ ୨୩ ତାରିଖ ପରେ ଜଣାପଡିବ ।

କହିରଖୁଛୁ କିଛି ସମୟ ପୂର୍ବରୁ ସିଇଓଙ୍କୁ ଭେଟି ଫେରାଦ ହୋଇଥିଲେ ମୁଖ୍ଯମନ୍ତ୍ରୀ । ବିଜେପି ଯୋଗୁଁ ଚାଷୀ ‘କାଳିଆ’ ଟଙ୍କା ପାଇ ପାରୁନାହାନ୍ତି ବୋଲି କହିଥିଲେ ନବୀନ  । କାଳିଆ ଟଙ୍କା ଅଟକା ଯାଉଛି ବୋଲି ସେ ସିଇଓଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଅଧିକ ପଢନ୍ତୁ ସିଇଓଙ୍କୁ ଭେଟିଲେ ନବୀନ: କହିଲେ, ‘କାଳିଆ’ ଟଙ୍କା ଅଟକାଉଛି ବିଜେପି

   ସମ୍ବନ୍ଧିତ ଖବର


କାହାକୁ ନଜଣାଇ ଲୁଚିଛପି କିମ ଜୋଙ୍ଗ ଉନ ନିଜ ପରିବାର ସହ ନେଇଗଲେ କରୋନା ଟିକା, ଜାଣନ୍ତୁ କେଉଁଠୁ ପାଇଲେ ସେ ଟିକା ?

ଦେଶର ସମସ୍ତ ଲୋକଙ୍କୁ ମିଳିବନି କରୋନା ଟିକା: କେନ୍ଦ୍ର ସ୍ବାସ୍ଥ୍ୟସଚିବ

ସୁଧୁରୁଚି ଦେଶର ଅର୍ଥନୀତି, ଲଗାତାର ଭାବେ ଦ୍ବିତୀୟ ମାସରେ ୧ ଲକ୍ଷ କୋଟି ପାରକଲା GST କଲେକସନ୍ …

ଏବେ ଚୀନର ବଢିବ ମୁଣ୍ଡବ୍ୟଥା, ନୂଆବର୍ଷରୁ ବ୍ରହ୍ମପୁତ୍ର ନଦୀ ଉପରେ ସବୁଠୁ ଲମ୍ବା ସେତୁ ନିର୍ମାଣ କରିବ ଭାରତ…

ମାରାଡୋନାଙ୍କୁ ଗୋଲ୍‌ ଉତ୍ସର୍ଗ ଗଲେ ମେସି

ଶିବସେନାରେ ଯୋଗଦେଲେ ଉର୍ମିଲା ମାତୋଣ୍ଡକର